ଆଜି ଭାରତ-ଇଂଲଣ୍ଡ ତୃତୀୟ ଟି-୨୦

ରାଜକୋଟ୍‌: ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ମଙ୍ଗଳବାର ତୃତୀୟ ଟି-୨୦ ମ୍ୟାଚ୍‌ ଆୟୋଜନ ହେବ। ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ୨-୦ରେ ଅଗ୍ରଣୀ ହାସଲ କରିଥିବା ସୂର୍ୟ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତି ଆଗୁଆ ସିରିଜ ଜିତିବାକୁ ପ୍ରୟାସ କରିବ। ପୂର୍ବରୁ ଭାରତ ପ୍ରଥମ ମ୍ୟାଚ୍‌ରେ ୭ ଓ ଦ୍ୱିତୀୟରେ ୨ ୱିକେଟ ବିଜୟୀ ହୋଇଥିଲା। ଅନ୍ୟପଟେ ସିରିଜ ବଞ୍ଚାଇ ରଖିବାକୁ ହେଲେ ଇଂଲଣ୍ଡକୁ ଏହି ମ୍ୟାଚ୍‌ ଜିତିବା ଅପରିହାର୍ୟ୍ୟ ହୋଇ ପଡିଛି। ଅର୍ଥାତ ଇଂଲଣ୍ଡ କର ବା ମର ସ୍ଥିତିରେ ରହିଛି। ଏହି ମ୍ୟାଚ୍‌ ପାଇଁ ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ଭାରତ ଶୀର୍ଷ ସ୍ଥାନରେ ରହିଥିବାବେଳେ ଇଂଲଣ୍ଡ ତୃତୀୟ ସ୍ଥାନରେ ରହିଛି। ଦୀର୍ଘ ଦିନ ପରେ ଦଳକୁ ଫେରିଥିବା ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଏହି ମ୍ୟାଚ୍‌ ଖେଳିବେ ବୋଲି ବ୍ୟାଟିଂ କୋଚ୍‌ ସିତାଂଶୁ କୋଟାକ କହିଛନ୍ତି।
ନିରଞ୍ଜନ ଶାହା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବଲ ପେସ୍‌ ଓ ବାଉନ୍ସ ହେବ। କିନ୍ତୁ ପିଚ୍‌ ବ୍ୟାଟରଙ୍କୁ ଅଧିକ ସୁହାଇବ। ଏହାପରେ ପ୍ରଥମ ଇନିଂସର ହାରାହାରି ସ୍କୋର ୧୮୯ ରହିଛି। ରନ୍‌ ଚେଜ୍‌ କରିବା କଷ୍ଟକର ହେବ। ମ୍ୟାଚ୍‌ କିନ୍ତୁ ହାଇସ୍କୋରିଂ ହେବ। ଦୁଇ ଦଳ ଏପର୍ୟ୍ୟନ୍ତ ଟି-୨୦ରେ ପରସ୍ପରକୁ ୨୬ଥର ଭେଟିଛନ୍ତି। ଏଥିରୁ ଭାରତ ୧୫ ଓ ଇଂଲଣ୍ଡ ୧୧ଟିରେ ବିଜୟୀ ହୋଇଛି। ଘରୋଇ ମାଟିରେ ଭାରତ ୮ ଓ ଇଂଲଣ୍ଡ ୫ଟିରେ ବିଜୟୀ ହୋଇଛି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ