ଆଜି ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଖେଳାଳି

କଟକ: ପ୍ରଥମ ଦିନିକିଆ ନାଗପୁରରେ ଶେଷ ହେବା ପରେ ଉଭୟ ଭାରତ ଏବଂ ଇଂଲଣ୍ଡ ଦଳ ଶୁକ୍ରାବର ସନ୍ଧ୍ୟା ୭ଟା ୪୦ ମନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ମେ’ ଫେୟାର ହୋଟେଲରେ ଖେଳାଳି, କୋଚ୍‌ ଏବଂ ମ୍ୟାଚ୍‌ ଅଫିସିଆଲମାନଙ୍କ ରହିବାର ବ୍ୟବସ୍ଥା ହୋଇଛି । ବିମାନବନ୍ଦରରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯିବ । ଆସନ୍ତା ୮ ତାରିଖରେ ଉଭୟ ଦଳ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ ।
ମ୍ୟାଚ୍‌ ଦିବସ ଯେତେ ପାଖେଇ ଆସୁଛି ଲୋକଙ୍କ ଉତ୍ସାହ ସେତିକି ବଢ଼ି ବଢ଼ି ଚାଲିଛି । ରୋହିତ ବାହିନୀଙ୍କୁ ଦେଖିବା ନିମନ୍ତେ କ୍ରିକେଟପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଭରି ହୋଇ ରହିଛି । ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ ୪ ୱିକେଟରେ ହରାଇଥିବା ଭାରତୀୟ ଦଳ ବାରବାଟୀରେ ବିଜୟୀ ହୋଇ ସିରଜ କବଜା କରିବା ଲକ୍ଷ୍ୟରେ ରହିଛି । ପୂର୍ବରୁ ବାରବାଟୀରେ ଏହି ଦୁଇ ଦଳ ମୋଟ୍‌ ୫ ଥର ମୁହାଁମୁହିଁ ହୋଇଛନ୍ତି । ଏଥରୁ ଭାରତ ୩ଟି ଜିତିଥିବାବେଳେ ଇଂଲଣ୍ଡ ୨ଟି ଜିତିଛି । ବାରବାଟୀରେ ଶେଷ ଦୁଇ ମ୍ୟାଚ୍‌ରେ ଭାରତ ଜିତିଛି ।
ବାରବାଟୀ ଏକଦିବସୀୟ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବନ୍ଦୋବସ୍ତ ଚୂଡ଼ାନ୍ତ ହୋଇଛି । ମ୍ୟାଚ୍‌ ପାଇଁ ପ୍ରାୟ ୬୦ ପ୍ଲାଟୁନ୍‌ ଫୋର୍ସ ଅର୍ଥାତ୍‌ ୧୮୦୦ରୁ ଅଧିକ ସିପାହୀ ବା ରିଜର୍ଭ ଫୋର୍ସ ନିୟୋଜିତ ହେବେ । ଏଥିପାଇଁ ଗତକାଲିଠାରୁ ଷ୍ଟାଡିୟମ୍‌କୁ ଫୋର୍ସ ଆସିବା ଆରମ୍ଭ କରିଛନ୍ତି । ସେହିପରି ପ୍ରାୟ ୩୫୦ ଜଣ ଅଫିସର ମଧ୍ୟ ସୁରକ୍ଷା ତଦାରଖ କରିବେ ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ