ଆଜି ମିଳିବ ‘ସୁଭଦ୍ରା’ ଟଙ୍କା

କୋରାପୁଟ : ରାକ୍ଷୀରେ ମିଳିବ ସୁଭଦ୍ରା କିସ୍ତି । ଶନିବାର ଦିନ ମାନେ ଅଗଷ୍ଟ ୯ ତାରିଖରେ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ର ତୃତୀୟ କିସ୍ତି । କୋରାପୁଟ କୋଟିଆରୁ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଉକ୍ତ ସଭାରେ ଉପସ୍ଥିତ ରହିବେ। ୧ କୋଟି ମହିଳାଙ୍କୁ ୫ ହଜାର କୋଟି ଟଙ୍କା ତୃତୀୟ କିସ୍ତି ବାବଦକୁ ସରକାର ପ୍ରଦାନ କରିବେ। ଏହାସହିତ କୋଟିଆର ବିକାଶ ପାଇଁ ପ୍ରସ୍ତୁତ ହେବ ନୂଆ ରୋଡ ମ୍ୟାପ୍।

ଆଜି ରାକ୍ଷୀପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁଆସିବ ତୃତୀୟ କିସ୍ତି ଟଙ୍କା। ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଏହା ପୂର୍ବରୁ ୨ ଦିନିଆ କୋଟିଆ ଗସ୍ତରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର କୋଟିଆରେ ପହଞ୍ଚିବେ। ଆପଣଙ୍କ ପାଖକୁ ସଚିବାଳୟ ଆସିବ।୨ ହଜାର ୭୮ ଜଣ ମହିଳା କୋଟିଆରେ ସୁଭଦ୍ରା ପାଇଁ ଆବେଦନ କରିଥିଲେ। ୧୮୦୦ ଜଣ ୨ଟି କିସ୍ତି ପାଇଛନ୍ତି। ଆଉ ପାଖାପାଖି ୨୪୦ ଜଣ ଏକକାଳୀନ ୩ଟି କିସ୍ତି ପାଇବେ। ଅର୍ଥାତ ଏକକାଳୀନ ୧୫ ହଜାର ଟଙ୍କା ଲେଖାଏଁ ପାଇବେ।

ସେହିପରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା ଏସଏଚଜିଙ୍କୁ ୧୦ ଲକ୍ଷ ଟଙ୍କା ଋଣ ବିନା ସୁଧରେ ସରକାର ଦେବେ। ଏବଂ ଏକ କୋଟି ମହିଳାଙ୍କୁ ତୃତୀୟ କିସ୍ତି ଦିଆଯିବ।ଏଥିପାଇଁ ୫ ହଜାର କୋଟି ଖର୍ଚ୍ଚ ହେବ।ସୁଭଦ୍ରା ଟଙ୍କା ସମସ୍ତେ ପାଇବେ ଏବଂ କୌଣସି ମଧ୍ୟସ୍ଥି ପ୍ରତିବନ୍ଧକ ସାଜି ପାରିବନି। କୋଟିଆ ପାଇଁ ନୂଆ ରୋଡ ମ୍ୟାପ୍ ତିଆରି କରାଯିବ ବୋଲି ସେଠାରେ ପହଞ୍ଚି ଏମିତି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ। ଲକ୍ଷପତି ଦିଦି ଓ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଉତ୍ପାଦନ ବିକ୍ରି ଓ ପ୍ରକ୍ରିୟାକରଣ ବ୍ୟବସ୍ଥା କରାଯିବ। ଏନେଇ ଜୟପୁରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ସେ କହିଛନ୍ତି।

  • Related Posts

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ଝାରସୁଗୁଡା: ଝାରସୁଗୁଡା ସହରର ବୃନ୍ଦାବନ କଲୋନୀ ରାସ୍ତାରେ ଶନିବାର ଏକ ଘରୋଇ ବସ୍‌ରେ ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଜଳି ଯାଇଛି । ବସ୍‌ରେ କେହି ନ ଥିବାରୁ ବିଶେଷ କ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି…

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ନୂଆପଡ଼ :ଟ୍ରକ ଧକ୍କାରେ ଚାଲିଗଲା ମାମୁ ଓ ଭଣଜାଙ୍କ ଜୀବନ । ନୂଆପଡ଼ା ଜାତୀୟ ରାଜପଥ ୩୫୩ କ୍ରିଷ୍ଣା ଛକ ସ୍ଥିତ ତେତେଲବନ୍ଧ ନିକଟରେ ଘଟିଛି ଦୁର୍ଘଟଣା । ମୃତକ କୋମନା ଥାନା ଖଇରଭାଡ଼ି ଗାଁର ପ୍ରେମ ମାଝୀ ଓ ଖୁଟଲୁ…

    Leave a Reply

    Your email address will not be published. Required fields are marked *

    You Missed

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨  ମୃତ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ  ସୁଭଦ୍ରା