ଆଜି ହାଇଦରାବାଦ୍‌-ଦିଲ୍ଲୀ ଲଢେଇ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୫ର ସୋମବାର ୫୫ତମ ମ୍ୟାଚ ସନରାଇଜର୍ସ ହାଇଦରାବାଦ୍‌ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ହାଇଦରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିମୟରେ ଖେଳାଯିବ। ସନରାଇଜର୍ସ ହାଇଦରାବାଦ୍‌ ପାଇଁ ପ୍ଳେ ଅଫ ଦୌଡ଼ ଆଶାକୁ ବଜାୟ ରଖିବା ନେଇ ଶେଷ ସୁଯୋଗ ରହିଛି। ବିଶାଖାପାଟଶାରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚରେ ଦିଲ୍ଲୀ ୭ ୱିକେଟରେ ହାଇଦରାବାଦ୍‌କୁ ପରାସ୍ତ କରିଥିଲା। ଏ​‌େ​‌ବ ହାଇଦରାବାଦ୍‌ ନିକଟରେ ପ୍ରତିଶୋଧ ନେବାର ସୁଯୋଗ ରହିଛି।
ସନରାଇଜର୍ସ ହାଇଦରାବାଦ୍‌ ୧୦ଟି ମ୍ୟାଚରୁ ୩ଟି ବିଜୟ ଓ ୭ଟି ପରାଜିତ ହୋଇଛି। ପ୍ଲେ ଅଫକୁ ନେଇ ଆଶଙ୍କାରେ ରହିଥିବାବେଳେ ଦଳ ପାଇଁ ଶେଷ ୪ଟି ମ୍ୟାଚ କର ବା ମର ସ୍ଥିତିରେ ପହଞ୍ଚିଛି। ସନରାଇଜର୍ସ ଶେଷ ମ୍ୟାଚରେ ଗୁଜରାଟ ଟାଇଟାନ୍‌ସ ନିକଟରୁ ୩୮ରନରେ ପରାଜିତ ହୋଇଥିଲା। ବ୍ୟାଟିଂ ବିଭାଗରେ ଅଭିଷେକ ଶର୍ମା ୭୪ରନ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନଙ୍କ ସହଯୋଗ ମିଳିନଥିଲା। ଟ୍ରେଭିସ ହେଡ୍‌, ହେନରିକ କ୍ଲାସେନ, ନୀତିଶ କୁମାର ରେଡ୍ଡି, ଈଶାନ କିଷନ ବିଫଳ ହେବା ଦଳର ବ୍ୟାଟିଂ ଚିନ୍ତା ବଢାଇଛି। ପ୍ୟାଟ୍‌ କମିନ୍‌ସ, ମହମ୍ମଦ ସାମି, ଜୟଦେବ ଉନାଦକତ ଓ ହର୍ଶଲ ପଟେଲଙ୍କ ଭଳି ​‌େ​‌ବାଲର ରହିଥିଲେ ମଧ୍ୟ ଦଳ ବୋଲିଂ ବିଭାଗରେ ବିଫଳ ହେଉଛି। ଦଳକୁ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ସନରାଇଜର୍ସକୁ ପ୍ଳେ ଅଫ ଦୌଡ଼ ଆଶା ବଜାୟ ରଖିବାକୁ ହେଲେ ଉକ୍ତ ମ୍ୟାଚକୁ କୌଣସି ମତେ ଜିତିବାକୁ ପଡ଼ିବ। ପରାଜିତ ହେଲେ ଦଳ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିବ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ