ଆଜି ହେବ ଘୋଷଣା: ନବୀନ ହେବେ ବିଜେଡି ସଭାପତି

ଭୁବନେଶ୍ବର : ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରି ନଥିବାରୁ ପୁଣି ନବୀନ ନିର୍ଦ୍ବନ୍ଦ୍ବରେ ସଭାପତି ହେବା ନିଶ୍ଚିତ ହୋଇଛି। ଆଜି ନବୀନଙ୍କୁ ସଭାପତି ଭାବେ ବିଧିବଦ୍ଧ ଘୋଷଣା କରାଯିବ। ରାଜ୍ୟ ସଭାପତି ସହ ଦଳ ପକ୍ଷରୁ ବାକି ଥିବା ସାଂଗଠନିକ ଜିଲାଗୁଡ଼ିକର ସଭାପତି ଘୋଷଣା କରାଯିବା ମଧ୍ୟ ସମ୍ଭାବନା ରହିଛି। ଏଥିସହ ୩୫୫ ଜଣଙ୍କୁ ନେଇ ରାଜ୍ୟ କାର୍ୟ୍ୟକାରିଣୀ ଓ ୮୧ ଜଣଙ୍କୁ ନେଇ ରାଜ୍ୟ ପରିଷଦ ଘୋଷଣା ହେବ ବୋଲି ଜଣାପଡ଼ିଛି। ଏହାପରେ ରାଜ୍ୟ କମିଟି, ଯୁବ, ଛାତ୍ର, ମହିଳା ଆଦି ଛାମୁଆ ସଂଗଠନ କମିଟି ଗଠନ କରାଯିବ। ୨୪ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡି ଏବେ ବିରୋଧୀ ଆସନରେ। ସଂଗଠନରେ ଏଥର ଦଳ କାହାକୁ ଗୁରୁତ୍ବ ଦେବ ଏବଂ କାହା ପତ୍ତା କଟିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ସୂଚନା ଅନୁଯାୟୀ, ଏଥର କିଛି ନୂଆ ପଦବୀ ଓ କମିଟି ସୃଷ୍ଟି କରିପାରନ୍ତି ନବୀନ। ସାଂଗଠନିକ ସମ୍ପାଦକ ପଦବୀ ଉଚ୍ଛେଦ କରି ପୂର୍ବ ପରି ମହାସଚିବ ପଦବୀ ସୃଷ୍ଟି କରାଯାଇପାରେ। ରାଜନୈତିକ ବ୍ୟାପାର କମିଟି ଓ ଶୃଙ୍ଖଳା କମିଟି ମଧ୍ୟ ଗଠନ କରାଯିବା ସମ୍ଭାବନା ରହିଛି। କାର୍ୟ୍ୟକାରୀ ସଭାପତି କାହାକୁ ରଖିବେ ସେ ସଂକ୍ରାନ୍ତରେ ସ୍ପଷ୍ଟତା ଆସିନାହିଁ। ସେହିପରି ଉପସଭାପତି ସଂଖ୍ୟା ନବୀନ ବୃଦ୍ଧି କରିପାରନ୍ତି।

  • Related Posts

     ଆସନ୍ତା କାଲି ଦେଶର ୭୫୦ ଜିଲ୍ଲା ମୁଖ୍ୟାଳୟରେ ‘‘ବିକଶିତ ଭାରତ ସଂକଳ୍ପ ସଭା’’ଅନୁଷ୍ଠିତ ହେବ

    ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ଅତ୍ୟନ୍ତ ଗୌରବମୟ ଦିନ: ଶ୍ରୀ ମନମୋହନ ସାମଲ ଭୂବନେଶ୍ୱର, ତା.୦୬/୧୦: ସରକାରଙ୍କ ମୁଖ୍ୟ ଭାବରେ ନିରବଚ୍ଛିନ୍ନ ୨୫ ବର୍ଷର ଗୌରବମୟ ନେତୃତ୍ୱ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ…

    Continue reading
    ଅସ୍ତିତ୍ୱ ହରାଇ ବିଜେଡି ଏବେ ‘ନିର୍ମୂଳୀ ଲତା’ସଦୃଶ

     ଇଣ୍ଡି ମେଂଟ ଓ କଂଗ୍ରେସର ନୈତିକତାର ବଡ଼ ବଡ଼ କଥା କେବଳ ରାଜନୈତିକ ଡ୍ରାମାବାଜି  ବିଜେଡି ଓ ‘ଇଣ୍ଡି’ ମେଂଟର ମଧୁଚନ୍ଦ୍ରିକା ବହୁ ପୁରୁଣା  ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଏବେ ବିଭିନ୍ନ ସାହାରା ଖୋଜୁଛି ବିଜୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ