ଆଜି ୪୬୨୩ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ୨୭ଟି ବିଭାଗରେ ୪୬୨୩ଜଣଙ୍କୁ ନିଯୁକ୍ତି ଦିଆଯିବ । କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ନିଯୁକ୍ତିମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ନିଯୁକ୍ତି ମେଳା ଏବର୍ଷର ପ୍ରଥମ ନିଯୁକ୍ତି ମେଳା ଏବଂ ବିଜେପି ସରକାରଙ୍କ ୧୫ତମ ନିଯୁକ୍ତି ମେଳା ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୪୧୧୩ଜଣଙ୍କୁ ନିଯୁକ୍ତି ପ୍ରଦାନ କାରଯିବ । ସେହିପରି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ୧୫୪, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗରେ ୧୪୩, ଇସ୍ପାତ ଓ ଖଣି ବିଭାଗରେ ୭୭, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗରେ ୭୦, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ୫୨ ଏବଂ ଦକ୍ଷତା ବିକାଶ ବିଭାଗରେ ୧୪ଜଣଙ୍କୁ ନିଯୁକ୍ତି ଦିଆଯିବ ।
ସୂଚନାଯୋଗ୍ୟ, ଶେଷ ଥର ପାଇଁ ୨୦୨୫ ଡିସେମ୍ବର ୩୦ ତାରିଖରେ ରାଜ୍ୟ ସରକାର ୧୧ଟି ବିଭାଗରେ ୧୫୪୩ଜଣଙ୍କୁ ନିଯୁକ୍ତି ଦେଇଥିଲେ । ଗତ ଡିସେମ୍ବର ସୁଦ୍ଧା ସରକାର ୩୯ ହଜାର ୪୫୯ଜଣଙ୍କୁ ନିଯୁକ୍ତି ଦେଇସାରିଲାଣି । ଆସନ୍ତାକାଲିର ନିଯୁକ୍ତିକୁ ମିଶାଇଲେ ସରକାର ୨୨ ମାସରେ ୪୪ ହଜାରରୁ ଅଧିକ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ।

  • Related Posts

    ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ

    ଭୁବନେଶ୍ୱର: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା। ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ। STU, ଡଗ ସ୍କ୍ବାଡ, ବମ ସ୍କ୍ବାଡ…

    Continue reading
    ଟ୍ରକ-ବସ ଧକ୍କା:୪ ମୃତ

    ରାଉରକେଲା: ରାଉରକେଲାରୁ ଯାଜପୁର ମଙ୍ଗଳପୁର ଆସୁଥିବା ଘରୋଇ ବସ ପ୍ରମିଳା ଗତକାଲି ରାତ୍ରୀ ପ୍ରାୟ ୯. ୧୦ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବୀରା ଠାରେ ବସ ଚାଳକ ଭାରସାମ୍ୟ ହରାଇ ଡିଭାଇଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା