ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ-କାଶ୍ମୀର କୁଲଗାମରେ ଏନକାଉଣ୍ଟର ହୋଇଛି । ‘ଅପରେସନ୍ ଅଖଲ’ର ନବମ ଦିନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଆତଙ୍କୀ ସହ ଲଢି ଦୁଇ ବୀର ଯବାନ ଶହୀଦ ହୋଇଛନ୍ତି । ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଜଣେ ଆତଙ୍କୀକୁ ନିହତ କରିଛନ୍ତି ସୁରକ୍ଷାକର୍ମୀ । କୁଲଗାମ ଅଖଲ ଜଙ୍ଗଲରେ ୩ ଆତଙ୍କୀ ଏବେ ବି ଲୁଚି ରହିଥିବା ନେଇ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

କାଶ୍ମୀରର କୁଲଗାମର ଅଖଲ ଜଙ୍ଗଲରେ ଆତଙ୍କୀ ସହ ଗୁଳି ବିନିମୟ ନବମ ଦିନରେ ପହଞ୍ଚିଛି । ଅଗଷ୍ଟ ୧ରୁ ‘ଅପରେସନ୍ ଅଖଲ’ ଆରମ୍ଭ ହୋଇଥିଲା । ଶୁକ୍ରବାର ଏହି ଅଞ୍ଚଳରେ ଅପରେସନ୍ ଜୋରଦାର ହୋଇଥିଲା । ବିସ୍ଫୋରଣ ସହ ଗୁଳିଗୋଳା ଶବ୍ଦ ହୋଇଥିଲା । ଏଥିରେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି । ୧୦ ଜଣ ଆହତ ହୋଇଛନ୍ତି । ସେନାଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି । ଆଉ ୩ ଆତଙ୍କୀ ଲୁଚି ଥିବା ନେଇ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଆତଙ୍କୀ ଲୁଚିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଅଗଷ୍ଟ ୧ରୁ ସୁରକ୍ଷାକର୍ମୀ ଏହି ଅପରେସନ୍ ଆରମ୍ଭ କରିଥିଲେ । ଭାରତୀୟ ସେନାର ଚିନାର ଫୋର୍ସ ଅନୁସାରେ, ସେନା, ଜମ୍ମୁ-କାଶ୍ମୀର ପୁଲିସ ଏବଂ ସିଆରପିଏଫର ମିଳିତ ଟିମ୍‌ ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଆତଙ୍କୀ ଦମନ ଅଭିଯାନ ଜାରି ରଖିଛନ୍ତି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।ଶହୀଦ ଯବାନ ହେଲେ ଲାଏନ୍ସ/ନାଏକ ପ୍ରୀତିପାଲ ସିଂହ ଏବଂ ସେପଏ ହରିମନ୍ଦିର ସିଂହ । ଦେଶର ସୁରକ୍ଷା ପାଇଁ ଜୀବନର ବଳିଦାନ ଦେଇଛନ୍ତି । ତାଙ୍କ ବଳିଦାନକୁ ସଲାମ୍ କରିଛି ଭାରତୀୟ ସେନା ।

  • Related Posts

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଶିକ୍ଷା ଦୃଶ୍ୟପଟ୍ଟରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଦିଗରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଜାତୀୟ ଶିକ୍ଷା ନୀତି ସହ ସମନ୍ୱୟ ରଖି ୧୭୫ ଇଞ୍ଜିନିୟରିଂ ପ୍ରତିଷ୍ଠାନ…

    ଯଦି ଘୋଷଣାନାମା ଦେବାରେ ରାହୁଲ ବିଫଳ ହୁଅନ୍ତି ତେବେ ଦେଶ ନିକଟରେ କ୍ଷମା ମାଗିବାକୁ ପଡିବ: ଇସି

    ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗଙ୍କ ବିରୋଧରେ ଆଣିଥିବା ଭୋଟ ଚୋରି ଅଭିଯୋଗକୁ ନେଇ ସମସ୍ୟାରେ ପଡିଛନ୍ତି। ରାହୁଲ ଯେଉଁ ଭୋଟ ଚୋରି ଅଭିଯୋଗ କରିଛନ୍ତି ସେ ସମ୍ପର୍କରେ ଆବଶ୍ୟକ ଘୋଷଣାନାମା ଦେବାକୁ ଇସି ଶୁକ୍ରବାର…

    Leave a Reply

    Your email address will not be published. Required fields are marked *

    You Missed

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨  ମୃତ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ  ସୁଭଦ୍ରା