ଆତ୍ମହତ୍ୟା କରିଛନ୍ତି ପଟ୍ଟାମୁଣ୍ଡାଇ ଛାତ୍ରୀ: ଏସପି

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଅଞ୍ଚଳର କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ୯୫ ପ୍ରତିଶତ ଶରୀର ନିଆଁରେ ପୋଡ଼ି ହୋଇ ଯାଇଥିବାରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଏସପି । ଏହି ଘଟଣାରେ ଜଣଙ୍କୁ ଗିରଫ ସହ କୋର୍ଟ ଚାଲାଣ କରି ତଦନ୍ତ ଜାରି ରଖିଥିବା ବେଳେ ଆଣ୍ଟି ମର୍ଟମ ରିପୋର୍ଟ ଆଧାରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଏସପି ।
ଚଳିତ ଅଗଷ୍ଟ ୬ ତାରିଖ ବୁଧବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ବ୍ୟକ୍ତି କଲେଜ ପଢୁଆ ଛାତ୍ରୀ ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଖବର ଲୋକ ଲୋଚନକୁ ଆସିଥିଲା । ରାଜ୍ୟରେ ବାଲେଶ୍ୱର, ପୁରୀର ବଳଙ୍ଗା ପରେ ଏହା ତୃତୀୟ ଘଟଣା ହୋଇଥିବା କାରଣରୁ ପୋଲିସ ମହା ନିର୍ଦ୍ଦେଶକ ଏହି ଘଟଣାର ତଦନ୍ତ ଭାର ନିଜେ ଏସପି କରିବା ପାଇଁ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ମୃତକଙ୍କ ଘରେ ଅପରାହ୍ନରେ ପହଞ୍ଚି ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିଲେ ।
ପୋଲିସ ପ୍ରାଥମିକ ତଦନ୍ତ କରୁଥିବା ସମୟରେ ଛାତ୍ରୀ ଜଣଙ୍କ ଏକ ଅଣ ଓସାରିଆ ଛାତ ସିଡ଼ି ଘରେ ବସି କିପରି ଆତ୍ମହତ୍ୟା କଲା ସେନେଇ ପ୍ରଶ୍ନ ଉଠିଥିଲା । କେବଳ ସେତିକି ନୁହେଁ ଛାତ୍ରୀ ଜଣଙ୍କର ଶରୀରରେ ବନ୍ଧା ଯାଇଥିବା ଦାଗ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ତେବେ ଏହାର ସଠିକ୍‌ ତଦନ୍ତ ପାଇଁ କଟକ ବଡ଼ ମେଡିକାଲର FMT ବିଭାଗ ଡାକ୍ତରୀ ଟିମକୁ ଘଟଣାସ୍ଥଳକୁ ଅଣାଯିବା ସହ ମୃତ୍ୟୁର ପଞ୍ଚମ ଦିନ ଅର୍ଥାତ ୧୦ ତାରିଖରେ ପୁନଃ ସାଇଣ୍ଟିଫିକ ଟିମ ଯାଇ ଛାତ୍ରୀଜଣଙ୍କ ନିଆଁ ଲଗାଇଥିବା ସ୍ଥାନର ସରଜମିନ ତଦନ୍ତ କରାଯାଇଥିଲା ।

  • Related Posts

    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading
    ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ

    ଭୁବନେଶ୍ୱର : ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ସୋମବାର ଖବର ସାମ୍ନାକୁ ଆସିଛି। ଷ୍ଟେସନରେ ଛାଡି ଦେବାକୁ କହି ୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତମାଣ୍ଡୋ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ୨…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ