ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

ଇସ୍ଲାମାବାଦ : ଗତ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପାକିସ୍ତାନର ୬ଟି ଲଢୁଆ ବିମାନ ଓ ଏକ ପ୍ରାକ୍ ସତର୍କତା ବିମାନ (ଏଡ୍ବୁଲସି)କୁ ନଷ୍ଟ କରିଦେଇଥିବା ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂହ କହିଛନ୍ତି । ତେବେ ତାଙ୍କର ଏହି ବୟାନକୁ ଖଣ୍ଡନ କରିଛି ପାକିସ୍ତାନ ।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଶନିବାର ଦାବି କରିଛନ୍ତି ” ଭାରତୀୟ ସଶସ୍ତ୍ର ବାହିନୀ ସାମ୍ପ୍ରତିକ ସଂଘର୍ଷ ସମୟରେ ସେମାନଙ୍କ ସେନାର କୌଣସି ବିମାନକୁ ଟାର୍ଗେଟ କିମ୍ବା ନଷ୍ଟ କରିପାରି ନାହାଁନ୍ତି। ସଂଘର୍ଷର ୩ ମାସ ପରେ ଭାରତ ପକ୍ଷରୁ ଏପରି କୁହାଯାଉଛି, କିନ୍ତୁ ସେତେବେଳେ ହିଁ ପାକିସ୍ତାନ ଏ ନେଇ ଉପଯୁକ୍ତ ତଥ୍ୟ ସହ ଅନ୍ତର୍ଜାତୀୟ ଗଣମାଧ୍ୟମ ଆଗରେ ନିଜର ସ୍ଥିତି ସ୍ପଷ୍ଟ କରିଥିଲା । ଏଣୁ ଭାରତର ଏହି ଦାବି ଅବିଶ୍ବସନୀୟ ।”

ସିଂହ କହିଥିଲେ ଯେ ଆମେ ଅତି କମରେ ପାଞ୍ଚଟି ଲଢ଼ୁଆ ବିମାନକୁ ଖସାଇ ଦିଆଯାଇଥିବା ସୂଚନା ନିଶ୍ଚିତ କରିଛୁ, ଯେଉଁଥିରେ ଏକ ବଡ଼ ବିମାନ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଏକ ବିମାନ କିମ୍ବା ଏକ ଏଡବ୍ଲୁସି (ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍) ହୋଇପାରେ, ଯାହାକୁ ପ୍ରାୟ ୩୦୦ କିଲୋମିଟର ଦୂରରୁ ଟାର୍ଗେଟ କରାଯାଇଥିଲା।’

  • Related Posts

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲରୁ ମେଟ୍ରୋ ପ୍ରକଳ୍ପର ୟେଲୋ ଲାଇନ(ହଳଦିଆ…

    ତେଜସ୍ବୀଙ୍କୁ ଇସିଙ୍କ ନିର୍ଦେଶ; ୧୬ ସୁଦ୍ଧା ନକଲି ଭୋଟର କାର୍ଡ ଦାଖଲ କର

    ନୂଆଦିଲ୍ଲୀ/ପାଟନା: ଚଳିତମାସ ୧୬ ସୁଦ୍ଧା ନକଲି ଭୋଟର ପରିଚୟ ପତ୍ର (ଏପିକ୍‌ କାର୍ଡ) ଦାଖଲ କରିବାକୁ ଶୁକ୍ରବାର ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ନିର୍ଦେଶ ଦେଇଛନ୍ତି। ନକଲି ଭୋଟର କାର୍ଡ…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ