ଆରମ୍ଭ ହେଲା ଯୁଗ୍ମ ପ୍ରବେଶିକା ପରୀକ୍ଷା ମେନ୍‌ 2026 ପାଇଁ ଅନଲାଇନ ଆବେଦନ

ଜୟପୁର: ଆରମ୍ଭ ହେଲା ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ମେନ୍‌ 2026 ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା । ଭାରତର ସର୍ବବୃହତ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା, ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ଶୁକ୍ରବାର (ଅକ୍ଟୋବର 31) ମଧ୍ୟରାତ୍ରିରେ ବିଜ୍ଞପ୍ତି ପ୍ରକାଶ କରିଛି । ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ନଭେମ୍ବର 27 ତାରିଖ ପର୍ଯ୍ୟନ୍ତ ଚାଲିବ । ସରକାରୀ ୱେବସାଇଟ୍ https://jeemain.nta.nic.in/ ମାଧ୍ୟମରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।
ଅନଲାଇନ୍ ଆବେଦନ ପଞ୍ଜୀକରଣ, ଆବେଦନ ଫର୍ମ ପୂରଣ ଏବଂ ଫି’ ପ୍ରଦାନ ସମେତ 3ଟି ପର୍ଯ୍ୟାୟରେ କରାଯିବ । ପଦାର୍ଥ ବିଜ୍ଞାନ (Physics), ରସାୟନ ବିଜ୍ଞାନ (Chemistry) ଏବଂ ଗଣିତ (Mathematics) ପରୀକ୍ଷା ପାଇଁ ବାଧ୍ୟତାମୂଳକ ବିଷୟ ଅଟେ । ପରୀକ୍ଷା ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ କୌଣସି ବୟସ ସୀମା ନାହିଁ । ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା କିମ୍ବା ବର୍ତ୍ତମାନ ପାଠ୍ୟକ୍ରମରେ ଥିବା ଛାତ୍ରଛାତ୍ରୀମାନେ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ । ପ୍ରବେଶ କରାଯାଇଥିବା ବିବରଣୀ ସେମାନଙ୍କର ଦଶମ ଶ୍ରେଣୀ ବୋର୍ଡ ମାର୍କ ଉପରେ ଆଧାରିତ ହେବା ଆବଶ୍ୟକ ।

ତେବେ ଗତ ବର୍ଷ, 15,39,848 ପ୍ରାର୍ଥୀ JEE ମେନ୍‌ 2025 ପାଇଁ ପଞ୍ଜୀକରଣ କରିଥିବା ବେଳେ 14,75,103 ପରୀକ୍ଷା ଦେଇଥିଲେ । ଶିକ୍ଷାବିତ ଦେବ ଶର୍ମା କହିଛନ୍ତି ଯେ, ଏହି ବର୍ଷ ପରୀକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।JEE ମେନ୍ 2026, ପ୍ରଥମ ପର୍ଯ୍ୟାୟ ପରୀକ୍ଷା 2026 ଜାନୁଆରୀ 21ରୁ 30 ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ 1 ଏପ୍ରିଲରୁ 10 ଏପ୍ରିଲ, 2026 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

NTA ଅନୁଯାୟୀ, ଜାନୁଆରୀ ସେସନ୍‌ର ରେଜଲ୍ଟ 2026 ଫେବୃଆରୀ 12 ତାରିଖରେ ଘୋଷଣା କରାଯିବ । ଏହାସହ ଏପ୍ରିଲ ସେସନ୍‌ର ଫଳାଫଳ ଏପ୍ରିଲ 20 ତାରିଖରେ ପ୍ରକାଶ ପାଇବ।ପରୀକ୍ଷା ଇଂରାଜୀ, ହିନ୍ଦୀ, ଅସମୀୟା, ବଙ୍ଗଳା, ଗୁଜରାଟୀ, କନ୍ନଡ, ମାଲାୟଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ସମେତ 13ଟି ଭାଷାରେ ଅନୁଷ୍ଠିତ ହେବ ।

  • Related Posts

    ଚନ୍ଦ୍ରବାବୁଙ୍କ ଘୋଷଣା: ‘ଅମରାବତୀ’ ଏବେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ

    ନୂଆଦିଲ୍ଲୀ; ‘ଅମରାବତୀ’ ଏବେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ । ସ୍ଥାୟୀ ରାଜଧାନୀ ଭାବେ ଆଇନଗତ ସ୍ୱୀକୃତି ମିଳିଛି । ସଂସଦରେ ପାରିତ ହେବା ପରେ ଆନ୍ଧ୍ରପ୍ରଦେଶ ପୁର୍ନଗଠନ ସଂଶୋଧନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ…

    Continue reading
    ୯ ପୁଲିସ୍‌ କର୍ମଚାରୀଙ୍କୁ ମିଳିଲା ଫାଶୀ ଦଣ୍ଡ

    ତାମିଲନାଡୁର ମଦୁରାଇ ଜିଲ୍ଲାର ଗୋଟିଏ କୋର୍ଟ ଆଜି ଐତିହାସିକ ରାୟ ଦେଇଛନ୍ତି। ବାପ-ପୁଅଙ୍କୁ ହାଜତରେ ପିଟିପିଟି ମାରିବା ଘଟଣାରେ ତାମିଲନାଡୁର ୯ ଜଣ ପୁଲିସ୍‌ କର୍ମଚାରୀଙ୍କୁ କୋର୍ଟ ଆଜି ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।୬ ବର୍ଷ ତଳେ ବ୍ୟବସାୟୀ ପି ଜୟରାଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ