ଜାତୀୟ ରାଜପଥରେ କ୍ୟୁଆର୍‌ କୋଡ୍‌ ଥିବା ହୋର୍ଡିଂ ଲାଗିବ: ନିତୀନ ଗଡ଼କରୀ

ନୂଆଦିଲ୍ଲୀ, 31/10/2025: ଦେଶର ଅଧିକାଂଶ ସ୍ଥାନରେ ସଡ଼କ ପଥ ଖରାପ ରହିଛି। ସେଥିପାଇଁ କେଉଁମାନେ ଦାୟୀ ତାହା ଚିହ୍ନଟ କରିବା ସହଜ ହେଉନାହିଁ। ଆଗାମୀ ଦିନରେ କିନ୍ତୁ ତାହା ସହଜ ହେବ। ରାଜପଥ ସମ୍ପର୍କିତ ସମସ୍ତ ତଥ୍ୟକୁ ‌କ୍ୟୁଆର୍‌ କୋଡ୍ ମାଧ୍ୟମରେ ଉପଲବ୍ଧ କରାଇବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଓ ରାଜପଥ ନିର୍ମାଣକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲି ରାଜପଥ ପ୍ରକଳ୍ପ ନିର୍ମାଣର ବିଭିନ୍ନ ପର୍ଯ୍ୟାୟର ଭିଡିଓ ଅପ୍‌ଲୋଡ୍‌ କରିବାକୁ ସେମାନଙ୍କୁ କୁହାଯାଇଛି। ଜାତୀୟ ରାଜପଥରେ କ୍ୟୁଆର୍‌ କୋଡ୍‌ ଥିବା ହୋର୍ଡିଂ ଲଗାଇବାକୁ ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ନିର୍ଦ୍ଦେଶ ଜାରି କରିଛନ୍ତି। ସାଧାରଣ ଜନତା ସେହି କୋଡ୍‌କୁ ସ୍କାନ୍‌ କରି ରାସ୍ତା ତିଆରି କରିଥିବା ଠିକାଦାର, କନସଲଟାଣ୍ଟ ଓ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ସମ୍ପର୍କରେ ସେମାନଙ୍କ ନାମ ଓ ଯୋଗଯୋଗ ତଥ୍ୟ ସହ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ। ଏ ସମ୍ପର୍କରେ ଗଡ଼କରୀ କହିଛନ୍ତି ଯେ ସବୁ ବେଳେ ମୁଁ କାହିଁକି ଗାଳି ଖାଇବି। କ୍ୟୁଆର୍‌ କୋଡ୍‌ରେ ସବୁ ତଥ୍ୟ ରହିବ। ସଡ଼କର ଖରାପ ସ୍ଥିତିକୁ ନେଇ ସୋସିଆଲ ମିଡିଆରେ ହେଉଥିବା ଅଭିଯୋଗକୁ ଗମ୍ଭୀରତାର ସହ ନେବା ଲାଗି ସେ ନିର୍ମାଣକାରୀମାନଙ୍କୁ କହିଛନ୍ତି। ତାଙ୍କ ମତରେ ଲୋକମାନେ ଯଦି ଟୋଲ୍ ଦେଉଛନ୍ତି, ସେମାନେ ଭଲ ସଡ଼କ ପାଇବାକୁ ହକଦାର୍‌।

  • Related Posts

    ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ

    ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ। ଆଜି ଫାଇନାଲରେ ମାଲେସିଆକୁ ୫-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ। ଏହା ସହ ଲସ୍‌ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ…

    Continue reading
    ଇପିଏଫ୍ଓ: କର୍ମଚାରୀଙ୍କ ଦରମା କାଣ୍ଟଛାଣ୍ଟ କରିପାରିବେନି କମ୍ପାନି

    ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ରେ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍ଓ)ର ମାସିକ ବେତନ ସୀମାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଦେଶରେ ୧ କୋଟିରୁ ଊଦ୍ଧ୍ୱର୍ ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହେବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ