ଆଳୁ ୧୨ ଟଙ୍କାରୁ ଅଧିକରେ ବିକ୍ରି କରି ପାରିବେ ନାହିଁ ଖୁଚୁରା ବ୍ୟବସାୟୀ

ଭୁବନେଶ୍ୱର: ଖୁଚୁରା ବ୍ୟବସାୟୀ ଆଳୁ ୧୨ ଟଙ୍କାରୁ ଅଧିକରେ ବିକ୍ରି କରି ପାରିବେ ନାହିଁ । ଯଦି ଏହି ନିୟମକୁ ଅଣଦେଖା କରନ୍ତି, ବାନ୍ଧିକି ସିଧା ଜେଲକୁ ପଠାହେବ। ଏମିତି କଡା ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହା ସହ ରାଜଧାନୀର ବିଭିନ୍ନ ମାର୍କେଟରେ ଧମାଧମ ଚଢାଉ କରାଯାଇଛି ।
ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ବସିଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନନ୍ଦ୍ରେ ମିଶ୍ର, ବିଏମ୍‌ସି ଏସିଏସ୍ଓ ସହିତ ଭୁବନେଶ୍ୱର ସବୁ ବ୍ୟବସାୟୀ ଯୋଗଦେଇଥିଲେ । ଆଳୁ ଓ ପିଆଜ୍ ବିକ୍ରି ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।

ବୈଠକରେ କୁବେରପୁରୀ ହୋଲସେଲ ମାର୍କେଟ ଆଳୁ ଦର ପ୍ରସଙ୍ଗ ଉଠିଥିଲା । କୁଇଣ୍ଟାଲ ପ୍ରତି ୫ଶହର ୬ଶହ ଟଙ୍କା ବିକ୍ରି ହେଉଥିବା ନେଇ ମତ ରଖିଥିଲେ କୁବେରପୁରୀ ବ୍ୟବସାୟୀ । ଏହି ପ୍ରସଙ୍ଗରେ ଏଡିଏମ୍ କହିଥିଲେ ଯେ ଖୁଚୁରା ବଜାରରେ ଦର କାହିଁକି ଅଧିକ । ବ୍ୟବସାୟୀମାନେ ଉତ୍ତର ରଖିଥିଲେ ଯେ ଆଳୁ ପରିବହନ ଓ ବଛା ଆଳୁ ମିଶାଇଲେ ୧୪ ଟଙ୍କାରେ ବିକ୍ରି ହେବ । ହେଲେ ଏହାକୁ ସିଧା ମନା କରିଥିଲେ ସିଏସ୍ଓ ଶ୍ରୀ ମିଶ୍ର । ଆଳୁ ଦର ୧୨ ଟଙ୍କାରୁ ଅଧିକ ବିକ୍ରି ହେବ ନାହିଁ ବୋଲି ରୋକଠୋକ୍ ଶୁଣାଇଥିଲେ । ଏହା ସହ ପିଆଜ ଦର ମଧ୍ୟ ୨୦ ଟଙ୍କାରୁ ଅଧିକ ବିକ୍ରି ହେବ ନାହିଁ ବୋଲି ଚେତାବନୀ ଦିଆଯାଇଛି । ଏହାପରେ ଆରମ୍ଭ ହୋଇଥିଲା ଚଢାଉ । ଯୋଗାଣ ବିଭାଗର ଏସିଏସ୍ଓଙ୍କ ନେତୃତ୍ୱରରେ ୟୁନିଟ୍-୧, ୟୁନିଟ୍-୪ ମାର୍କେଟରେ ଚଢ଼ାଉ କରାଯାଇଥିଲା । ଆଳୁ ଦର ୧୨ ଟଙ୍କାରୁ ଅଧିକ ବିକ୍ରି କଲେ କାର୍ୟ୍ୟାନୁଷ୍ଠାନ ନେବାକୁ ସିଧା ଚେତାବନୀ ଦିଆଯାଇଛି । ଖାଲି ଆଳୁ କି ପିଆଜ ନୁହେଁ । ବିଭାଗ ପକ୍ଷରୁ ହାଟରେ ଥିବା ସବୁ ଗ୍ରୋସରୀ ଦୋକାନ ବି ଯାଞ୍ଚ କରାଯାଇଛି । ଚାଉଳ, ଡାଲି, ତେଲ ଦର ଯାଞ୍ଚ କରାଯାଇଥିଲା । ଏହାସହ ବଡ ଗୋଦାମରେ ଥିବା ଷ୍ଟକ ବି ଯାଞ୍ଚ କରିଛି ଯୋଗାଣ ବିଭାଗ । ଏହି ବୈଠକରେ ଭୁବନେଶ୍ୱରର ସବୁ ବ୍ୟବସାୟୀ ସଂଘର ଏବଂ ମାର୍କେଟର କର୍ମକର୍ତ୍ତା ଯୋଗଦେଇଥିଲେ । ଏଭଳି ପରିସ୍ଥିତିରେ ସମସ୍ତେ ସହଯୋଗର ହାତ ବଢାଇବାକୁ ଏଡିଏମ୍ ଶ୍ରୀ ଜେନା କହିଛନ୍ତି ।

  • Related Posts

    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading
    ଆଜି ଗୁଡ୍ ଫ୍ରାଇଡେ, ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ

    ଆଜି ଗୁଡ୍ ଫ୍ରାଇଡେ। ମାନବ ଜାତି ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବଳିଦାନର ସ୍ମୃତିଚାରଣ କରାଯାଉଛି । ଯୀଶୁଙ୍କ ବଳିଦାନକୁ ମନେ ପକାଇ ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ ଭାଇ ଭଉଣୀ । ଏଥିପାଇଁ ସକାଳୁ ଉଭୟ ବାପ୍‌ଟିଷ୍ଟ ଓ କ୍ୟାଥଲିକ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ