ସବ୍‌-ଜୋନାଲ୍‌ ମାଓ କମାଣ୍ଡର ସୁରେନ୍ଦ୍ର ଲୋହାରଙ୍କ ଆତ୍ମସମର୍ପଣ

ବିଶ୍ରା: ମାଓବାଦୀଙ୍କ ବିରୋଧରେ ପୁଲିସଙ୍କ ନିରନ୍ତର ଅଭିଯାନର ପ୍ରଭାବ ଦେଖିବାକୁ ମିଳିଛି। ଝାଡ଼ଖଣ୍ଡ ଜନମୁକ୍ତି ପରିଷଦ (ଜେଜେଏମପି)ର ସବ୍-ଜୋନାଲ କମାଣ୍ଡର ସୁରେନ୍ଦ୍ର ଲୋହରା ଓରଫ ଟାଇଗର ଗୁରୁବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଏହି ମାଓ କମାଣ୍ଡର ପାଲାମୁ ଆଇଜି ଶୈଳେନ୍ଦ୍ର ସିହ୍ନା ଏବଂ ଲାତେହାର ଏସପି କୁମାର ଗୌରବଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ସୁରେନ୍ଦ୍ର ଲୋହରା ଲାତେହାର ସଦର ଥାନା ଅଞ୍ଚଳର ମାଞ୍ଜର ଗାଁର ବାସିନ୍ଦା ଓ ସେ ଗତ ୨୦ ବର୍ଷ ଧରି ବିଭିନ୍ନ ମାଓ ସଂଗଠନରେ ସକ୍ରିୟ ରହିଥିଲେ। ଲାତେହାର ଏସପି କୁମାର ଗୌରବଙ୍କ ନେତୃତ୍ୱରେ ଗତ କିଛି ଦିନ ଧରି ମାଓ ବିରୋଧରେ ବ୍ୟାପକ ଅଭିଯାନ ଚାଲିଥିଲା। ଏହି ଅଭିଯାନରେ ପୂର୍ବରୁ ଦୁର୍ବଳ ହୋଇପଡ଼ିଥିବା ମାଓବାଦୀମାନଙ୍କୁ ଆତ୍ମସମର୍ପଣ ପାଇଁ ଶେଷ ସୁଯୋଗ ଦିଆଯାଇଥିଲା। ଝାଡ଼ଖଣ୍ଡ ସରକାରଙ୍କ ଆତ୍ମସମର୍ପଣ ନୀତି ବିଷୟରେ ଜାଣିବା ପରେ ସୁରେନ୍ଦ୍ର ପୁଲିସ ସହ ସମ୍ପର୍କ କରିଥିଲେ। ଆତ୍ମସମର୍ପଣ ପରେ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସୁବିଧା ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା।
ସୂଚନାଯୋଗ୍ୟ ଯେ, ଲାତେହାର ଏସପି କୁମାର ଗୌରବଙ୍କ ଦେଢ଼ବର୍ଷର କାର୍ଯ୍ୟକାଳରେ ୨୮ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

  • Related Posts

    ୧୦, ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟକୁ ମଞ୍ଜୁରି

    ନୂଆଦିଲ୍ଲୀ: ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି । କେନ୍ଦ୍ର ସରକାର ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ର ଫିଲ୍ଡ ଟ୍ରାଏଲ ବା କ୍ଷେତ୍ରୀୟ ପରୀକ୍ଷଣକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଉଭୟ ବର୍ଗରେ ୧୦୦ କୋଟି ଲେଖାଏଁ ପ୍ଲାଷ୍ଟିକ ନୋଟ…

    Continue reading
    ଜିମ୍ବାୱେରେ  ଡଙ୍ଗା ବୁଡ଼ିଲା; ୧୫  ମୃତ

    ହରାରେ: ଜିମ୍ବାୱେର କରିବା ହ୍ରଦରେ ୯୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଚି। ରିପୋର୍ଟ ଅନୁଯାୟୀ ୧୫ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି ଏବଂ ୨୦ ରୁ ଅଧିକ ନିଖୋଜ ଅଛନ୍ତି। ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ