ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ନୂଆଦିଲ୍ଲୀରୁ ଫେରିବା ପରେ ଅପରାହ୍ନ ୪ଟାରେ କ୍ୟାବିନେଟ୍ ବୈଠକ ହେବବୋଲି ଜାଣିବାକୁ ମିଳିଛି । ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ ହେବ । ଏନେଇ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ସେହିପରି କେତେକ ପ୍ରଶାସନିକ ସଂଶୋଧନ ଓ ପ୍ରକଳ୍ପ ଉପରେ ବି କ୍ୟାବିନେଟ୍ ମୋହର ଲଗାଇପାରନ୍ତି । ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଆସିବାର କାର୍ଯ୍ୟକ୍ରମ ରହିଛି । ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀରେ ଯୋଗଦେବେ ବୋଲି ଜାଣିବାକୁ ମିଳିଛି । ଜନଜାତି ଗୌରବ ଦିବସରେ ରାଜ୍ୟ ସରକାର କିଛି ଘୋଷଣା କରିବାର ସମ୍ଭାବନା ରହିଛି । ସେନେଇ କ୍ୟାବିନେଟରେ ଆଲୋଚନା ହୋଇପାରେ ଜାଣିବାକୁ ମିଳିଛି ।
ମେଟାକୁ କୋର୍ଟଙ୍କ ନିର୍ଦେଶ; ମୋଦୀ-ମହିଳାଙ୍କ ଫଟୋ ହଟାଅ
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ…








