ଆୟବହିର୍ଭୂତ ସମ୍ପତ୍ତି ମାମଲା, ମୃତ ଅଧିକାରୀଙ୍କ ସ୍ତ୍ରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବ ଭିଜିଲାନ୍ସ

ଭୁବନେଶ୍ବର,19/08: ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବନ ବିଭାଗର ପୂର୍ବତନ ଉପ ନିର୍ଦେଶକ ତଥା ମୃତ ବସନ୍ତ କୁମାର ପ୍ରଧାନଙ୍କ ପତ୍ନୀ ସ୍ବର୍ଣ୍ଣଲତା ପ୍ରଧାନଙ୍କ ନାଁରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ଭିଜିଲାନ୍ସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଜ୍ୟାପ୍ତି ସମ୍ପତ୍ତି ମଧ୍ୟରେ କଟକ ତୁଳସୀପୁରରେ ଥିବା ଅଟ୍ଟାଳିକା, ଭୁବନେଶ୍ବର ଲକ୍ଷ୍ମୀସାଗରରେ ଥିବା କୋଠା, କଟକ ଆଠଗଡ଼ରେ ଥିବା ୫.୨ ଏକର ଫାର୍ମ ହାଉସ ଏବଂ ବ୍ୟାଙ୍କ ଓ ଡାକ ଜମା ରହିଛି।
ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ଆୟବହିର୍ଭୂତ ଠୁଳ ଅଭିଯୋଗରେ ଭୁବନେଶ୍ବର ସୋସିଆଲ ଫରେଷ୍ଟ୍ରିର ତତ୍କାଳୀନ ଉପ ନିର୍ଦେଶକ ବସନ୍ତ କୁମାର ପ୍ରଧାନଙ୍କ ବାସଭବନ ସମେତ କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଆୟ ବହିର୍ଭୁତ ସମ୍ପତ୍ତିର ଉତ୍ସ ଦର୍ଶାଇ ନ ପାରିବାରୁ ଭିଜିଲାନ୍ସ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଥିଲା। ସ୍ତ୍ରୀ ସ୍ବର୍ଣ୍ଣପ୍ରଭାଙ୍କୁ ମଧ୍ୟ ଭିଜିଲାନ୍ସ ଅଭିଯୁକ୍ତ ଦର୍ଶାଇଥିଲା। ମାମଲାର ବିଚାର କରି ଅଦାଲତ ବସନ୍ତଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ପରେ ଭିଜିଲାନ୍ସ ତାଙ୍କର ଜବତ ସମ୍ପତ୍ତି ବାଜ୍ୟାପ୍ତି ଲାଗି ଅଦାଲତଙ୍କ ଅନୁମତି ଲୋଡ଼ିଥିଲା। ଇତିମଧ୍ୟରେ ପୂର୍ବତନ ଉପ ନିର୍ଦେଶକ ଶ୍ରୀ ପ୍ରଧାନଙ୍କ ମୃତ୍ୟୁ ହୋଇସାରିଛି। ତଦନ୍ତକାରୀ ସଂସ୍ଥାର ଆବେଦନକୁ ବିଚାର କରି ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତ (ଭିଜିଲାନ୍ସ) ଜଜ୍‌ ଆଶାପୂର୍ଣ୍ଣା ମହାପାତ୍ର ସ୍ବର୍ଣ୍ଣପ୍ରଭାଙ୍କ ନାଁରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ଆଦେଶ ଦେଇଛନ୍ତି।

  • Related Posts

    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading
    ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ

    ଭୁବନେଶ୍ୱର : ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ସୋମବାର ଖବର ସାମ୍ନାକୁ ଆସିଛି। ଷ୍ଟେସନରେ ଛାଡି ଦେବାକୁ କହି ୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତମାଣ୍ଡୋ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ୨…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ