ଇଂଲଣ୍ଡକୁ ହରାଇ ସିରିଜ କ୍ଲିନ ସୁଇପ କଲା ଭାରତ

ଅହମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲା ବୁଧବାର ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିଲ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଭାରତ ବ୍ୟାଟିଂ କରିଥିଲା। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ ହରାଇ ୩୫୬ ରନ ସଂଗ୍ରହ କରିଥିଲା । ଫଳରେ ଇଂଲଣ୍ଡ ଆଗରେ ୩୫୭ ରନର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ଇଂଲଣ୍ଡ ୩୪.୨ ଓଭରରେ ସମସ୍ତ ୱିକେଟ ହରାଇ ୨୧୪ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଆଜିର ମ୍ୟାଚକୁ ୧୪୨ରନ ଜିତିବାସହ ୩-୦ରେ ସିରିଜ ମୂଳପୋଛ କରିଛି ରୋହିତ ବାହିନୀ।ଇଂଲଣ୍ଡ ପକ୍ଷରୁ ଫିଲ ସଲ୍ଟ ୨୧ ବଲରେ ୨୩ ରନ, ବେନ୍‌ ଡକେଟ ୨୨ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ଟମ ବାନଟୋନ ୪୧ ବଲରେ ୩୮ ରନ, ଜୋ ରୁଟ୍‌ ୨୯ ବଲରେ ୨୪, ହ୍ୟାରୀ ବ୍ରୁକ୍‌ ୨୬ ବଲରେ ୧୯ରନ ଗୁସ୍ ଅତକିନସନ ୧୯ ବଲରେ ୩୮ ରନ କରି ଆଉଟ ହୋଇଥିଲେ।
ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ଅକ୍ଷର ପଟେଲ , ହର୍ସିତ ରାଣା ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇଥିବାବେଳେ ୱାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ ହରାଇ ୩୫୬ ରନ ସଂଗ୍ରହ କରିଥିଲା। ଏହି ଇନିଂସରେ ଭୁବମନ ଗିଲ ଶତକ ହାସଲ କରିଥିବା ବେଳେ ଅର୍ଦ୍ଧ ଶତକ କରିଛନ୍ତି ବିରାଟ କୋହଲି ଓ ଶ୍ରେୟସ ଆୟର । ଶୁଭମନ ଗିଲ ୧୦୨ ବଲରେ ୧୧୨ ରନ ସଂଗ୍ରହ କରିଛନ୍ତି । ବିରାଟ ୫୫ ବଲରେ ୫୨ ରନ କରିଥିବା ବେଳେ ଶ୍ରେୟସ ଆୟର ୬୪ ବଲରେ ୭୮ ରନ ସଂଗ୍ରହ କରିଛନ୍ତି । ରୋହିତ ଶର୍ମା ଏକ ରନ କରି ଆଉଟ ହୋଇଯାଇଥଇବା ବେଳେ କେଏଲ ରାହୁଲ ୪୦, ହାର୍ଦ୍ଦିକ ପାଣ୍ଡ୍ୟା ୧୭, ଅକ୍ଷର ପଟେଲ ୧୩, ଓ୍ବାସିଙ୍ଗଟନ ସୁନ୍ଦର ୧୪, ହର୍ଷିତ ରାଣା ୧୩, ଅର୍ଶଦୀପ ସିଂ ୨ ଓ କୁଲଦୀନ ଯାଦବ ଗୋଟିଏ ରନ କରିଥିଲେ।

ଅନ୍ୟପଟେ ଇଂଲଣ୍ଡର ଆଦିଲ ରସିଦ ୪ଟି ଓ୍ବିକେଟ୍, ମାର୍କ ଉଡ୍‌ ଦୁଇଟି ଓ୍ବିକେଟ ନେଇଥିବା ବେଳେ ସକିବ ମହମୁଦ, ଗୁସ ଆଟକିନସନ ଓ ଜୋ ରୁଟ୍ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ