ଇମ୍ରାନ ଖାନଙ୍କୁ ୨୮ ପୂର୍ବରୁ ଦେଶ ଛାଡିବାକୁ ନୋଟିସ୍

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମୁମ୍ବାଇରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ବିରୋଧ ପ୍ରଦର୍ଶନରେ ସେ ସାମିଲ ହୋଇଥିବା ନେଇ ଖବର ପ୍ରକାଶ ପାଇଛି । ଏହା ପରେ ତାଙ୍କ ନାଗରିକତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି ।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ୍‌ଙ୍କ ଜନ୍ମଗତ ଆମେରିକୀୟ ନାଗରିକତା ରହିଛି । ବିରୋଧ ପ୍ରଦର୍ଶନରେ ତାଙ୍କ ଯୋଗଦାନକୁ ନେଇ କେତେକ ମହଲରେ ଆପତ୍ତି ଉଠିବା ସହ ତାଙ୍କୁ ଭାରତରୁ ବହିଷ୍କାର କରିବାକୁ ଦାବି ହୋଇଛି । ଏହି ଘଟଣା ସମ୍ପର୍କରେ ଅଭିନେତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।ସମ୍ପୃକ୍ତ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଇମ୍ରାନ ଖାନ୍‌ଙ୍କ ବିରୋଧରେ ଇମିଗ୍ରେସନ୍‌ ଆଣ୍ଡ୍‌ ଫରେନର୍ସ ଆଇନର ଧାରା ୭ ଓ ୨୯ ଅନୁଯାୟୀ ନୋଟିସ୍‌ ଜାରି ହୋଇଥିବା ଦାବି କରାଯାଇଛି । ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ମୁମ୍ବାଇର ଫରେନର୍ସ ରିଜିଓନାଲ୍‌ ରେଜିଷ୍ଟ୍ରେସନ୍‌ ଅଫିସ୍‌ (FRRO) ଏହି ନୋଟିସ୍‌ ପଠାଇଥିବା ଖବରରେ କୁହାଯାଇଛି । ଏଥିରେ ଅକ୍ଟୋବର ୨୮ ପୂର୍ବରୁ ଦେଶ ଛାଡ଼ିବାକୁ କୁହାଯାଇଥିବା ଦାବି ହୋଇଛି।

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ହୋଇଥିବା ପ୍ରତିବାଦରେ ଇମ୍ରାନ ଖାନ୍‌ ସାମିଲ ହୋଇଥିବା ନେଇ ବିଭିନ୍ନ ଭିଡିଓ ଓ ଦୃଶ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି । ଏହାକୁ ନେଇ ତାଙ୍କୁ ଟ୍ରୋଲ୍‌ କରାଯିବା ସହ ତାଙ୍କ ନାଗରିକତା ଓ ଦେଶରେ ରହିବାର ଅଧିକାରକୁ ନେଇ ପ୍ରଶ୍ନ ଉଠାଯାଇଛି । ପ୍ରତିବାଦ ସମୟରେ ତାଙ୍କୁ ମୁମ୍ବାଇ ପୋଲିସ ଅଟକ ରଖିଥିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।

ଇମ୍ରାନ ଖାନ୍‌ ୨୦୦୮ରେ ‘ଜାନେ ତୁ ୟା ଜାନେ ନା’ ଚଳଚ୍ଚିତ୍ର ମାଧ୍ୟମରେ ନାୟକ ଭାବେ ବଲିଉଡ୍‌ରେ ପଦାର୍ପଣ କରିଥିଲେ। ଏହା ପରେ ସେ ‘ଲକ୍‌’, ‘ଦିଲ୍ଲୀ ବେଲି’, ‘ବ୍ରେକ୍‌ କେ ବାଦ୍‌’, ‘ଗୋରି ତେରେ ପ୍ୟାର ମେଁ’ ଓ ‘କଟ୍ଟି ବଟ୍ଟି’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୨୦୧୫ ପରେ ସେ ଅଭିନୟ ଜଗତରୁ ଦୂରେଇ ରହିଥିଲେ। ପ୍ରକାଶିତ ଖବର ଅନୁଯାୟୀ, ସେ ‘ଅଧୁରେ ହମ୍‌ ଅଧୁରେ ତୁମ୍‌’ ଚଳଚ୍ଚିତ୍ର ମାଧ୍ୟମରେ ପୁଣି ନାୟକ ଭାବେ ପରଦାକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ଚଳଚ୍ଚିତ୍ରଟି ୧୮ ଡିସେମ୍ବର ୨୦୨୬ରେ ମୁକ୍ତିଲାଭ କରିବାର ସୂଚନା ରହିଛି।

ଏବେ ତାଙ୍କୁ ନେଇ ଉଠିଥିବା ବିବାଦ ଓ ଦେଶ ଛାଡ଼ିବା ସମ୍ପର୍କିତ ନୋଟିସ୍‌ ଦାବି ତାଙ୍କ ଆଗାମୀ ଚଳଚ୍ଚିତ୍ର ଉପରେ କି ପ୍ରଭାବ ପକାଇବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

  • Related Posts

    ଅକ୍ଟୋବର ୧୨ ପଦଯାତ୍ରା ପ୍ରସଙ୍ଗରେ ରାହୁଲ, ଅଖିଳେଶଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

    ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (S.I.R.)ରେ କଥିତ ଅନିୟମିତତାକୁ ବିରୋଧ କରି ଗତ ଅକ୍ଟୋବର ୧୨ ତାରିଖରେ ସୁପ୍ରିମକୋର୍ଟ ଅଭିମୁଖେ ହୋଇଥିବା ପଦଯାତ୍ରା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ…

    Continue reading
    ଧର୍ମ ପରିବର୍ତ୍ତନ କଲେ ମିଳିବନି ସଂରକ୍ଷଣ

    ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନ କରିବା ପରେ ମଧ୍ୟ ସଂରକ୍ଷଣ ଦାବି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ବଡ଼ ସୁ୍ପ୍ରିମ ଝଟ୍‌କା ଲାଗିଛି । ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ସ୍ପଷ୍ଟ କରିଛନ୍ତି ଯେ, ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ଅଧିକାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି