ଉଚ୍ଚଶିକ୍ଷା ବିଭାଗ ଏବଂ ସିଏସଆର ବକ୍ସ, ନନ୍ଦୀ ଫାଉଣ୍ଡେସନ ଏବଂ ଓକେସିଏଲ ମଧ୍ୟରେ ୩ଟି ବୁଝାମଣା ପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଏବଂ ସିଏସଆର ବକ୍ସ, ନନ୍ଦୀ ଫାଉଣ୍ଡେସନ ଏବଂ ଓକେସିଏଲ ଆଦି ଅନୁଷ୍ଠାନ ମଧ୍ୟରେ ୩ଟି ବୁଝାମଣା ପତ୍ର ସ୍ଵାକ୍ଷରିତ କରିଛି। ଏଥିସହ ନାସକମ୍ ସହାଭାଗିତାରେ ‘ଏଆଇ କୋର୍ସ ଫର୍ ଅଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୪୦ଜଣ ଅଧ୍ୟାପକଙ୍କୁ ଇଡିଆଇଆଇ, ଅହମଦାବାଦ ଅନୁଷ୍ଠାନକୁ ଏକ୍ସପୋଜର ଭିଜିଟ୍ ପାଇଁ ପଠାଇବା, ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଓ ଶିକ୍ଷକଙ୍କର କାର୍ଯ୍ୟ ଦକ୍ଷତା ପାଇଁ ‘ଆକାଡେମିକ୍ ପରଫରମାନ୍ସ ଆସେସମେଣ୍ଟ ପୋର୍ଟାଲ’ ଏବଂ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ପରୀକ୍ଷାମାନଙ୍କରେ ପ୍ରଶ୍ନପତ୍ରର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ‘ପ୍ରଶ୍ନବ୍ୟାଙ୍କ ପୋର୍ଟାଲ’ର ଶୁଭାରମ୍ଭ ହୋଇଛି।

କଳିଙ୍ଗ ଷ୍ଟାଡିୟମ୍ ଟେନିସ ସେଣ୍ଟର ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଥିବା ଆଜିର କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଉଚ୍ଚଶିକ୍ଷା ବିଭାଗ ଓ ଆଇବିଏମ୍-ସିଏସଆର ବକ୍ସ ମଧ୍ୟରେ ହୋଇଥିବା ବୁଝାମଣା ପତ୍ର ସ୍ଵାକ୍ଷର ମାଧ୍ୟମରେ ରାଜ୍ୟର ୧ ଲକ୍ଷ ୨୫ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କର ଦକ୍ଷତା ବିକାଶ କରାଯିବ। କଳା, ବିଜ୍ଞାନ ଓ ବାଣିଜ୍ୟ ଷ୍ଟ୍ରିମ୍‌ର ଛାତ୍ରଛାତ୍ରୀମାନଙ୍କୁ ଏହା ଅଧୀନରେ ଅନ୍ତର୍ଭୁକ୍ତ କରାଯିବ। କୃତ୍ରିମ ବୁଦ୍ଧିମତା (ଏଆଇ), ଡିଜିଟାଲ ସାକ୍ଷରତା, ଏଣ୍ଟ୍ରପ୍ରାଇଜ ଡିଜାଇନ ଥିଙ୍କିଙ୍ଗ, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଆଦି ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନଙ୍କୁ ଅନ୍‌ଲାଇନ କୋର୍ସ, ବିଭିନ୍ନ କର୍ମଶାଳା ଏବଂ ପ୍ରୋଜେକ୍ଟ ଲର୍ନିଙ୍ଗ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ବିଶେଷ ଭାବରେ ଓଡ଼ିଶାର ଉପାନ୍ତ ଓ ଆକାଂକ୍ଷୀ ଜିଲ୍ଲାର ୧୦୭ଟି ଉଚ୍ଚଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏଥିସହ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯିବ।

ଉଚ୍ଚଶିକ୍ଷା ବିଭାଗ ଓ ନନ୍ଦୀ ଫାଉଣ୍ଡେସନ ମଧ୍ୟରେ ହୋଇଥିବା ବୁଝାମଣା ପତ୍ର ସ୍ଵାକ୍ଷର ମାଧ୍ୟମରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ
ଅଧ୍ୟୟନରତ ଶେଷ ବର୍ଷର ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହା ଅଧୀନରେ ଛାତ୍ରୀମାନଙ୍କୁ ଅଫ୍‌ଲାଇନ ମୋଡରେ ବିତ୍ତୀୟ ସାକ୍ଷରତା, କ୍ରିଟିକାଲ ଥିଙ୍କିଙ୍ଗ, ପବ୍ଲିକ ସ୍ପିକିଙ୍ଗ, କମ୍ୟୁନିକେସନ ସ୍କିଲ
ଆଦି କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ଯାହାକି ନିଯୁକ୍ତି କ୍ଷେତ୍ରରେ ଛାତ୍ରୀମାନଙ୍କ ପାଇଁ ସହାୟକ ହେବ।

ଓକେସିଏଲ ସହ ହୋଇଥିବା ବୁଝାମଣା ପତ୍ର ସ୍ଵାକ୍ଷର ମାଧ୍ୟମରେ ଡିଜିଟାଲ ମୋଡରେ ଛାତ୍ରଛାତ୍ରୀମାନଙ୍କୁ ୩୦ ଘଣ୍ଟାର କମ୍ୟୁନିକେସନ ସ୍କିଲ ପ୍ରୋଗ୍ରାମ,
୧୦ ଘଣ୍ଟାର ଏଆଇ ଆଧାରିତ କୋର୍ସ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ୫ ଘଣ୍ଟାର ଏଆଇ ଓରିଏନଣ୍ଟେସନ କୋର୍ସ ପ୍ରଦାନ କରାଯିବ।

ନାସକମ୍ ସହଭାଗିତାରେ ଆଜି ‘ଏଆଇ କୋର୍ସ ଫର ଅଲ୍‌’ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହୋଇଛି। ଏହା ମାଧ୍ୟମରେ ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ କାର୍ଯ୍ୟରତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ଏଆଇ କ୍ଷେତ୍ରରେ ଦକ୍ଷତା ବିକାଶ କରାଯିବ। ଅନ୍‌ଲାଇନ ମାଧ୍ୟମରେ ଏଆଇ କୋର୍ସ
ପ୍ରଦାନ କରାଯିବା ଦ୍ୱାରା ୧ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଲକ୍ଷ୍ୟ ରଖାଯାଇଛି।

ଉଚ୍ଚଶିକ୍ଷା ବିଭାଗ ଏବଂ ଇଡିଆଇଆଇ, ଅହମଦାବାଦ (Entreprenurship Development Institute of India, Ahmadabad) ର ମିଳିତ ସହଯୋଗରେ ଫାକ୍ଲଟି ମେଣ୍ଟର ଡେଭେଲପମେଣ୍ଟ ପ୍ରୋଗ୍ରାମ ମାଧ୍ୟମରେ ଓଡ଼ିଶାର ୪୦ଜଣ ଅଧ୍ୟାପକଙ୍କୁ ଇଡିଆଇଆଇ, ଅହମଦାବାଦ
ଠାରେ ୬ ଦିନ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏଣ୍ଟ୍ରପ୍ରିନ୍ୟୁରସିପ୍, ଏଣ୍ଟ୍ରପ୍ରିନ୍ୟୁରସିପ୍ ମେଣ୍ଟରିଙ୍ଗ, ଏଣ୍ଟ୍ରପ୍ରାଇଜ ଡେଭେଲପମେଣ୍ଟ ଟୁଲ, ଏଣ୍ଟ୍ରପ୍ରିନ୍ୟୁରସିପ୍ ଇକୋସିଷ୍ଟମ୍ ଆଦି ଉପରେ ଅଧ୍ୟାପକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ।

ସେହିପରି ଭାବେ ଉଚ୍ଚଶିକ୍ଷା ବିଭାଗ ଓ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ତରଫରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଓ ଶିକ୍ଷକମାନଙ୍କ କାର୍ଯ୍ୟ ଦକ୍ଷତା ପାଇଁ ‘ଆକାଡେମିକ ପରଫରମାନ୍ସ ଆସେସମେଣ୍ଟ ପୋର୍ଟାଲ’ର ଶୁଭାରମ୍ଭ ହୋଇଛି ଯାହା ମାଧ୍ୟମରେ ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କର ଆକାଡେମିକ ପରଫରମାନ୍ସର ମୂଲ୍ୟାୟନ କରାଯିବ। ୫୨ଟି କେପିଆଇ (KPI- Key Performance indicators) ମାଧ୍ୟମରେ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକର ଆକାଡେମିକ ପରଫରମାନ୍ସର
ମୂଲ୍ୟାୟନ କରାଯିବ। ଏଥିସହ ‘ପ୍ରଶ୍ନବ୍ୟାଙ୍କ ପୋର୍ଟାଲ’ର ଶୁଭାରମ୍ଭ ମଧ୍ୟ ହୋଇଛି ଯାହାଦ୍ୱାରା ଦ୍ବିସ୍ତରୀୟ ବ୍ୟବସ୍ଥା ମାଧ୍ୟମରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ପରୀକ୍ଷା ପ୍ରଶ୍ନପତ୍ରର ଗୁଣାବତ୍ତାକୁ ସୁନିଶ୍ଚିତ କରିବା ସହ ନ୍ୟାସନାଲ କ୍ରେଡିଟ ଫ୍ରେମୱାର୍କର ଷ୍ଟାଣ୍ଡାର୍ଡ ଅନୁଯାୟୀ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇପାରିବ ଏବଂ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ମୂଲ୍ୟାୟନ କରାଯାଇପାରିବ।

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କର ଦକ୍ଷତା ବିକାଶ କରିବା, ଉଚ୍ଚଶିକ୍ଷାନୁଷ୍ଠାନରେ ଉଚ୍ଚକୋଟୀର ଗବେଷଣାକୁ ପ୍ରୋତ୍ସାହନ ଦେବା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍‌କୁ ସୁଦୃଢ଼ କରିବା ନିମନ୍ତେ କାର୍ଯ୍ୟ କରାଯାଉଛି। ଆଜି ବିଭିନ୍ନ ଅନୁଷ୍ଠାନ ସହ ବୁଝାମଣା ପତ୍ର ସ୍ଵାକ୍ଷର ମାଧ୍ୟମରେ ଏଆଇ ଏବଂ ବିଭିନ୍ନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କରାଯିବ। ଅଧ୍ୟାପକମାନଙ୍କର ଏକ୍ସପୋଜର ଭିଜିଟ୍ ମାଧ୍ୟମରେ ଉଚ୍ଚଶିକ୍ଷାନୁଷ୍ଠାନରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍‌କୁ ସୁଦୃଢ କରାଯିବ। ‘ସମସ୍ତଙ୍କ ପାଇଁ ଶିକ୍ଷା, ସମସ୍ତଙ୍କ ପାଇଁ ଉଚ୍ଚଶିକ୍ଷା’ ହେଉଛି ଆମର ଲକ୍ଷ୍ୟ। ଛାତ୍ରଛାତ୍ରୀମାନଙ୍କୁ ଆତ୍ମ ନିର୍ଭର କରିବା ସହ ଏକ ସୁଦୃଢ, ସମୃଦ୍ଧ, ସମାବେଶୀ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଉଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର କାର୍ଯ୍ୟ ନିର୍ବାହୀ ସଦସ୍ୟ ପ୍ରଫେସର ଅତନୁ କୁମାର ପତି ଓ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ଧରଣୀ ଧର ନନ୍ଦ, ପ୍ରତିଭା ସାହୁ, ମୌସୁମୀ ନାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ