ଉଚ୍ଚା ତକିଆରେ ଶୋଉଥିଲେ…

ସାଧାରଣତଃ ସୁନିଦ୍ରା ପାଇଁ ଆରାମଦାୟକ ଶଯ୍ୟାର ଆବଶ୍ୟକତା ବେଶି ଥାଏ । ଅନେକ ଲୋକ ଆରାମ ପାଇଁ ତକିଆରେ ମୁଣ୍ଡ ଦେଇ ଶୋଇବାକୁ ଯସନ୍ଦ କରନ୍ତି । କେହି କେହି ଅଧିକ ଉଚ୍ଚା ତକିଆରେ ମୁଣ୍ଡ ଦେଇ ଶୋଇବାକୁ ଭଲପାଆନ୍ତି । ଏପରିକି ତକିଆକୁ ଉଚ୍ଚା କରିବା ପାଇଁ ଅନେକ ଦୁଇଟି ତକିଆ ବ୍ୟବହାର କରୁଥିବାର ଦେଖାଯାଏ । ତେବେ ଆବଶ୍ୟକତାଠୁ ଅଧିକ ଉଚ୍ଚତାର ତକିଆ ମୁଣ୍ଡରେ ଦେବା ଶରୀର ପାଇଁ କ୍ଷତିକାରକ । ଉଚ୍ଚା ତକିଆ ଦେଇ ଶୋଇବାର ଅର୍ଥ ହେଉଛି, ନିଜେ ନିଜ ପାଇଁ ରୋଗକୁ ଡାକିବା । ମୁଖ୍ୟତଃ ଏହା ହାଡ଼ ଉପରେ ପ୍ରଭାବ ପକାଇଥାଏ ଏବଂ ଏଥିଯୋଗୁ ଶିରାପ୍ରଶିରାରେ ଜଳାପୋଡ଼ା ମଧ୍ୟ ହୋଇଥାଏ । ଏହା ବ୍ୟତୀତ ସକାଳୁ ଉଠିବା ମାତ୍ରେ ଶରୀରରେ ଯନ୍ତ୍ରଣା ହେବା ସହ ଅନ୍ୟାନ୍ୟ ସମସ୍ୟା ଦେଖାଯାଇଥାଏ । ଅତ୍ୟଧିକ ଉଚ୍ଚ ତକିଆ ଦେବା ଦ୍ୱାରା କାନ୍ଧ ଓ ବେକର ମାଂସପେଶୀ ଉପରେ ଚାପ ପଡ଼ିଥାଏ । ଫଳରେ ବେକରେ ଯନ୍ତ୍ରଣା ହୋଇଥାଏ । ଏପରିକି ଅଧିକ ଉଚ୍ଚା ତକିଆ ଦେଇ ଶୋଉଥିବା ଲୋକଙ୍କଠାରେ ମୁଣ୍ଡବିନ୍ଧା ସମସ୍ୟା ବେଶି ହୋଇଥାଏ । କେବଳ ସେତିକି ନୁହେଁ, ଉଚ୍ଚା ତକିଆ ଦେବା ଦ୍ୱାରା ମେରୁଦଣ୍ଡ ଓ ତ୍ୱଚା ଜନିତ ସମସ୍ୟା ଦେଖାଦିଏ । ଏଣୁ ଆବଶ୍ୟକତାଠୁ ଅଧିକ ଉଚ୍ଚା ତକିଆ ବ୍ୟବହାର କରୁଥିଲେ, ସତର୍କ ରହିବା ଖୁବ୍‌ ଜରୁରି ।

  • Garvita Odia

    Related Posts

    ୧୯ଟି ମାଛର ଦାମ ୩୩ ଲକ୍ଷ

    ଭୋଗରାଇ : ମାଛ କରିଦେଲା ଲକ୍ଷପତି । ୧୯ଟି ମାଛର ଦାମ ୩୩ ଲକ୍ଷ । ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ତେଲିଆ ଭୋଳା ମାଛ । ଯାହାକୁ ଦେଖିବାକୁ ଦୀଘା ମୁହାଣରେ ପର୍ୟ୍ୟଟକଙ୍କ ଭିଡ଼ ଲାଗିଛି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ…

    ଆନନ୍ଦ ଉଲ୍ଲାସ ନେଇ ଆସିଛି ରଜ ପର୍ବ

    ଭୁବନେଶ୍ୱର: ବର୍ଷେ ଅପେକ୍ଷା ପରେ ଆନନ୍ଦ ଉଲ୍ଲାସ ନେଇ ଆସିଛି ରଜ ପର୍ବ । ଗଣପର୍ବର ଆଜି ପହିଲି ରଜ । ପିଠା-ମିଠାର ବାସ୍ନାରେ ମହକୁଛି ଗାଁରୁ ସହର । ପାନ ଖିଲ ପାଟିରେ ମାରି, ଦୋଳି ଖେଳି ସମସ୍ତେ ରଜ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର କର୍ମଚାରୀ

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର  କର୍ମଚାରୀ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ