ସାଧାରଣତଃ ସୁନିଦ୍ରା ପାଇଁ ଆରାମଦାୟକ ଶଯ୍ୟାର ଆବଶ୍ୟକତା ବେଶି ଥାଏ । ଅନେକ ଲୋକ ଆରାମ ପାଇଁ ତକିଆରେ ମୁଣ୍ଡ ଦେଇ ଶୋଇବାକୁ ଯସନ୍ଦ କରନ୍ତି । କେହି କେହି ଅଧିକ ଉଚ୍ଚା ତକିଆରେ ମୁଣ୍ଡ ଦେଇ ଶୋଇବାକୁ ଭଲପାଆନ୍ତି । ଏପରିକି ତକିଆକୁ ଉଚ୍ଚା କରିବା ପାଇଁ ଅନେକ ଦୁଇଟି ତକିଆ ବ୍ୟବହାର କରୁଥିବାର ଦେଖାଯାଏ । ତେବେ ଆବଶ୍ୟକତାଠୁ ଅଧିକ ଉଚ୍ଚତାର ତକିଆ ମୁଣ୍ଡରେ ଦେବା ଶରୀର ପାଇଁ କ୍ଷତିକାରକ । ଉଚ୍ଚା ତକିଆ ଦେଇ ଶୋଇବାର ଅର୍ଥ ହେଉଛି, ନିଜେ ନିଜ ପାଇଁ ରୋଗକୁ ଡାକିବା । ମୁଖ୍ୟତଃ ଏହା ହାଡ଼ ଉପରେ ପ୍ରଭାବ ପକାଇଥାଏ ଏବଂ ଏଥିଯୋଗୁ ଶିରାପ୍ରଶିରାରେ ଜଳାପୋଡ଼ା ମଧ୍ୟ ହୋଇଥାଏ । ଏହା ବ୍ୟତୀତ ସକାଳୁ ଉଠିବା ମାତ୍ରେ ଶରୀରରେ ଯନ୍ତ୍ରଣା ହେବା ସହ ଅନ୍ୟାନ୍ୟ ସମସ୍ୟା ଦେଖାଯାଇଥାଏ । ଅତ୍ୟଧିକ ଉଚ୍ଚ ତକିଆ ଦେବା ଦ୍ୱାରା କାନ୍ଧ ଓ ବେକର ମାଂସପେଶୀ ଉପରେ ଚାପ ପଡ଼ିଥାଏ । ଫଳରେ ବେକରେ ଯନ୍ତ୍ରଣା ହୋଇଥାଏ । ଏପରିକି ଅଧିକ ଉଚ୍ଚା ତକିଆ ଦେଇ ଶୋଉଥିବା ଲୋକଙ୍କଠାରେ ମୁଣ୍ଡବିନ୍ଧା ସମସ୍ୟା ବେଶି ହୋଇଥାଏ । କେବଳ ସେତିକି ନୁହେଁ, ଉଚ୍ଚା ତକିଆ ଦେବା ଦ୍ୱାରା ମେରୁଦଣ୍ଡ ଓ ତ୍ୱଚା ଜନିତ ସମସ୍ୟା ଦେଖାଦିଏ । ଏଣୁ ଆବଶ୍ୟକତାଠୁ ଅଧିକ ଉଚ୍ଚା ତକିଆ ବ୍ୟବହାର କରୁଥିଲେ, ସତର୍କ ରହିବା ଖୁବ୍ ଜରୁରି ।
ମହିଳାମାନେ ପସନ୍ଦ କରୁଥିବା ପୁରୁଷ
– ସ୍ୱଭାବରେ ଶାନ୍ତ ଏବଂ ସୁନ୍ଦର କଥା: ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ । ବିଶେଷକରି ଶାନ୍ତ ସ୍ୱଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ । କାରଣ ଏଭଳି…








