ଉତ୍କର୍ଷ ଓଡ଼ିଶା କନକ୍ଲେଭ ମେକ ଇନ ଓଡ଼ିଶାର କପି ପେଷ୍ଟ: ବିଜେଡି

ଭୁବନେଶ୍ୱର : ଉତ୍କର୍ଷ ଓଡ଼ିଶା କନକ୍ଲେଭ ମାଧ୍ୟମରେ ଯେଉଁ ସବୁ ଶିଳ୍ପ ଅନୁଷ୍ଠାନ ମାନେ ଏମଓୟୁ କରାଗଲା ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଉଛି, ସେଗୁଡିକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଆସିଥିବା ପ୍ରତିଶ୍ରୁତିର ପୁନରାବୃତ୍ତି ହେଉଛି ବୋଲି ବିଜୁ ଜନତା ଦଳ କହିଛି। ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବିଧାୟକ ତଥା ପୂର୍ବତନ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ପ୍ରଣୟନ କରାଯାଇଥିବା ନୂତନ ଶିଳ୍ପ ନୀତି, ଯଥା ଆଇପିଆର ୨୦୨୨, ନୂତନ ବିସ୍ଥାପନ ନୀତି, ଏକ ସଫଳ ଶିଳ୍ପ ନୀତି ଭାବେ ଆଦୃତ ହୋଇଥିଲା, ଯାହା ମାଧ୍ୟମରେ ରାଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା।
ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଆରମ୍ଭ କରାଯାଇଥିବା ମେକ ଇନ ଓଡିଶା କାର୍ୟ୍ୟକ୍ରମ ମାଧ୍ୟମରେ ୧୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି ମିଳିଥିଲା। ପରବର୍ତ୍ତୀ ସମୟରେ ଏହି ପରିମାଣରୁ ପ୍ରାୟ ୩୩ ପ୍ରତିଶତ ପ୍ରକଳ୍ପ କାର୍ୟ୍ୟକ୍ଷମ ହୋଇପାରିଥିଲା ଓ ଆହୁରି ୧୭ ପ୍ରତିଶତ ପ୍ରକଳ୍ପ କାର୍ୟ୍ୟକ୍ଷମ ହେବାର ଶେଷ ପର୍ୟ୍ୟାୟରେ ପହଞ୍ଚିଥିଲା। ସେହିପରି, ଭଦ୍ରକ ଠାରେ ଟେକ୍ସଟାଇଲ ପାର୍କ, ଅନୁଗୁଳ ଠାରେ ଆଲୁମୁନିୟମ ଡାଉନଷ୍ଟ୍ରିମ ପାର୍କ ଓ କଳିଙ୍ଗ ନଗରରେ ଆଇରନ ଓ ଷ୍ଟିଲ ପାର୍କ ପ୍ରତିଷ୍ଠା ହେବା ସହିତ ପାରାଦ୍ୱୀପ ଠାରେ ପେଟ୍ରୋ କେମିକାଲ ପାର୍କ ପ୍ରତିଷ୍ଠା ପାଇଁ ଏମଓୟୁ ସ୍ୱାକ୍ଷର ହୋଇଛି। ଶିଳ୍ପ କ୍ଷେତ୍ରରେ ଏହି କାର୍ୟ୍ୟ ଯୋଗୁଁ ରାଜ୍ୟର ପ୍ରାୟ ତିନି ଲକ୍ଷ ଲୋକ ଶିଳ୍ପ ଅନୁଷ୍ଠାନ ଗୁଡିକରେ ସିଧାସଳଖ ନିଯୁକ୍ତି ପାଇ ପାରିଛନ୍ତି। ଅପରପକ୍ଷରେ, ରାଜ୍ୟର ଶିଳ୍ପାୟନ ଓ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଅନୁମୋଦନ ନମିଳି ପାରିବାରୁ ଅନେକ ପ୍ରକଳ୍ପ କାମ ଆଗକୁ ବଢ଼ିପାରିନାହିଁ। ରାଜ୍ୟର ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ବ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଅନୁମୋଦନ ଅପେକ୍ଷାରେ ଅଛି, ଯାହା ମଧ୍ୟରୁ ପୁରୀ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପ ଅନ୍ୟତମ।ଶ୍ରୀ ମିଶ୍ର କହିଥିଲେ, ବର୍ତ୍ତମାନର ସରକାର କ୍ଷମତାକୁ ଆସିବାର ସାତ ମାସ ବିତି ଯାଇଥିଲେ ସୁଦ୍ଧା ଶିଳ୍ପ ପ୍ରତିଷ୍ଠା ଦିଗରେ ଗୋଟିଏ ବି ନୂତନ ନୀତି କରିନାହାନ୍ତି। ନୂତନ ସରକାର ଆସିବା ପରେ ଶିଳ୍ପ ଅନୁଷ୍ଠାନରେ ଜଣେ ବି ନୂତନ ନିଯୁକ୍ତି ପାଇନାହାନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଡାକି ଆୟୋଜିତ ହେଉଥିବା ଉକ୍ରର୍ଷ ଓଡିଶା କନକ୍ଲେଭରେ କେବଳ ପୂର୍ବରୁ ମେକ ଇନ ଓଡିଶା କାର୍ୟ୍ୟକ୍ରମ ମାଧ୍ୟମରେ ଆସିଥବା ଶିଳ୍ପ ଅନୁଷ୍ଠାନ ଗୁଡିକ କରିଥିବା ପ୍ରତିଶ୍ରୁତିକୁ ପୁନରାବୃତ୍ତି କରୁଛନ୍ତି। ସୁତରାଂ, ଉତ୍କର୍ଷ ଓଡ଼ିଶା କନକ୍ଲେଭ ବାସ୍ତବରେ ମେକ ଇନ ଓଡ଼ିଶାର କପି ପେଷ୍ଟ ବୋଲି ଶ୍ରୀ ମିଶ୍ର କହିଥିଲେ।

  • Related Posts

    କୋଟିଆ ବିବାଦ ପ୍ରସଙ୍ଗ : ଆଇନଗତ ଓ ପ୍ରଶାସନିକ ପଦକ୍ଷେପକୁ ରାଜସ୍ୱ ମନ୍ତ୍ରୀଙ୍କ ଗୁରୁତ୍ୱ

    ଭୁବନେଶ୍ୱର : କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୋଟିଆ ଅଞ୍ଚଳରେ ଦୀର୍ଘକାଳୀନ ବିବାଦର ଶୀଘ୍ର ଓ ସ୍ଥାୟୀ ସମାଧାନ ନିମନ୍ତେ ରାଜ୍ୟ ସରକାର ଆବଶ୍ୟକ ସମସ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ…

    Continue reading
    ଶାହଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଜନ୍ମଦିନରେ ଛୁଟୁଛି ପ୍ରଂଶସାର ସୁଅ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଛନ୍ତି କି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସମର୍ପଣ ଏବଂ ଦୃଢ଼ ନିଷ୍ଠା ସହିତ ରାଷ୍ଟ୍ର ସେବା କରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି