ଉଦ୍ଧାର ବାଘ ଛୁଆ ସୁରକ୍ଷିତ; ବାଘୁଣୀ ଯମୁନା ଏନକ୍ଲୋଜରକୁ ସ୍ଥାନାନ୍ତର

ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜର ଖପାରଖାଇ ଗ୍ରାମରୁ ଉଦ୍ଧାର ହୋଇଥିବା ବାଘ ଛୁଆଟି ସୁରକ୍ଷିତ ରହିଛି । ଶିମିଳିପାଳ ଅଭୟାରଣ୍ୟର ଫରେଷ୍ଟ୍ କ୍ୟାମ୍ପସରେ ତାହାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ଚାଲିଛି । ଉକ୍ତ ବାଘ ଛୁଆଟିକୁ ବାଘୁଣୀ ଯମୁନା ରହୁଥିବା ଏନକ୍ଲୋଜରକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ଡ଼. ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି ।
ସେପ୍ଟେମ୍ବର 25 ତାରିଖ ଦିନ ଉକ୍ତ ବାଘ ଶାବକଟିକୁ ଖପାରଖାଇ ଗ୍ରାମରୁ ଉଦ୍ଧାର କରାଯାଇଥିଲା । ଶିମିଳିପାଳ ଅଭୟାରଣ୍ୟରୁ ବାଘଟି କୌଣସି କାରଣରୁ ଗ୍ରାମରେ ପ୍ରବେଶ କରିଥିଲା । ପ୍ରଥମେ ଗୁହାଳ ଘର ଓ ପରେ ଏକ ପରିତ୍ୟକ୍ତ ଘର ମଧ୍ୟକୁ ପ୍ରବେଶ କରିଥିଲା । ତାକୁ ଉଦ୍ଧାର କରିବା ପରେ ତୁରନ୍ତ ଚିକିତ୍ସା ଆବଶ୍ୟକତା ଥିବା ଜଣାପଡ଼ିଥିଲା । ଏହାପରେ ତାକୁ ଫରେଷ୍ଟ୍ କ୍ୟାମ୍ପସକୁ ନିଆଯାଇ ପୃଥକ ଭାବେ ରଖାଯାଇଛି । ପ୍ରାଣୀ ଚିକିତ୍ସକ ଟିମ୍ ଦ୍ୱାରା ତାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା । ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ସଠିକ୍ ଥିବାର ଜଣାପଡ଼ିଛି । ଏହା ୮ ମାସର ମାଇ ପ୍ରଜାତି ବାଘ ଛୁଆ ଅଟେ । ତାକୁ ୭ ଦିନ ଧରି ଖାଦ୍ୟ ଓ ସପ୍ଲିମେଣ୍ଟ ଦିଆଯାଇଥିଲା । ବର୍ତ୍ତମାନ ତାର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ସହ ସକ୍ରିୟ ରହିଥିବା ଜଣାପଡ଼ିଛି ।

ସେପଟେ ତା’ଠାରୁ ସଂଗ୍ରହ ହୋଇଥିବା ରକ୍ତ ଓ ମଳ ନମୁନା ଓୟୁଏଟିକୁ ପରୀକ୍ଷା ନିମନ୍ତେ ପଠା ଯାଇଥିଲା । ରିପୋର୍ଟ ଆସିବା ପରେ କୌଣସି ରୋଗ ବା ସଂକ୍ରମଣ ନଥିବା ଦେଖା ଯାଇଛି । ତେଣୁ ବାଘ ଛୁଆଟିକୁ ୨ ଅକ୍ଟୋବରରେ ଜମୁନା ଏନ୍‌କ୍ଲୋଜରରେ ଅଭ୍ୟାସ ପାଇଁ ଛାଡ଼ି ଦିଆଯାଇଛି । ସେ ଏନ୍‌କ୍ଲୋଜର ଭିତରେ ସକ୍ରିୟ ଭାବେ ବିଚରଣ କରୁଛି । ଆଗକୁ ପ୍ରଗତି ଉପରେ ଆଧାର କରି ସ୍ଵାସ୍ଥ୍ୟାବସ୍ଥା ଦେଖି ଜଙ୍ଗଲରେ ଛାଡ଼ିବା ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ଗୋଗିନେନୀ ସୂଚନା ଦେଇଛନ୍ତି ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ