ଏକଜିଟ୍ ପୋଲ , ବାଜି ମାରି ନେବେ କି ବିଜୟ

ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୨୩ ତାରିଖରେ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ବୁଧବାର ଆସିଛି ବୁଥ୍ ବାହୁଡ଼ା ମତ ବା ଏକଜିଟ ପୋଲ ଫଳାଫଳ। ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ମେଣ୍ଟ ଏଠାରେ ପୁଣି ବାଜି ମାରି ଲଗାତାର ଦ୍ୱିତୀୟ ଥର ସରକାର ଗଠନ କରିବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରୁ ଜଣାପଡ଼ିଛି। କିନ୍ତୁ ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ ଫଳାଫଳ କିଛି ଅଲଗା କହୁଛି। ଏହି ସଂସ୍ଥା ଅନୁଯାୟୀ, ଅଭିନେତାରୁ ରାଜନେତା ପାଲଟି ଥିବା ବିଜୟଙ୍କ ଟିଭିକେ ଗଢ଼ିପାରେ ସରକାର।୨୩୪ଟି ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ମ୍ୟାଜିକ ନମ୍ବର ୧୧୭ ହୋଇଥିବା ବେଳେ ବିଜୟଙ୍କ ଦଳକୁ ୯୮ରୁ ୧୨୦ଟି ଆସନ ମିଳିବ ବୋଲି କହିଛି ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ ଫଳାଫଳ। ଡିଏମ୍‌କେକୁ ୯୨ରୁ ୧୧୦ଟି ଆସନ ଓ ଏଆଇଏଡିଏମକେକୁ ୨୨ରୁ ୩୨ଟି ଆସନ ମିଳିବ।
‘ମାଟ୍ରିଜ୍’ର ଏକଜିଟ ପୋଲ ଅନୁଯାୟୀ ବାଜି ମାରିବ ଡିଏମକେ ମେଣ୍ଟ। ୨୩୪ଟି ଆସନରୁ ଏହାକୁ ୧୨୨ରୁ ୧୩୨ଟି ମିଳିବ। ଏଆଇଏଡିଏମକେ ମେଣ୍ଟକୁ ୮୭ରୁ ୧୧୦ଟି ଆସନ ମିଳିବ। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ ଟିଭିକେ (TVK)କୁ ମାତ୍ର ୧୦ରୁ ୧୨ଟି ଆସନ ମିଳିବ। ଅନ୍ୟମାନଙ୍କୁ ଶୂନରୁ ୬ଟି ଆସନ ମିଳିବ।
‘ପିପୁଲସ୍ ପଲ୍ସ’ର ଏକଜିଟ ପୋଲ ଅନୁଯାୟୀ ମଧ୍ୟ ବାଜି ମାରିବ ଡିଏମକେ ମେଣ୍ଟ। ଏହି ମେଣ୍ଟକୁ ୧୨୫ରୁ ୧୪୫ଟି ଆସନ ମିଳିବ। ଏଆଇଏଡିଏମକେ ମେଣ୍ଟକୁ ୬୫ରୁ ୮୦ଟି ଆସନ ମିଳିବ। ସେହିପରି ବିଜୟଙ୍କ ଟିଭିକେକୁ ୧୮ରୁ ୨୪ଟି ଆସନ ମିଳିବ। ଅନ୍ୟମାନେ ୨ରୁ ୬ଟି ଆସନ ଜିତିବେ।
ଚାଣକ୍ୟ ପକ୍ଷରୁ କରାଯାଇଥିବା ଏକଜିଟ ପୋଲର ଫଳାଫଳ କହୁଛି ଡିଏମକେ ୧୪୫ରୁ ୧୬୦ଟି ଆସନ ଜିତିବ। ‘ଏଆଇଏଡିଏମକେ’କୁ ୫୦ରୁ ୬୫ଟି ଆସନ ମିଳିବ। କିନ୍ତୁ ବିଜୟଙ୍କ ‘ଟିଭିକେ’କୁ ଗୋଟିଏ ବି ଆସନ ମିଳିବ ନାହିଁ ବୋଲି କହିଛି। ସେହିପରି ଅନ୍ୟାନ୍ୟ ୧୮ରୁ ୨୬ଟି ଆସନ ପାଇବେ।

P-MARQ କରିଥିବା ଏକଜିଟ ପୋଲର ଫଳାଫଳ କହୁଛି ଡିଏମକେ ୧୨୫ରୁ ୧୪୫ଟି ଆସନ ଜିତିବ। ଏଆଇଏଡିଏମକେ ୬୫ରୁ ୮୫ଟି ଓ ଟିଭିକେ ୧୬ରୁ ୨୬ଟି ଆସନ ଜିତିବେ। ଅନ୍ୟାନ୍ୟ ୧ରୁ ୬ଟି ଆସନ ଜିତିବେ। Poll Of Exit Polls କହୁଛି ରାଜ୍ୟରେ ଡିଏମକେ ମେଣ୍ଟ ୧୩୦ଟି ଆସନ ପାଇ ସରକାର ଗଠନ କରିବ। ଏଆଇଏଡିଏମକେ ୬୫ଟି ଆସନ ଜିତିବ। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଟିଭିକେ ୩୧ଟି ଓ ଅନ୍ୟାନ୍ୟ ୮ଟି ଆସନ ପାଇବେ।

ତାମିଲନାଡୁ ବିଧାନସଭାରେ ୨୩୪ଟି ଆସନ ଅଛି। ୨୦୨୧ ବିଧାନସଭା ନିର୍ବାଚନରେ ରାଜ୍ୟରେ ଡିଏମକେ ନେତୃତ୍ୱାଧୀନ ମେଣ୍ଟ ୧୫୮ଟି ଆସନ ପାଇ ସରକାର ଗଠନ କରିଥିଲା। ଡିଏମକେ ଏକାକୀ ୧୩୩ ଆସନ ଜିତିଥିଲା, ଯାହା ସରକାର ଗଠନ କରିବା ପାଇଁ ଆବଶ୍ୟକ ହେଉଥିବା ୧୧୭ଟି ଆସନରୁ ଢେର ଅଧିକ ଥିଲା। ସେହିପରି ଏହି ମେଣ୍ଟରେ ସାମିଲ କଂଗ୍ରେସକୁ ୧୭ଟି ଆସନ ମିଳିଥିବା ବେଳେ ଭିସିକେକୁ ୪, ସିପିଆଇ(ଏମ୍)କୁ ୨ ଓ ସିପିଆଇକୁ ୨ଟି ଆସନ ମିଳିଥିଲା। ଅନ୍ୟପକ୍ଷରେ ଏଆଇଏଡିଏମକେ ନେତୃତ୍ୱାଧୀନ ମେଣ୍ଟକୁ ୬୭ଟି ଆସନ ମିଳିଥିଲା। ସେଥିରୁ କେବେଳ ଏଆଇଏଡିଏମ୍କେର ୬୦ଟି ଆସନ ଥିବା ବେଳେ ବିଜେପି ୪ ଓ ପିଏମକେ ୩ଟି ଆସନ ପାଇଥିଲେ। ଅନ୍ୟତମ ବିରୋଧୀ ଏପିଏମକେକୁ ୨ଟି ଆସନ ମିଳିଥିଲା।

  • Related Posts

    ମୋହନଙ୍କୁ ଏମିତି କହିଲେ ନବୀନ

    ଭୁବନେଶ୍ୱର : ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଏବଂ ରାଜନୈତିକ ସ୍ୱରକୁ ଛଡ଼ାଇ ନେଉଥିବା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେପି ଭ୍ରମାତ୍ମକ ତଥ୍ୟ ପ୍ରସାର କରୁଛି । ଏହି ‘ସୀମା ପୁନଃନିର୍ଦ୍ଧାରଣ ବିଲ୍‌’ ଆମ ଲୋକଙ୍କର, ବିଶେଷ କରି ଭବିଷ୍ୟତ ପିଢ଼ିର…

    Continue reading
    ପଞ୍ଚାୟତ ନିର୍ବାଚନ : ନୂଆ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ

    ଭୁବନେଶ୍ୱର: କଂଗ୍ରେସ ଏକାକି ନିର୍ବାଚନ ଲଢ଼ିବ। ବିଜେଡି ସହ ମେଣ୍ଟ କରିବ ନାହିଁ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ଘୋଷଣା କରିବା ପରେ ଏବେ ଦଳ ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିବା ଆରମ୍ଭ କରିଛି । ନୂଆ ନୂଆ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା