ଏକଜିଟ ପୋଲ: ପଶ୍ଚିମବଙ୍ଗରେ ଟିଏମସିକୁ ବିଜେପି କଡ଼ା ଚ୍ୟାଲେଞ୍ଜ ଦେବ

ପଶ୍ଚିମବଙ୍ଗ ବିଧାନସଭାର ୧୪୨ ଆସନ ପାଇଁ ଶେଷ ହୋଇଛି ଭୋଟିଂ। ୧୪୨ଟି ଆସନ ପାଇଁ ଭୋଟିଂ ହୋଇଥିବା ବେଳେ ଏପ୍ରିଲ ୨୩ରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ବେଙ୍ଗଲବାସୀ ଭୋଟ ମତଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି। ଅପରାହ୍ନ ୫ଟା ସୁଦ୍ଧା ଭୋଟିଂ ହାର ୯୦% ଅତିକ୍ରମ କରିଛି। ମତଦାନ ସମୟ ସନ୍ଧ୍ୟା ୬ଟାରେ ଶେଷ ହେଉଥିବା ବେଳେ ବିଭିନ୍ନ ବୁଥରେ ଲମ୍ବା ଲାଇନ ମଧ୍ୟ ଦେଖିବାକୁ ମିଳିଛି। ତେଣୁ ଆଗକୁ ଭୋଟିଂ ହାର ଆହୁରି ବୃଦ୍ଧି ପାଇପାରେ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା ଏକଜିଟ ପୋଲ ରେଜଲ୍ଟ ସାମ୍ନାକୁ ଆସିଛି। ଏକଜିଟ ପୋଲର ଆକଳନ କହୁଛି ପଶ୍ଚିମବଙ୍ଗରେ ୪ର୍ଥ ଥର ପାଇଁ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଥିବା ଟିଏମସିକୁ ବିଜେପି କଡ଼ା ଚ୍ୟାଲେଞ୍ଜ ଦେବ।
ଏପରି କି ବିଜେପି ପ୍ରଥମଥର ବେଙ୍ଗଲରେ ସରକାର ଗଠନ କରିବାକୁ ସକ୍ଷମ ହୋଇପାରେ। କଂଗ୍ରେସ ୨୦୨୧ ଭଳି ଏଥର ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଏକାଧିକ ସଂସ୍ଥା କଂଗ୍ରେସ ବେଙ୍ଗଲରେ ଖାତା ଖୋଲି ପାରିବ ନାହିଁ ବୋଲି କହିଛନ୍ତି। ୨୯୪ ଆସନ ବିଶିଷ୍ଟ ବେଙ୍ଗଲ ବିଧାନସଭାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୭। ଆଜି ଏକଜିଟ ପୋଲ ରେଜଲ୍ଟ ପ୍ରକାଶ ପାଇଛି। ଆସନ୍ତା ମେ’ ୪ରେ ଭୋଟ ଗଣତି ସହ ବିଧିବଦ୍ଧ ଭାବେ ନିର୍ବାଚନ କମିଶନ ରେଜଲ୍ଟ ଘୋଷଣା କରିବେ।
ମାଟ୍ରିଜ କରିଥିବା ଏକଜିଟ ପୋଲରେ କୁହାଯାଇଛି ଯେ ବିଜେପି ମେଣ୍ଟ ପଶ୍ଚିମବଙ୍ଗରେ ଟିଏମସି ୧୨୫ରୁ ୧୪୦, ବିଜେପି ୧୪୬ରୁ ୬୧ ଓ ଅନ୍ୟାନ୍ୟ ଦଳ ୬ରୁ ୧୦ଟି ଆସନ ଜିତିବେ। କଂଗ୍ରେସ ବେଙ୍ଗଲରେ ମୂଳପୋଛ ହେବ।

ପି-ଏମଆରକ୍ୟୁ ଏକଜିଟ ପୋଲରେ କୁହାଯାଇଛି ଯେ ଟିଏମସି ୧୧୮ରୁ ୧୩୮ଟି, ବିଜେପି ମେଣ୍ଟ ୧୫୦ରୁ ୧୭୫ଟି ଆସନ ଜିତି ପାରନ୍ତି।

ପିପୁଲ୍ସ ପଲ୍ସ କହିଛି ଯେ ବେଙ୍ଗଲରେ ଦିନ କ୍ଷମତା ଦଖଲ କରିବେ। ଟିଏମସି ୧୧୭ରୁ ୧୮୭ଟି ଆସନ ଜିତିପାରେ। ବିଜେପି ୯୫ରୁ ୧୧୦, କଂଗ୍ରେସ ୧ରୁ ୩, ବାମପନ୍ଥୀ ୧ ଓ ଅନ୍ୟାନ୍ୟ ଦଳ ଖାତା ଖୋଲିପାରିବେ ନାହିଁ।

ଚାଣକ୍ୟର ଏକଜିଟ ପୋଲରେ କୁହାଯାଇଛି ଯେ ଟିଏମସି ୧୩୦ରୁ ୧୪୦, ବିଜେପି ୧୫୦ରୁ ୧୬୦ ଓ ଅନ୍ୟାଦ୍ୟ ଦଳ ୬ରୁ ୧୦ଟି ଆସନ ଜିତିପାରନ୍ତି।

ପ୍ରଜା ପୋଲ କହିଛି ଯେ ବିଜେପି ୧୭୮ରୁ ୨୦୮, ଟିଏମସି ୮୫ରୁ ୧୧୦ ଓ ଅନ୍ୟାନ୍ୟ ନଳ ୦-୫ ଆସନ ଜିତିବେ।

ପୋଲ ଡାଏରୀ ବିଜେପିକୁ ୧୪୨ରୁ ୧୭୧, ଟିଏମସି ୯୯ରୁ ୧୨୭ ଓ ଅନ୍ୟାନ୍ୟ ଦଳ ୫ରୁ ୯ଟି ଆସନ ପାଇବେ।

ଜନମତ କହିଛି ଯେ ଟିଏମସି ୧୯୫ରୁ ୨୦୫, ବିଜେପି ୮୦ରୁ ୯୦, କଂଗ୍ରେସ ୧ରୁ ୩, ବାମପନ୍ଥୀ ୦-୧ ଆସନ ପାଇପାରନ୍ତି।

ଜେବିସିର ଏକଜିଟ ପୋଲ କହୁଛି ଯେ ଟିଏମସି ୧୩୧ରୁ ୧୫୨, ବିଜେପି ୧୩୮ରୁ ୧୫୯ ଓ କଂଗ୍ରେସ ୦ରୁ ୨ଟି ଆସନ ଜିତିବ।

ପୋଲ ଅଫ ଦ ଫୋଲଲ୍ସ ଅନୁସାରେ ଟିଏମସି ୧୪୭, ବିଜେପି ୧୩୭, କଂଗ୍ରେସ ୨ଟି ଓ ବାମ ଦଳ ୨ଟି ଆସନ ପାଇବେ।
୨୦୨୧ରେ ଟିଏମସି ମେଣ୍ଟ ୨୨୩ଟି ଆସନ ଜିତିଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏ ୬୫ରେ ଅଟକି ଯାଇଥିଲା। କଂଗ୍ରେସ, ଆଇଏସଏଫ ଓ ଅନ୍ୟାନ୍ୟ ଦଳ ଗୋଟିଏ ଲେଖାଏ ଆସନ ପାଇଥିଲେ।

  • Related Posts

    ପଞ୍ଚାୟତ ନିର୍ବାଚନ : ନୂଆ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ

    ଭୁବନେଶ୍ୱର: କଂଗ୍ରେସ ଏକାକି ନିର୍ବାଚନ ଲଢ଼ିବ। ବିଜେଡି ସହ ମେଣ୍ଟ କରିବ ନାହିଁ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ଘୋଷଣା କରିବା ପରେ ଏବେ ଦଳ ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିବା ଆରମ୍ଭ କରିଛି । ନୂଆ ନୂଆ…

    Continue reading
    ନବୀନଙ୍କ ଦଶା ଭୋଗିବେ କି ମମତା?

    କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏବେ ନୂଆ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ଦୁଇଟି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବାକୁ ନିଷ୍ପତ୍ତି ନେଇଥିବା ଖବର ରାଜନୈତିକ ମହଲରେ ଅନେକ ପ୍ରଶ୍ନ ଉଠାଇଛି। ସାଧାରଣତଃ ଶକ୍ତିଶାଳୀ ନେତାମାନେ ନିଜ ଗଡ଼…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା