ଏକ ହେଲେ ବିଜେଡି ଓ କଂଗ୍ରେସ, କମ୍ପିଲା ଗୃହ

ଭୁବନେଶ୍ବର: ବିଜୁ ବାବୁଙ୍କୁ ଅପମାନ ଚଳିବ ନାହିଁ । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବୟାନକୁ ନେଇ ବିଧାନସଭାରେ ଝଡ଼ । ମଙ୍ଗଳବାର ବି ଧୋଇଗଲା ପ୍ରଶ୍ନକାଳ । SCB ଅଗ୍ନିକାଣ୍ଡ ତାତି ପରେ ବିଜୁବାବୁଙ୍କୁ ଅପମାନ ତାତିରେ କମ୍ପିଲା ଗୃହ । ଏକ ହୋଇ ପ୍ରତିବାଦ କଲେ ବିଜେଡି ଓ କଂଗ୍ରେସ ବିଧାୟକ । ବାଚସ୍ପତିଙ୍କ ପୋଡିୟମ ତଳେ ବିରୋଧୀ ଏମଏଲଏଙ୍କ ବିରୋଧ ପ୍ରଦର୍ଶନ । ‘ବିଜୁ ବାବୁଙ୍କୁ ଅପମାନ ଚଳିବ ନାହିଁ’ । ବିଜୁ ବାବୁ ଅମର ରହେ ନାରା ଦେଲେ ବିଜୁ ଜନତା ଦଳର ବିଧାୟକମାନେ । ଏହାଛଡ଼ା ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ । ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଚାଲିପାରିଲାନି ଗୃହ । ଫଳରେ ବାଚସ୍ପତି ସୁରମା ପାଢୀ ଗୃହ କାର୍ଯ୍ୟକୁ ଦିନ ସାଢ଼େ ୧୧ଟା ଯାଏ ମୁଲତବୀ ରଖିଛନ୍ତି ।

ସୂଚନା ଅନୁଯାୟୀ, ମାର୍ଚ୍ଚ ୨୭ ତାରିଖରେ ସଂସଦରେ ଏକ ଆଲୋଚନା ବେଳେ ବିଜେପି ସଂସଦ ନିଶିକାନ୍ତ ଦୁବେ( Nishikant Dubey) ଏକ ତଥ୍ୟ ଉପସ୍ଥାପନ କରିବା ବେଳେ ବିଜୁ ପଟ୍ଟନାୟକଙ୍କୁ ନେଇ ଏକ ବିବାଦୀୟ ଟିପ୍ପଣୀ କରିଥିଲେ । ସେ କହିଥିଲେ ଯେ, ୧୯୬୨ ଚୀନ୍ ଯୁଦ୍ଧ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ଆମେରିକାର ଗୁଇନ୍ଦା ସଂସ୍ଥା ‘ସିଆଇଏ’ ମଧ୍ୟରେ ବିଜୁ ପଟ୍ଟନାୟକ ମୁଖ୍ୟ ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ । ଓଡ଼ିଶାର ଚୌଦ୍ୱାର ନିକଟସ୍ଥ ଚାରବାଟିଆ ଏୟାରବେସକୁ ଆମେରିକାର ଗୁପ୍ତଚର ବିମାନ ‘ୟୁ-୨’ ର ପରିଚାଳନା ପାଇଁ ବ୍ୟବହାର କରାଯାଉଥିଲା । ୧୯୬୩ରୁ ୧୯୭୯ ପର୍ଯ୍ୟନ୍ତ ସେଠାରେ ଆମେରିକୀୟ ସୁରକ୍ଷା ବାହିନୀର ଉପସ୍ଥିତି ଥିଲା। ଏହି ତଥ୍ୟଗୁଡ଼ିକ ଐତିହାସିକ ଦସ୍ତାବିଜ୍ ଆଧାରରେ ପ୍ରଦାନ କରାଯାଇଛି ଓ ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହାର ପୁନଃ ପର୍ଯ୍ୟାଲୋଚନା ଓ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଥିଲେ ।

  • Related Posts

    କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

    Continue reading
    ଜଗାକୁ ଦରକାର ଦ୍ବିତୀୟ ଅପରେସନ୍

    ଭୁବନେଶ୍ୱର: ଜଗାକୁ ଦରକାର ଦ୍ବିତୀୟ ଅପରେସନ୍। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା ସୁସ୍ଥ ହେଉଛି। କିନ୍ତୁ ତାକୁ ଦରକାର ଦ୍ବିତୀୟ ଅପରେସନ୍। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ସର୍ଜନ ଡାକ୍ତର ଅଶୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ