ଜଙ୍ଗଲ ନିଆଁ ଲିଭାଇବା ପାଇଁ ଏଆଇ ବ୍ୟବହାର

ଭୁବନେଶ୍ୱର : ଏଆଇ ରୋକିବ ଜଙ୍ଗଲ ନିଆଁ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଦ୍ବାରା ଜଙ୍ଗଲ ନିଆଁ ଲିଭାଉଛନ୍ତି ସରକାର। ଏନେଇ ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।

ରାଜ୍ୟର ସଂବେଦନଶୀଳ ଜଙ୍ଗଲ ଅଞ୍ଚଳଗୁଡିକରେ ନିଆଁର ପୂର୍ବାନୁମାନ, ନିରୀକ୍ଷଣ ଓ ପ୍ରତିରୋଧ ପାଇଁ ସରକାର କୃତ୍ରିମ ବୁଦ୍ଧିମତ୍ତା (Artificial Intelligence-Al) ଆଧାରିତ ପ୍ରଯୁକ୍ତିବିଦ୍ୟା ଆପଣାଇଛନ୍ତି ସରକାର।

ଏଆଇ ଆଧାରିତ ସଫ୍ଟୱେର୍ Bi-Spectral 360° PTZ କ୍ୟାମେରା,ଏଆଇ ଆଧାରିତ ଡାଟା ପ୍ରକ୍ରିୟାକରଣ ଏବଂ ବିଶ୍ଳେଷଣ ୟୁନିଟ୍ ମେସ ନେଟୱାର୍କ (Mesh Network), Al-ଆଧାରିତ ବିଶ୍ଳେଷଣ ୟୁନିଟ୍ ଓ ମଲ୍ଟି-ଲେଭେଲ ଆଲର୍ଟ ବ୍ୟବସ୍ଥା ମାଧ୍ୟମରେ ଏମ୍ଏମ୍ଏସ୍,ହ୍ଵାଟସ୍ ଆପ୍, ଇମେଲ୍ ଏବଂ ଡାର୍ସବୋର୍ଡ ମାଧ୍ୟମରେ ସଂପୃକ୍ତ କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ କରାଯାଉଛି।

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର ଓ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ, ବରଗଡ ଜିଲ୍ଲାର ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ, ଅନୁଗୁଳ ଜିଲ୍ଲାର ଅନୁଗୁଳ ବନଖଣ୍ଡ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଏବଂ ବଣାଇ ବନଖଣ୍ଡରେ ଏହି AI ଆଧାରିତ ଅତ୍ୟାଧୁନିକ ମନିଟରିଂ ବ୍ୟବସ୍ଥା କରାଯାଇଛି। ଏହି ପ୍ରଯୁକ୍ତିର ରୂପାୟନ ପାଇଁ ମୋଟ୍ ୧୦.୭୫୯୮କୋଟି ଟଙ୍କା ଅର୍ଥ ଖର୍ଚ୍ଚ ହୋଇଛି। ଏହା ସହ ତଥ୍ୟ କହୁଛି୨୦୨୪ ରେ ୪ ହଜାର ୬୭ ଏବଂ ୨୦୨୫ ରେ ୪ ହଜାର ୬୦୯ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି।

  • Related Posts

    ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ

    ଭୁବନେଶ୍ୱର: ଓଡିଶା ପୋଲିସକୁ ମିଳିଲା ନୂଆ ଡିଜିପି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସର ଅତିରିକ୍ତ ଡିଜିପି ଦାୟିତ୍ୱ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଶ୍ରୀ ମିଶ୍ର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ୟ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍…

    Continue reading
    ଭୁବନେଶ୍ୱରରେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

    ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହେଲେ କୋଭିଡ୍‌ ଆକ୍ରାନ୍ତ। ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ।ଏହି କୋଭିଡ୍‌ ଆକ୍ରାନ୍ତଙ୍କ ଘର ବରମୁଣ୍ଡା ଅଞ୍ଚଳରେ। ତାଙ୍କୁ ୫୦ ବର୍ଷ ହୋଇଛି। ଏହା ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ