ଏନକାଉଣ୍ଟରରେ ଟଳିଳା ଆଉଜଣେ ହାର୍ଡକୋର ମାଓବାଦୀ

ଝାଡ଼ଖଣ୍ଡ: ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା। ଏନକାଉଣ୍ଟରରେ ଟଳିଳା ଆଉଜଣେ ହାର୍ଡକୋର ମାଓବାଦୀ। ଲାତେହାରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ମନୀଷ ଯାଦବ ହାର୍ଡକୋର ମାଓବାଦୀ ମନୀଷ ଯାଦବ ନିହତ ହୋଇଛି। ମୃତ ମାଓବାଦୀ ମନିଷଙ୍କ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଅପର ପକ୍ଷରେ ୧୦ଲକ୍ଷ ଟଙ୍କା ପୁରସ୍କାର ଥିବା ଆଉ ଜଣେ ମାଓବାଦୀକୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ଘଟଣାସ୍ଥଳରୁ ୨ଟି ରାଇଫଲ ଜବତ ହୋଇଛି ଏବଂ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।
ଡିଆଇଜି ନିଲେଶ କୁମାର କହିଛନ୍ତି ଯେ ଗୋପାଳଗଞ୍ଜ ଏବଂ ସିୱାନରେ ମନୀଷ ଯାଦବଙ୍କ ବିରୋଧରେ ହତ୍ୟା ଏବଂ ଡକାୟତିର ଦଶରୁ ଅଧିକ ମାମଲା ରୁଜୁ ହୋଇଥିଲା। ଯିଏ ବିହାର ଏବଂ ୟୁପିରେ ଅପରାଧିକ ଘଟଣା ଘଟାଇଥିଲା। ମନୀଷ ଯାଦବଙ୍କୁ ଦିଲ୍ଲୀର କାଲକାଜିରୁ ଏସଟିଏଫ ଗିରଫ କରିଥିଲା। ସାକେତ କୋର୍ଟରେ ହାଜର କରାଯିବା ପରେ, ତାଙ୍କୁ ଗୋପାଳଗଞ୍ଜ କୋର୍ଟକୁ ହାଜର ପାଇଁ ଅଣାଯାଉଥିଲା। ୟୁପିର ଦେଓରିଆରୁ ପୁଲିସ ଟିମ ଗୋପାଳଗଞ୍ଜରେ ପ୍ରବେଶ କରିବା ମାତ୍ରେ ମନୀଷ ଯାଦବ ଏସଟିଏଫ ଯବାନ ରୋଶନ କୁମାରଙ୍କ ପିସ୍ତଲ ଛଡ଼ାଇ ନେଇ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିଟି ରୋଶନଙ୍କ କାନ୍ଧରେ ବାଜିଥିଲା।
ଡିଆଇଜି କହିଛନ୍ତି ଯେ ଏହି ସମୟରେ ଦୁଇଟି ବାଇକ୍‌ରେ ଆସୁଥିବା ୫ ଜଣ ଅପରାଧୀ ପୁଲିସ ଗାଡ଼ି ଉପରକୁ ପ୍ରାୟ ୨୦ ରୁ ୨୫ ରାଉଣ୍ଡ ଗୁଳି ଚଳାଇଥିଲେ। ପାଲଟା ଜବାବରେ ଏସଟିଏଫ ମଧ୍ୟ ୭ ରୁ ୮ ରାଉଣ୍ଡ ଗୁଳି ଚଳାଇଥିଲା। ଏହି ଗୁଳି ବିନିମୟ ସମୟରେ ମନୀଷ ଯାଦବଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କଠାରୁ ଏକ ପିସ୍ତଲ ଉଦ୍ଧାର କରାଯାଇଛି। କିନ୍ତୁ ଅପରାଧୀମାନେ ଖସି ପଳାଇ ଯାଇଛନ୍ତି।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ