
ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ନିଷ୍ପତ୍ତି ନେଇ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜେଡି ରାଜନୈତିକ ବ୍ୟାପାର ସଦସ୍ୟ ସଞ୍ଜୟ ଦାସବର୍ମା ଧନ୍ୟବାଦ ଜଣାଇଛନ୍ତି।
ବିଜେପି ନେତୃତ୍ବାଧୀନ ଏନଡିଏ କିମ୍ବା କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟକୁ ବିଜେଡି ସମର୍ଥନ ଦେବ ନାହିଁ। ବିଜେଡିର ରାଜ୍ୟସଭା ସାଂସଦମାନଙ୍କ ସହିତ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନେଇ ସେ କହିଛନ୍ତି। ଏନଡିଏ ହେଉ କିମ୍ବା ଇଣ୍ଡିଆ ମେଣ୍ଟ ଉଭୟ ଓଡ଼ିଶାକୁ ଅବହେଳା କରିଛନ୍ତି। ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରଶ୍ନ ଉଠିଲେ ବିଜେଡି ଲଢ଼େଇ କରୁଛି। ତେଣୁ ସମଦୂରତା ବଜାୟ ରଖି ବିଜେଡି ମତଦାନରୁ ବିରତ ରହିବାକୁ ନିଷ୍ପତ୍ତି ଗ୍ରହଣ କରିଛି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।




