ବିଜେଡିର ନବନିଯୁକ୍ତ ଯୁବ ଛାତ୍ର ସଭାପତିଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିକଟରେ ମନୋନୀତ ହୋଇଥିବା ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାପତି ଇପ୍ସିତା ସାହୁ ଆଜି ଶତାଧିକ ଯୁବ ଛାତ୍ର କର୍ମୀଙ୍କ ସହ ଏକ ପଟୁଆରରେ ଆସି ଶଙ୍ଖ ଭଵନରେ କାର୍ୟ୍ୟଭାର ଗ୍ରହଣ କରିଥିଲେ। ଶଙ୍ଖ ଭଵନରେ ଦୁଇ ନେତାଙ୍କୁ ସ୍ୱାଗତ କରିବା ପାଇଁ ଏକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସ୍ୱାଗତ କାର୍ୟ୍ୟକ୍ରମରେ, ଦଳର ବରିଷ୍ଠ ଓ ଯୁବ ନେତାମାନେ ଉପସ୍ଥିତ ଥିଲେ।
ଆଜି ସକାଳେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ହଜାର ହଜାର କର୍ମୀ ମାନେ ଏୟାରପୋର୍ଟ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଏକାଠି ହୋଇଥିଲେ। ଉପସ୍ଥିତ ନେତୃମଣ୍ଡଳୀଙ୍କ ଦ୍ୱାରା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏୟାରପୋର୍ଟ ଛକରୁ ନେତା ଓ କର୍ମୀମାନେ ଶୋଭାଯାତ୍ରାରେ ଆସି ଶଙ୍ଖ ଭଵନରେ ପହଞ୍ଚିଥିଲେ। ସେଠାରେ, ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ସ୍ୱାଗତ କରାଯାଇଥିଲା। ଚିନ୍ମୟ ସାହୁ କହିଥିଲେ, ରାଜ୍ୟରେ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି, ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡିଛି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପରିବର୍ତ୍ତେ ଆୟୁଷ୍ମାନ ଯୋଜନା ଲାଗୁ ହେବା ପରେ ଏହା ଏକ ଅଭିଶାପ ପାଲଟିଛି ଓ ରାଜ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ଓ ନିନ୍ଦିତ ହେଉଛି। ବିଜୁ ଯୁବ ଜନତା ଦଳ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ସ୍ୱର ଉଠାଇବ। ନବୀନ ବାବୁଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀ କରିବା ପର୍ୟ୍ୟନ୍ତ ବିଜୁ ଯୁବ ଜନତା ଦଳ ନିରନ୍ତର ସଂଗ୍ରାମ ଜାରି ରଖିବ। ସେହିପରି ଇପ୍ସିତା ସାହୁ ନିଜ ବକ୍ତବ୍ୟରେ, ରାଜ୍ୟରେ ଛାତ୍ର ଛାତ୍ରୀ ମାନଙ୍କ ସ୍ୱାର୍ଥ ପ୍ରତି ସରକାର ଧ୍ୟାନ ଦେଉ ନାହାନ୍ତି ବୋଲି କହିବା ସହିତ ଛାତ୍ରୀ ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି ବୋଲି କହିଥିଲେ। ରାଜ୍ୟରେ ମୋହନ ସରକାର ନୁହେଁ ଦହନ ସରକାର ଚାଲିଛି ବୋଲି କହିଥିଲେ। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଛାତ୍ରୀ ଦହନର ଶିକାର ହେଉଛନ୍ତି, କିନ୍ତୁ ରାଜ୍ୟ ସରକାର ଏହାର ପ୍ରତିକାର ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। ତେଣୁ, ବିଜୁ ଛାତ୍ର ଜନତା ଦଳ ରାଜ୍ୟର ଛାତ୍ର ଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଜୋରଦାର ଲଢେଇ କରିବ।
ଏହି କାର୍ୟ୍ୟକ୍ରମରେ, ଦଳର ବରିଷ୍ଠ ନେତା ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ସଞ୍ଜୟ ଦାସବର୍ମା, ଶ୍ରୀ ପ୍ରତାପ ଜେନା, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଡ଼ ଅମର ପଟ୍ଟନାୟକ, ଶ୍ରୀ ପ୍ରଣବ ବଳବନ୍ତରାୟ, ଶ୍ରୀ ପ୍ରୀତିରଂଜନ ଘଡେଇ, ଶ୍ରୀମତୀ ସ୍ନେହାଙ୍ଗୀନ ଛୁରୀଆ, ଶ୍ରୀ ସୁଶାନ୍ତ ରାଉତ, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀ ମନ୍ମଥ ରାଉତରାୟ, ଶ୍ରୀ ବିଜୟ ନାୟକ, ଶ୍ରୀ ବ୍ୟୋମକେଶ ରାୟ, ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀ ସୌଭିକ ବିଶ୍ବାଳ, ଶ୍ରୀ ରାଜେନ୍ଦ୍ର ସାହୁ, ଶ୍ରୀ ଅମରେଶ ପତ୍ରୀ, ଶ୍ରୀ ଭୃଗୁ ବକ୍ସିପାତ୍ର, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ସୁମିତ୍ରା ଜେନା, ଶ୍ରୀମତୀ କସ୍ତୁରୀ ମହାପାତ୍ର, ଲୋପାମୁଦ୍ରା ବକ୍ସିପାତ୍ର ଏବଂ ବହୁ ଯୁବ ଓ ଛାତ୍ର ନେତା ଉପସ୍ଥିତ ଥିଲେ।

  • Related Posts

    ଛାତ୍ର ସଂସଦ ନିର୍ବାଚନ:ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ମତଦାନ

    ଭୁବନେଶ୍ବର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଓଡ଼ିଶାରେ କଲେଜ ଏବଂ ବିଶ୍ବବିଦ୍ୟାଳଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୧୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ, ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର…

    Continue reading
    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ