ଏନସିଇଆରଟି ପାଠ୍ୟ ପୁସ୍ତକରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ସ୍ୱତନ୍ତ୍ର ମଡ୍ୟୁଲ

ନୂଆଦିଲ୍ଲୀ,20।08: ଏନସିଇଆରଟି ପାଠ୍ୟ ପୁସ୍ତକରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଭାରତୀୟ ସେନାର ପରାକ୍ରମ ବିଷୟରେ ପିଲାମାନଙ୍କୁ ଜଣାଇବା ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ଅପରେସନ ସିନ୍ଦୂର ବିଷୟରେ ତୃତୀୟ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମଡ୍ୟୁଲ ପ୍ରସ୍ତୁତ କରିଛନ୍ତି ଏନସିଇଆରଟି । ଯାହା ଦ୍ୱାରା ପିଲାମାନେ ଭାରତୀୟ ସେନାର ପରାକ୍ରମ ବିଷୟରେ ପଢ଼ିବା ସହ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ଜାଣି ପାରବେ । ଏହି ମଡ୍ୟୁଲର ଦୁଇଟି ସଂସ୍କରଣ ଜାରି କରାଯାଇଛି । ପ୍ରାଥମିକ ଓ ମାଧ୍ୟମିକ ସ୍ତରର ଛାତ୍ରଛାତ୍ରୀଙ୍କ ପାଇଁ (ତୃତୀୟରୁ ଅଷ୍ଟମ ଶ୍ରେଣୀ) ‘ଅପରେସନ୍ ସିନ୍ଦୂର: ବୀରତ୍ୱର ଗାଥା’ ଏବଂ ଉଚ୍ଚ ମାଧ୍ୟମିକ ସ୍ତର (ନବମରୁ ଦ୍ୱାଦଶ ଶ୍ରେଣୀ) ପାଇଁ ‘ଅପରେସନ୍ ସିନ୍ଦୂର: ସମ୍ମାନ ଓ ସାହସର ମିଶନ’। ଏଗୁଡ଼ିକୁ ଶ୍ରେଣୀଗୃହରେ ଆଲୋଚନାମୂଳକ ଶିକ୍ଷା ପାଇଁ ଡିଜାଇନ୍ କରାଯାଇଛି । ପହଲଗାମ ଆକ୍ରମଣରେ ପାକିସ୍ତାନର ଭୂମିକା କଣ ଥିଲା । ପାକିସ୍ତାନର ଆତଙ୍କୀ ପ୍ରୀତି କେମିତି ରହିଥିଲା ଏବଂ ଭାରତର କୁଟନୈତିକ ଟାପ ଏବଂ ଭାରତୀୟ ସଶସ୍ତ୍ର ବାହିନୀର ସାହସିକ ଆକ୍ସନରେ କେମିତି ପାକିସ୍ତାନର ମନୋବଳ ଭାଙ୍ଗି ଯାଇଥିଲା ଆଉ ପରେ ସେ କେମିତି ଯୁଦ୍ଧ ବନ୍ଦ ପାଇଁ ଭାରତ ଆଗରେ ମୁଣ୍ଡ ନୁଆଁଇଲା ପୂରା ଘଟଣା ଉକ୍ତ ପାଠ୍ୟ ପୁସ୍ତକରେ ଦର୍ଶା ଯାଇଛି । ‘ଅପରେସନ ସିନ୍ଦୂର’ ନାମକରଣର କାରଣ ବାବଦରେ ମଧ୍ୟ ଉକ୍ତ ପାଠ୍ୟକ୍ରମରେ ଦର୍ଶାଯାଇଛି।

  • Related Posts

    ଗୋପବନ୍ଧୁ ଥିଲେ ଜାତୀୟ ଚେତନା ଓ ଓଡ଼ିଆ ଅସ୍ମିତାର ଜୀବନ୍ତ ଆଲେଖ୍ୟ: ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ନିର୍ମାଣରେ ଆମର ଯୁବ ସମାଜ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଜି ଜୟଦେବ ଭବନଠାରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ…

    Continue reading
    ‘ନିରନ୍ତର ଡିଜିଟାଲ ସୂଚନା ଓ ସଞ୍ଚାର ବ୍ୟବସ୍ଥା’ ବିକଶିତ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

    ଭୁବନେଶ୍ୱର:ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରୀ ସୂଚନା ଓ ସଞ୍ଚାର (Information & Communication) ପାଇଁ ଏକ ପ୍ରଭାବଶାଳୀ ସୋସିଆଲ ମିଡିଆ ନୀତି ପ୍ରଣୟନ କରାଯିବ। ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ