ଏମ୍ସ ପରିସରରେ ବିକ୍ଷୋଭ ଓ ନାରାବାଜି ମନା

ଭୁବନେଶ୍ବର: ଭୁବନେଶ୍ବର ଏମ୍ସ ପରିସରରେ ବିକ୍ଷୋଭ ଓ ନାରାବାଜି ମନା । ଲଟ୍‌କା ଜାରି କଲେ ଏମ୍ସ କର୍ତ୍ତୃପକ୍ଷ । ଏମ୍ସ ପରିସରରେ ବିକ୍ଷୋଭ ଓ ନାରାବାଜି କରିପାରିବେନି କେହି । ମେଡିକାଲରେ ରୋଗୀ ସେବା ଦୃଷ୍ଟିରୁ ବିକ୍ଷୋଭ ଓ ନାରାବାଜି କରିବାକୁ ମନା କରାଯାଇଛି । ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ହୁଲସ୍ତୁଲ ହୋଇଥିଲା ସାରା ରାଜ୍ୟ । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁ ପରେ ମେଡିକାଲ ପରିସରରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯାହାକୁ ନେଇ ରୋଗୀ ସେବାରେ ବ୍ୟାଘାତ ମଧ୍ୟ ସୃଷ୍ଟି ହୋଇଥିଲା । ଏବେ ପୁଣି ନିମାପଡା ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଆଁ ଲଗାଇ ପୋଡି ଦେବାକୁ ଉଦ୍ୟମ କରାଯାଇଛି । ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହାକୁ ନେଇ ମଧ୍ୟ ରାଜନୈତିକ ଉଷ୍ମତା ଦେଖା ଦେବାକୁ ଲାଗିଲାଣି । ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ମାନେ ମଧ୍ୟ ଏମ୍ସ ପରିସରରେ ପଇଁତରା ମାରୁଛନ୍ତି । ଯାହାକୁ ନେଇ ଏମ୍ସ କର୍ତ୍ତୃପକ୍ଷ ସଜାଗ ହୋଇଛନ୍ତି । ନାବାଳିକା ଛାତ୍ରୀ ଜଣଙ୍କ ଚିକିତ୍ସିତ ହେଉଥିବା ମେଡିକାଲର ବର୍ଣ୍ଣ ୟୁନିଟ୍ ବାହାରେ ଲଟ୍‌କା ଲଗାଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ମେଡିକାଲ ପରିସରରେ କେହି କୌଣସି ପ୍ରକାରର ବିକ୍ଷୋଭ ଓ ନାରାବାଜି କରିପାରିବେନାହିଁ ।

  • Garvita Odia

    Related Posts

    ରାଗିଂ: ୧୦ ରେଭେନ୍ସା ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ

    ଭୁବନେଶ୍ୱର: ପୁଣି ବିବାଦରେ ରେଭେନ୍ସା ବିଶ୍ୱବିଦ୍ୟାଳୟ । ରାଗିଂ ଅଭିଯୋଗ ଆସିବା ପରେ ୧୦ଜଣ ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ । ଆଣ୍ଟି ରାଗିଂ ସେଲର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଇଷ୍ଟ…

    ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି

    ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ଦକ୍ଷିଣ ଓଡ଼ିଶା, ଉପକୂଳ ଆନ୍ଧ୍ରପ୍ରଦେଶ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହିତ ଉତ୍ତର ବିହାର କେନ୍ଦ୍ରୀୟ ଅଞ୍ଚଳ, ଓଡ଼ିଶା ଏବଂ ଝାଡ଼ଖଣ୍ଡ ମଧ୍ୟରେ ଏକ ନିମ୍ନଚାପରେଖା ରହିଛି। ସକ୍ରିୟ ଘୂର୍ଣ୍ଣିବଳୟ…

    Leave a Reply

    Your email address will not be published. Required fields are marked *

    You Missed

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ଉଦିତ ପ୍ରଧାନ ଗିରଫ ଘଟଣା: କଂଗ୍ରେସ କମିଟି ଗଠନ

    ଉଦିତ ପ୍ରଧାନ ଗିରଫ  ଘଟଣା: କଂଗ୍ରେସ କମିଟି ଗଠନ

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର

    ଉଦିତ ପ୍ରଧାନ ନିଲମ୍ବିତ

    ଉଦିତ ପ୍ରଧାନ ନିଲମ୍ବିତ

    ବଳାତ୍କାର ଅଭିଯୋଗ: ଗିରଫ ହେଲେ ଛାତ୍ର କଂଗ୍ରେସ ସଭାପତି

    ବଳାତ୍କାର ଅଭିଯୋଗ: ଗିରଫ ହେଲେ ଛାତ୍ର କଂଗ୍ରେସ ସଭାପତି