ଏମ୍ସ ପରିସରରେ ବିକ୍ଷୋଭ ଓ ନାରାବାଜି ମନା

ଭୁବନେଶ୍ବର: ଭୁବନେଶ୍ବର ଏମ୍ସ ପରିସରରେ ବିକ୍ଷୋଭ ଓ ନାରାବାଜି ମନା । ଲଟ୍‌କା ଜାରି କଲେ ଏମ୍ସ କର୍ତ୍ତୃପକ୍ଷ । ଏମ୍ସ ପରିସରରେ ବିକ୍ଷୋଭ ଓ ନାରାବାଜି କରିପାରିବେନି କେହି । ମେଡିକାଲରେ ରୋଗୀ ସେବା ଦୃଷ୍ଟିରୁ ବିକ୍ଷୋଭ ଓ ନାରାବାଜି କରିବାକୁ ମନା କରାଯାଇଛି । ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ହୁଲସ୍ତୁଲ ହୋଇଥିଲା ସାରା ରାଜ୍ୟ । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁ ପରେ ମେଡିକାଲ ପରିସରରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯାହାକୁ ନେଇ ରୋଗୀ ସେବାରେ ବ୍ୟାଘାତ ମଧ୍ୟ ସୃଷ୍ଟି ହୋଇଥିଲା । ଏବେ ପୁଣି ନିମାପଡା ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଆଁ ଲଗାଇ ପୋଡି ଦେବାକୁ ଉଦ୍ୟମ କରାଯାଇଛି । ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହାକୁ ନେଇ ମଧ୍ୟ ରାଜନୈତିକ ଉଷ୍ମତା ଦେଖା ଦେବାକୁ ଲାଗିଲାଣି । ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ମାନେ ମଧ୍ୟ ଏମ୍ସ ପରିସରରେ ପଇଁତରା ମାରୁଛନ୍ତି । ଯାହାକୁ ନେଇ ଏମ୍ସ କର୍ତ୍ତୃପକ୍ଷ ସଜାଗ ହୋଇଛନ୍ତି । ନାବାଳିକା ଛାତ୍ରୀ ଜଣଙ୍କ ଚିକିତ୍ସିତ ହେଉଥିବା ମେଡିକାଲର ବର୍ଣ୍ଣ ୟୁନିଟ୍ ବାହାରେ ଲଟ୍‌କା ଲଗାଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ମେଡିକାଲ ପରିସରରେ କେହି କୌଣସି ପ୍ରକାରର ବିକ୍ଷୋଭ ଓ ନାରାବାଜି କରିପାରିବେନାହିଁ ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ