ଭୁବନେଶ୍ଵର,୦୮/୦୮ (ଗର୍ବିିତ ଓଡିଆ ବ୍ୟୁରୋ):ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର କାର୍ଯ୍ୟପଦ୍ଧତି, ରୋଗୀ ସେବା ଓ ଆଧୁନିକ ବିକାଶ କାର୍ଯ୍ୟ ଉପରେ ବିସ୍ତୃତ ସମୀକ୍ଷା କରିଛନ୍ତି ।
ମନ୍ତ୍ରୀ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ରାଷ୍ଟ୍ରୀୟ ମାନକ ଅନୁଯାୟୀ ଏକ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଭାବରେ ଗଠନ କରିବା ଦିଗରେ ନିର୍ଦ୍ଦେଶ ଦେଇଛନ୍ତି । ରୋଗୀ ମାନେ ସମୟରେ ଚିକିତ୍ସା ପାଇପାରିବେ, ସେପାଇଁ ଅଧିକ ବେଡ୍, ଆଧୁନିକ ଯନ୍ତ୍ରପାତି, ଓ ଡିଜିଟାଲ ବ୍ୟବସ୍ଥା ପ୍ରତିଷ୍ଠା ସୁନିଶ୍ଚିତ କରାଯିବାପାଇଁ ଉପସ୍ଥିତ ଅଧିକାରୀଙ୍କୁ କହିଛନ୍ତି ।
ସେହିପରି ରୋଗୀ ସେବା ବ୍ୟବସ୍ଥା ଓ ଅପେକ୍ଷା ସମୟ ହ୍ରାସ, ଅନୁଷ୍ଠାନର ପୁନର୍ବିକାଶ ପ୍ରକଳ୍ପ (Redevelopment Project) ର ଗତି, ଆଧୁନିକ ଯନ୍ତ୍ରପାତି ଉପଲବ୍ଧତା ବାବଦରେ ପଚାରି ବୁଝିଥିଲେ । ସମୀକ୍ଷା ସମୟରେ ମାନ୍ୟବର ମନ୍ତ୍ରୀ ଡାକ୍ତର ଓ ଅଧିକାରୀମାନେ ସହିତ ଆଲୋଚନା କରି ରୋଗୀ ସେବା, ଔଷଧ ଯୋଗାଣ, ସ୍ୱଚ୍ଛତା ଓ ଆଧୁନିକ ସେବା ବ୍ୟବସ୍ଥା ସମ୍ପର୍କରେ ଅବଗତ ହେଲେ। ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ର ଉନ୍ନତି ଓ ପୁନର୍ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ପ୍ରତିବଦ୍ଧ। ଆସୁଥିବା ପ୍ରତ୍ୟେକ ରୋଗୀ ଓ ସେବାଦାତା ମାନେ ଯଥେଷ୍ଟ ସନ୍ତୁଷ୍ଟ ଓ ସୁବିଧାଭୋଗୀ ହେବା ଜରୁରୀ ବୋଲି ମନ୍ତ୍ରୀ ମତାପ୍ରକାଶ କରିଥିଲେ। ଆଗାମୀ ଦିନରେ ଅଧିକ ବେଡ୍, ଉନ୍ନତ ଯନ୍ତ୍ରପାତି ଓ ଡିଜିଟାଲ ରେକର୍ଡ ସିଷ୍ଟମ୍ ସହିତ ଆଧୁନିକ ମଡେଲ ହସ୍ପିଟାଲ ଭାବେ ଗଢିତୋଳିବାକୁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵତୀ ଏସ. , ଡିଏମଇଟି ଡା. ସନ୍ତୋଷ ମିଶ୍ରଙ୍କ ସହ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍, ପ୍ରିନ୍ସିପାଲ, ବିଭାଗ ଅଧ୍ୟକ୍ଷ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ ଓଡିଶାରେ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୪/୦୩/୨୦୨୬: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା…


