ଓଡ଼ିଶାରେ କଟକଣା : ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରିକୁ ନା

ଭୁବନେଶ୍ୱର:ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ସମୁଦ୍ର ପଥରେ ତେଲ ଆସି ପାରୁନାହିଁ। ତଥାପି ଆଜି ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ୍‌ର କୌଣସି ଅଭାବ ଦେଖାଦେଇନାହିଁ। ହେଲେ ନିୟମିତ ବ୍ୟବଧାନରେ ଏଭଳି କିଛି କଟକଣା ସାମନାକୁ ଆସୁଛି, ଯାହା ତେଲବଜାର ଉପରେ ଥିବା ଭିତିରି ଚାପକୁ ପଦାରେ ପକାଇଦେଉଛି। ସେଭଳି ଏକ କଟକଣା ଓଡ଼ିଶାରେ ଲାଗୁ ହୋଇଛି। କୌଣସି ଘରୋଇ କମ୍ପାନି ନୁହେଁ, ବରଂ ସରକାରୀ ତୈଳ କମ୍ପାନିଗୁଡ଼ିକ ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ୍‌ (ଏମ୍‌ଏସ୍‌) ଓ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍‌ ଡିଜେଲ୍ (ଏଚ୍‌ଏସ୍‌ଡି) ବିକ୍ରି ଉପରେ ରୋକ୍‌ ଲଗାଇଛନ୍ତି। ପେଟ୍ରୋଲ ପମ୍ପଗୁଡ଼ିକୁ କଡ଼ା ତାଗିଦ୍‌ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ସବୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଇଣ୍ଡିଆନ ଅଏଲ୍‌ର ଏକ ପେଟ୍ରୋଲ୍‌ ପମ୍ପରେ ଲାଗିଥିବା ନୋଟିସ୍‌ରୁ ତେଲ ବିକ୍ରି ଉପରେ କଟକଣା ଲାଗିଥିବା ଜଣାପଡ଼ିଛି। ଭୁବନେଶ୍ବର ଆର୍‌ଏସ୍‌ଏର ବିକ୍ରି ଅଧିକାରୀଙ୍କ ଦ୍ବାରା ଜାରି ଏହି ନୋଟିସ୍‌କୁ ଗୁରୁତ୍ବପୂର୍ଣ୍ଣ ବୋଲି ଲେଖାଯାଇଛି। ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏକକାଳୀନ ବିପୁଳ ପରିମାଣର ତେଲ ବିକ୍ରିକୁ ଏଡ଼ାଇବାକୁ ପେଟ୍ରୋଲ୍‌ ପମ୍ପମାନଙ୍କୁ କୁହାଯାଇଛି। କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ପ୍ରତିଦିନ ସ୍ଥିତିର ନିରୀକ୍ଷଣ କରୁଛନ୍ତି। ତେଣୁ ସଜାଗ ରହିବାକୁ ପେଟ୍ରୋଲ ପମ୍ପଗୁଡ଼ିକୁ କୁହାଯାଇଛି। ପୂର୍ବରୁ ବେସରକାରୀ ତୈଳ କମ୍ପାନି ଜିଓ-ବିପି ପକ୍ଷରୁ ନିର୍ଦ୍ଦିଷ୍ଟ ପରିମାଣଠାରୁ ଅଧିକ ତେଲ ବିକ୍ରି ଉପରେ କଟକଣା ଲଗାଯାଇଥିବା ଖବର ସାମନାକୁ ଆସିଥିଲା, ଯାହାକୁ କମ୍ପାନି ଖଣ୍ଡନ କରିଥିଲା।
ଏବେ ଇଣ୍ଡିଆନ ଅଏଲ୍‌ ଭଳି ଦେଶର ଏକ ନମ୍ବର ତୈଳ କମ୍ପାନିର ପେଟ୍ରୋଲ୍‌ ପମ୍ପରେ ନୋଟିସ୍‌ ଲାଗିବା ଏକ ଅଲଗା ସ୍ଥିତିକୁ ଦର୍ଶାଉଛି। ରାଜ୍ୟରେ ତିନି ସରକାରୀ ତୈଳ କମ୍ପାନି ଇଣ୍ଡିଆନ ଅଏଲ୍‌, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ର ୨୫୦୦ରୁ ଅଧିକ ପେଟ୍ରୋଲ୍‌ ପମ୍ପ ରହିଛି। ସେଥିରୁ କେବଳ ଇଣ୍ଡିଆନ ଅଏଲ୍‌ର ୧୪୦୦ ପାଖାପାଖି ପେଟ୍ରୋଲ୍‌ ପମ୍ପ ରହିଛି।

ଭୁବନେଶ୍ବର ଆର୍‌ଏସ୍‌ଏ ପକ୍ଷରୁ କଟକଣା ଲଗାଯାଇଥିବାରୁ ତାହା ରାଜ୍ୟର ସବୁ ପେଟ୍ରୋଲ ପମ୍ପ ପାଇଁ ଲାଗୁ ହୋଇଥିବା ବିଶ୍ବାସ କରାଯାଉଛି। ଏ ସମ୍ପର୍କରେ ଇଣ୍ଡିଆନ ଅଏଲ୍‌ର ଓଡ଼ିଶା ସିଜିଏମ୍‌ କମଲ ଶୀଲ କହିଛନ୍ତି ଯେ ତେଲ ବିକ୍ରି ଉପରେ କୌଣସି କଟକଣା ନାହିଁ। କେବଳ ମହଜୁଦକାରୀଙ୍କ ଉପରେ ଲଗାମ କଷିବାକୁ ଏକକାଳୀନ ବିପୁଳ ତେଲ ବିକ୍ରି ଉପରେ କଟକଣା ଲଗାଯାଇଥାଇପାରେ। ତାହା ସମ୍ପୂର୍ଣ୍ଣ ରୂପେ କମ୍ପାନିର ଆଭ୍ୟନ୍ତରୀଣ ବ୍ୟାପାର। ପେଟ୍ରୋଲ ପମ୍ପରୁ ବିପୁଳ ତେଲ ଅନ୍ୟତ୍ର ଚାଲି ନଯାଉ ବା ବାଟମାରଣା ନହେଉ, ତାହାକୁ ନିଶ୍ଚିତ କରିବା ପାଇଁ ଏହି କଟକଣା ଲଗାଯାଇଛି।

ଏହା‌ ସହ ସାଧାରଣ ଗ୍ରାହକଙ୍କ କୌଣସି ସମ୍ପର୍କ ନାହିଁ। ‌ରାଜ୍ୟରେ ତେଲ ଯୋଗାଣ ସମ୍ପୂର୍ଣ୍ଣ ସ୍ବାଭାବିକ ରହିଛି। ଉଭୟ ପେଟ୍ରୋଲ ଓ ଡିଜେଲ୍ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥିବା ସେ କହିଛନ୍ତି। କୌଣସି ଗାଡ଼ିର ଟାଙ୍କିରେ ଏକକାଳୀନ ୫୦ ଲିଟର ‌ତେଲ କିମ୍ବା ୫୦୦ଲିଟର ଡିଜେଲ ପଡ଼ିପାରିବ ନାହିଁ। କେବଳ ଟ୍ୟାଙ୍କର ଜରିଆ‌ରେ ଅଧିକ ତେଲ ନେଇ ହେବ। ଟ୍ୟାଙ୍କରରେ ୨୦୦୦ ଲିଟର କିମ୍ବା ୩୦୦୦ ଲିଟର ତେଲ ନେବା ଭଳି ଘଟଣା ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥାଇପାରେ ବୋଲି ‌ସେ କହିଛନ୍ତି।

  • Related Posts

    ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି: ଅରୁଣ

    ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିବ । ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଯେଉଁଥିରେ ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ହେବ । ତେବେ ବିଧାନସଭାର ଏହି…

    Continue reading
    ଏସି ଭିତରୁ ବାହାରିଲା ଢ଼ମଣା ସାପ

    ହରଭଙ୍ଗା: ଏସି ଭିତରେ ଢମଣା ସାପ । ଦୁଇ ଘଣ୍ଟାର କସରତ ପରେ ଉଦ୍ଧାର ହେଲା ସାପ । ହରଭଙ୍ଗା ବ୍ଲକ ତିଲେଶ୍ୱର ଗାଁର ଫିଲୁନ ପ୍ରଧାନଙ୍କ ଘରେ ଲାଗିଥିଲା ଏହି ଏସି। ଭିତରେ ସାପ ଥିବା ଜାଣି ପରିବାର ଲୋକଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର