ଲସ୍ ଆଞ୍ଜେଲସ୍: ଏକାଡେମୀ ଅଫ୍ ମୋସନ୍ ପିକଚର୍ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ୯୮ତମ ଓସ୍କାର ବିଜେତାମାନଙ୍କର ନାମ ଘୋଷଣା କରିଛି। ଏହି କାର୍ଯ୍ୟକ୍ରମ ଆମେରିକାର ଲସ୍ ଆଞ୍ଜେଲସ୍ର ଡଲ୍ବି ଥିଏଟରରେ ଅନୁଷ୍ଠିତ ହୋଇଯାଇଛି। ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଶ୍ରେଷ୍ଠ ଆନିମେଟେଡ୍ ଚଳଚ୍ଚିତ୍ର ସମେତ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ସିନର୍ସ ଏବଂ ୱାନ୍ ବ୍ୟାଟେଲ୍ ଆଫ୍ଟର ଅନଦର୍ ତଥା ଅନ୍ୟାନ୍ୟ ଚଳଚ୍ଚିତ୍ରଗୁଡ଼ିକ ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ଜିତିଛନ୍ତି।
ନିର୍ଦ୍ଦେଶକ ପଲ ଥମାସ ଆଣ୍ଡରସନଙ୍କ ୱାନ୍ ବ୍ୟାଟେଲ୍ ଆଫ୍ଟର ଆନାଦର୍ ଛଅଟି ପୁରସ୍କାର ସହିତ ସର୍ବାଧିକ ପୁରସ୍କାର ଜିତିଛି। ଏହା ୧୩ଟି ମନୋନୟନ ହାସଲ କରିଥିଲା। ରିଆନ୍ କୁଗଲରଙ୍କ ସିନର୍ସ ସର୍ବାଧିକ ପୁରସ୍କାର ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି। ଏହା ଚାରିଟି ପୁରସ୍କାର ଜିତିଛି। ଏହି ଚଳଚ୍ଚିତ୍ରଟି ମୋଟ ୧୩ଟି ମନୋନୟନ ପାଇଥିଲା।
ଓସ୍କାର ବିଜେତାଙ୍କ ତାଲିକା
ଶ୍ରେଷ୍ଠ ସହାୟକ ଅଭିନେତ୍ରୀ
ଏମି ମାଡିଗାନ (ୱିପନ୍ସ) – ବିଜେତା
ଶ୍ରେଷ୍ଠ ଆନିମେଟେଡ୍ ଫିଚର୍ ଫିଲ୍ମ
କେ-ପପ୍ ଡେମନ ହଣ୍ଟର୍ସ – ବିଜେତା
ଶ୍ରେଷ୍ଠ ଆନିମେଟେଡ୍ କ୍ଷୁଦ୍ର ଚଳଚ୍ଚିତ୍ର
ଦ ଗର୍ଲ ହୁ କ୍ରାଏଡ୍ ପର୍ଲ୍ସ – ବିଜେତା
ଶ୍ରେଷ୍ଠ ପୋଷାକ ଡିଜାଇନ୍
ଫ୍ରାଙ୍କେନଷ୍ଟାଇନ୍ (ଡେବୋରା ଲିନ୍ ସ୍କଟ୍) – ବିଜେତା
ଶ୍ରେଷ୍ଠ କାଷ୍ଟିଂ
ୱାନ୍ ବ୍ୟାଟେଲ୍ ଆଫ୍ଟର ଆନାଦର୍ – ବିଜେତା
ଶ୍ରେଷ୍ଠ ଲାଇଭ୍ ଆକ୍ସନ୍ କ୍ଷୁଦ୍ର ଚଳଚ୍ଚିତ୍ର
ଦ ସିଙ୍ଗର୍ସ ଏବଂ ଟୁ ପିପୁଲ ଏକ୍ସଚେଞ୍ଜିଂ ସଲାଇଭା – ବିଜେତା
ଶ୍ରେଷ୍ଠ ସହାୟକ ଅଭିନେତା
ସିଆନ୍ ପେନ୍ (ୱାନ୍ ବ୍ୟାଟେଲ୍ ଆଫ୍ଟର ଆନାଦର୍) – ବିଜେତା
ଶ୍ରେଷ୍ଠ ନିର୍ଦ୍ଦେଶକ
ପଲ୍ ଥମାସ ଆଣ୍ଡରସନ (ୱାନ୍ ବ୍ୟାଟେଲ ଆଫ୍ଟର ଆନାଦର) – ବିଜେତା
ଶ୍ରେଷ୍ଠ ଅଭିନେତା




