କଂଗ୍ରେସର ମହିଳା ସମ୍ମାନ କେବଳ କଥାରେ ସୀମିତ: ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ

ଭୁବନେଶ୍ୱର: ମଣିପୁରର କଂଗ୍ରେସ ସାଂସଦ ତଥା ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ପ୍ରଫେସର ଆଙ୍ଗୋମଚା ବିମଲ ଅକୋଇଜାମ ୧୧ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ନେଇ ଅଭିଯୋଗ ହେବା ପରେ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ତାଙ୍କୁ ବହିଷ୍କାର କରିଛି। ଆମ ସଂସ୍କୃତିରେ ଗୁରୁଙ୍କୁ ଭଗବାନଙ୍କ ମର୍ଯ୍ୟାଦା ଦିଆଯାଏ। ଯେଉଁ ଛାତ୍ରୀମାନଙ୍କୁ ଝିଅ ଭଳି ଦେଖିବା କଥା ସେମାନଙ୍କ ସହ ଅସଦ୍ ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ। ଅକୋଇଜାମଙ୍କ ଏଭଳି ଘଟଣା ଗୁରୁ-ଶିଷ୍ୟ ପରମ୍ପରାକୁ କଳଙ୍କିତ କରିଛି। ଏପରି ଘୃଣ୍ୟ କାମ କରିଥିବା ପ୍ରଫେସର ବିମଲ ଅକୋଇଜାମ ଆମ ଶିକ୍ଷା ସଂସ୍କୃତିକୁ ଯେଉଁଭଳି କଳୁଷିତ କରିଛନ୍ତି ତାକୁ ଯେତେ ନିନ୍ଦା କଲେ କମ୍ ହେବ। ଏଭଳି ସମ୍ବେଦନଶୀଳ ଘଟଣାରେ କଂଗ୍ରେସ ଓ ରାହୁଲ ଗାନ୍ଧୀ ଚୁପ୍ କାହିଁକି ତାର ଜବାବ ଦିଅନ୍ତୁ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି।
ଡା. ବିଶ୍ୱାଳ କହିଛନ୍ତି ଯେ, ଆଜି କଂଗ୍ରେସ ପାର୍ଟି ମହିଳାଙ୍କ ପାଇଁ ସ୍ୱର ଉତୋଳନ କରୁଥିବା କହୁଛି ଏବଂ ରାହୁଲ ଗାନ୍ଧୀ ମହିଳା ସଶକ୍ତୀକରଣ କଥା କହି ଡିିଣ୍ଡିମ ପିଟୁଛନ୍ତି। ମାତ୍ର ସେମାନେ ଏତେ ବଡ ଘଟଣାରେ ଚୁପ୍ କାହିଁକି? ବାମପନ୍ଥୀ ଉଦାରବାଦୀ ଚିନ୍ତା ଧାରାର ଦ୍ୱାହି ଦେଉଥିବା ରାହୁଲ ଗାନ୍ଧୀ ଭାରତୀୟ ସଂସ୍କୃତିକୁ ଆକ୍ଷେପ କରୁଛନ୍ତି। ମନୁସଂହିତାର ସବୁ ନିୟମ ଭାଙ୍ଗି ମହିଳାମାନଙ୍କୁ ମୁକ୍ତ ହେବାକୁ ଆହ୍ୱାନ ଦେଉଥିବାବେଳେ ସେ ନିଜ ଦଳର ସାଂସଦଙ୍କ ଏଭଳି କାର୍ଯ୍ୟକଳାପ ଉପରେ ନୀରବ ରହିଛନ୍ତି। ଦଳର କେନ୍ଦ୍ର ନେତୃମଣ୍ଡଳ ସମେତ ଓଡ଼ିଶା କଂଗ୍ରେସର ସମସ୍ତ ନେତୃତ୍ୱ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଆବଶ୍ୟକ। ରାହୁଲ ଗାନ୍ଧୀ ସେଇ ବ୍ୟକ୍ତି, ଯିଏ ଗୋଟେ ହାତରେ ସମ୍ବିଧାନ ଓ ଅନ୍ୟ ହାତରେ ଫ୍ଲାଇଙ୍ଗ କିସ୍ ଦେବାରେ ବିଶ୍ୱାସ ରଖନ୍ତି। କେନ୍ଦ୍ରରେ ତାଙ୍କ ସରକାର ଥିଲାବେଳେ ନିଜ ସରକାରଙ୍କ ଦ୍ୱାରା ଅଣାଯାଇଥିବା ଅଧ୍ୟାଦେଶକୁ ଚିରି ପକାଇଥିଲେ। ସଂସଦରେ ଆଖି ମାରିଲା ଭଳି ଶିଷ୍ଠାଚାର ବିରୋଧି କାର୍ଯ୍ୟ କରିଥିଲେ। ସେ କେବଳ ସଂସଦ ଭିତରେ ନୁହେଁ, ବାହାରେ ମଧ୍ୟ ଅନେକ ଅଶୋଭନୀୟ କାର୍ଯ୍ୟ କରିଥିଲେ। ଏଇ କିଛି ଦିନ ତଳେ ଆନ୍ଦୋଳନ ବେଳେ ମହିଳା ପୋଲିସ କର୍ମଚାରୀଙ୍କୁ ଯେଉଁ ଭଳି ସ୍ପର୍ଶ କଲେ ଓ ଠେଲାପେଲା କଲେ ତାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ନାରୀ ଶକ୍ତି ବନ୍ଦନ ଅଧିନିୟମରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ବିଲ୍ ଆଣିଥିବାବେଳେ କଂଗ୍ରେସ ପାର୍ଲାମେଂଟରେ ତାକୁ ବିରୋଧ କରିଥିଲା। କର୍ଣ୍ଣାଟକରେ କଂଗ୍ରେସ ସରକାର ଥିଲେ ମଧ୍ୟ ତାଙ୍କ ମନ୍ତ୍ରିମଣ୍ଡଳରେ ମହିଳାଙ୍କୁ ସ୍ଥାନ ନଦେଇ ନିଜ ମହିଳା ବିରୋଧୀ ଚରିତ୍ର ପ୍ରମାଣିତ କରିଛି। ଓଡ଼ିଶାର ଗର୍ବ ଗୌରବ ତଥା ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ମହାମହିମ ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଅପଶବ୍ଦ ପ୍ରୟୋଗ କରି ରାଷ୍ଟ୍ରପତ୍ନୀ ବୋଲି କହିଥିଲେ। ସେତେବେଳେ ପ୍ରଦେଶ କଂଗ୍ରେସ ସମେତ ଭକ୍ତ ଦାସ ଚୁପ୍ ବସିଥିଲେ କାହିଁକି? କଂଗ୍ରେସ ନେତାମାନଙ୍କ ଗୃହ ଭିତରେ ଓ ବାହାରେ ମହିଳାଙ୍କ ପ୍ରତି ଅଂସସଦୀୟ ଆଚରଣ, କର୍ତବ୍ୟରତ ମହିଳା ପୋଲିସ ଅଫିସରଙ୍କ ସହ ଠେଲାପେଲା ଓ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବା ଭଳି ଘଟଣା ସେମାନଙ୍କ ପ୍ରକୃତ ମାନସିକତାକୁ ଦର୍ଶାଉଛି।
ଏସବୁ ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, କଂଗ୍ରେସର ମହିଳା ସମ୍ମାନ କେବଳ କଥାରେ ମାତ୍ର ବାସ୍ତବରେ କଂଗ୍ରେସ ସବୁବେଳେ ମହିଳାଙ୍କ ସମେତ ଆମ ସଂସ୍କୃତି ଓ ସଭ୍ୟତାକୁ ଅପମାନିତ କରିଛି। କିନ୍ତୁ ଭାରତୀୟ ଜନତା ପାର୍ଟି ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇ ଆସିଛି। ଦଳ ଭିତରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେଇଛି। ଏହାଛଡ଼ା ଯେଉଁଠି ମହିଳା ପ୍ରତି ଅନ୍ୟାନ୍ୟ ହେଉଛି ସେଠାରେ ପ୍ରତିବାଦ କରୁଛି ଓ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଡା. ବିଶ୍ୱାଳ କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ।

  • Related Posts

    ଚୂଡାନ୍ତ ପ୍ରାର୍ଥୀ ତାଲିକା : ୩୪୭ କଲେଜରେ ୬୩୬୨ ପ୍ରାର୍ଥୀ, ୧୩ ବିଶ୍ବବିଦ୍ୟାଳୟରେ ୨୮୭ ପ୍ରାର୍ଥୀ

    ଭୁବନେଶ୍ବର : ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଛି କଲେଜରେ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୋଟ ୬୩୬୨ ପ୍ରାର୍ଥୀ। ସେହିପରି ବିଶ୍ବବିଦ୍ୟାଳୟ ସ୍ତରରେ ୨୮୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି। ଉଚ୍ଚଶିକ୍ଷା…

    Continue reading
    ଛାତ୍ର ସଂସଦ ନିର୍ବାଚନ: ବାଣୀବିହାର ମଇଦାନରେ ୨୯ ପ୍ରାର୍ଥୀ

    ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ଉତ୍ସାହଠୁ ଅଧିକ ରାଜନେତା, ଛାତ୍ର ସଂଗଠକ ମଧ୍ୟରେ ଦେଖିବାକୁ ମିଳୁଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଉପରେ ସମସ୍ତଙ୍କ ନଜର । ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ