କଂଗ୍ରେସ ଦୋମୁହାଁ ନୀତି ଅବଲମ୍ବନ କରୁଛି:ବାବୁ ସିଂ

ଭୁବନେଶ୍ବର: ଘରୋଇ ବିଶ୍ବବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ଘଟଣାରେ କଂଗ୍ରେସ ଦୋମୁହାଁ ନୀତି ଅବଲମ୍ବନ କରୁଛି ବୋଲି କହିଛନ୍ତି ବିଧାୟକ ବାବୁ ସିଂ।
ବାବୁ ସିଂ କହିଛନ୍ତି, “ସମ୍ପୃକ୍ତ ପ୍ରସଙ୍ଗରେ ବିଜେଡି ପରେ କଂଗ୍ରେସ ଦୋମୁହାଁ ନୀତି ଅବଲମ୍ବନ କରୁଛି । ଅଚ୍ୟୁତ ସାମନ୍ତଙ୍କୁ କେବଳ ଏହି ଘଟଣାରେ ନୁହେଁ, ସେ କରିଥିବା ଜମି ଦୁର୍ନୀତି, ବେଆଇନ କୋଠା ନିର୍ମାଣ ନେଇ ତର୍ଜମା ଚାଲିଛି । ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଜୀବନ ହାରିବା ଘଟଣା ଘଟିବା ଦିନଠାରୁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷା ମନ୍ତ୍ରୀ ଚିନ୍ତିତ । ଯେଉଁମାନେ ଦୋଷୀ ସେମାନେ ନିଶ୍ଚିତ ଭାବେ ଦଣ୍ଡ ପାଇବେ। ପ୍ରଥମ ଥର ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଜେରାର ସମ୍ମୁଖୀନ ହେବାକୁ ପଡ଼ିଛି । ପୂର୍ବରୁ ତାଙ୍କ ନାଁରେ ଅନେକ ଅଭିଯୋଗ ଆସିଛି, କିନ୍ତୁ କେବେ ଜେରାର ସମ୍ମୁଖୀନ ହୋଇ ନ ଥିଲେ । ଅଚ୍ୟୁତ ସାମନ୍ତଙ୍କୁ କେବଳ ଏହି ଘଟଣାରେ ନୁହେଁ। ସେ କରିଥିବା ଜମି ଦୁର୍ନୀତି, ବେଆଇନ କୋଠା ନିର୍ମାଣ ନେଇ ତର୍ଜମା ଚାଲିଛି । ଏଥିପାଇଁ ତାଙ୍କ ପାଖରୁ ସମସ୍ତ ପ୍ରକାର କାଗଜପତ୍ର ମଗା ଯାଇଛି ।”ସେ ଆହୁରି କହିଛନ୍ତି, “ସମ୍ପୃକ୍ତ ଘରୋଇ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ କଂଗ୍ରେସ ଦୋମୁହାଁ ନୀତି ଅବଲମ୍ବନ କରୁଛି । କଂଗ୍ରେସ ନେତା ତଥା ବାଙ୍କୀର ପୂର୍ବତନ ବିଧାୟକ ଏହି ବିଶ୍ୱବିଦ୍ୟାଳୟକୁ ଛାଇ ଭଳି ସୁରକ୍ଷା ଦେଉଛନ୍ତି । କଂଗ୍ରେସ ନେତା ବିଶ୍ଵବିଦ୍ୟାଳୟ ପାଇଁ ଓକିଲାତି କରିବା ସହ ଅଚ୍ୟୁତ ସାମନ୍ତ ବୁଦ୍ଧଙ୍କ ସହ ସମାନ ବୋଲି କହୁଛନ୍ତି ।”

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ