କଟକରେ କଂଗ୍ରେସ ସଂଗଠନ ପ୍ରଭାବିତ ହେବନାହିଁ:ସୋଫିଆ

ଭୁବନେଶ୍ୱର: ମୋକିମଙ୍କୁ କଂଗ୍ରେସ ପର କରିଦେବା ପରେ କଟକ କଂଗ୍ରେସ ଦୁଇ ଫାଳ । ଦଳୀୟ କର୍ମୀ କାହାକୁ ନିଜର କରିବେ ତାକୁ ନେଇ ଶଙ୍କାରେ । ଏହା ଭିତରେ ଭକ୍ତଙ୍କ ଡାକରାରେ ଭୁବନେଶ୍ୱରରେ ଦଳୀୟ ରାଲିରେ ନଜର ଆସିଛନ୍ତି ମୋକିମଙ୍କ ଝିଅ ସୋଫିଆ ।

ମୋକିମ କଂଗ୍ରେସରୁ ବିଦା ହେଲେ । ଆଗକୁ ଝିଅ ସୋଫିଆ କ’ଣ କରିବେ ? ଦଳରେ ତାଙ୍କର ଭୂମିକା କ’ଣ ରହିବ ? ଦଳୀୟ କାର୍ୟ୍ୟକ୍ରମରେ ସୋଫିଆ ସାମିଲ ହେବେ କି ନାହିଁ ? ଏଭଳି ଅନେକ ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ ଟାଣି ବିଜେପି ଅଫିସ ଘେରାଉ ରାଲିରେ ସାମିଲ ହୋଇଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ବାପା ମୋକିମଙ୍କ ଭଳି ପିସିସି ସଭାପତି ଭକ୍ତଙ୍କ ନେତୃତ୍ୱକୁ ନେଇ ମନରେ ପ୍ରଶ୍ନବାଚୀ ନଥିବାର ସଂକେତ ଦେଇଛନ୍ତି ସୋଫିଆ । କହିଛନ୍ତି, କଟକରେ କଂଗ୍ରେସ ସଂଗଠନ ପ୍ରଭାବିତ ହେବନାହିଁ । ଯେମିତି ଚାଲିଥିଲା ସେମିତି ଚାଲିବ । ଏସବୁ ଭିତରେ ପିସିସି ସଭାପତି କହିଛନ୍ତି, କାହା ଦ୍ୱାରା ପ୍ରରୋଚିତ ହୋଇ ବିଶୃଙ୍ଖଳା ନ କରନ୍ତୁ ନେତା ।
ମୋକିମ କଂଗ୍ରେସରୁ ବିଦା ହେବା ପରେ କଟକ-ବାରବାଟୀରେ ଦଳୀୟ କର୍ମୀ ଏବେ ଭାଗ ଭାଗ । କାହାକୁ ଭରସିବେ, କାହା ସାଥୀରେ ରହିବେ ତାକୁ ନେଇ ଦ୍ୱନ୍ଦ୍ୱରେ । ରାଜନୀତି ଛାଡିନଥିବା କହି କଂଗ୍ରେସର ପୁରୁଣା କର୍ମୀଙ୍କୁ ନିଜ ପାଖରେ ରଖିବାକୁ ଉଦ୍ୟମ କରିଛନ୍ତି ମୋକିମ । ହେଲେ ମୋକିମଙ୍କ ସହ ରହିଲେ ଦଳ ବିରୋଧୀର ଟ୍ୟାଗ୍ ଲାଗିବ । ସୋଫିଆଙ୍କ ସହ ରହିଲେ ମୋକିମଙ୍କ ସାଥ୍ ଛାଡ଼ିବାକୁ ପଡ଼ିବ । ଏଭଳି ସ୍ଥିତିରେ କେମିତି ଆଗକୁ ବଢିବ କଟକ କଂଗ୍ରେସ ସଙ୍ଗଠନ ।

  • Related Posts

    ବିଜୟଙ୍କ ଦୁଇଟି ସତ୍ୟପାଠରେ ଭିନ୍ନ ସମ୍ପତ୍ତି ତାଲିକା

    ନୂଆଦିଲ୍ଲୀ,୨୦ ଏପ୍ରିଲ ୨୦୨୬: ବିଜୟ ଦୁଇଟି ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତ୍ରିଚି ଏବଂ ପେରାମ୍ବୁର ପାଇଁ ସେ ନାମାଙ୍କନ ଭରିଛନ୍ତି । ମାତ୍ର ପେରାମ୍ବୁରର ଜଣେ ମତଦାତା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିଜୟଙ୍କ…

    Continue reading
    ବିରୋଧୀ ଦଳଗୁଡ଼ିକ ମୁଣ୍ଡରେ ‘ମହିଳା ବିରୋଧୀ’ କଳଙ୍କର ଷ୍ଟାମ୍ପ ଲାଗିଗଲା:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଗତ ୧୭ ତାରିଖ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ ‘କଳା ଦିବସ’ ଥିଲା । ଏହି ଦିନ କଂଗ୍ରେସ ଦଳ ନେତୃତ୍ୱରେ ସମଗ୍ର ବିରୋଧୀଦଳ ମିଳିମିଶି ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର କରି ଦେଇଥିଲେ । ସମ୍ବିଧାନର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ