କରଣ ଜୋହର କରିବେ ଓଡ଼ିଆ ଫିଲ୍ମ ‘ବୋଉ ବୁଟୁ ଭୂତ’ର ରିମେକ୍ !

ଭୁବନେଶ୍ବର,23/09:କିଛି ମାସ ତଳେ ରିଲିଜ୍ ହୋଇଥିବା ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କ ବ୍ଲକ୍‌ବଷ୍ଟର ଫିଲ୍ମ ବୋଉ ବୁଟୁ ଭୂତ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଥିଲା। ଫିଲ୍ମଟି ଆୟରେ ଅନେକ ବଲିଉଡ ଫିଲ୍ମକୁ ମଧ୍ୟ ପଛରେ ପକାଇଥିଲା। ଏବେ ଏହାର ଲୋକପ୍ରିୟତାକୁ ‌ଦେଖି ଫିଲ୍ମର ରିମେକ୍ ପାଇଁ ଇଚ୍ଛା ପ୍ରକାଶ କରିଛି ଧର୍ମା ପ୍ରଡକ୍ସନ। ଧର୍ମା ବଲିଉଡର ବଡ଼ ପ୍ରଡକ୍ସନ କମ୍ପାନି ମଧ୍ୟରୁ ଗୋଟାଏ। କୁହାଯାଉଛି ଯେ, ଧର୍ମା ପ୍ରଡକ୍ସନ ଫିଲ୍ମର ରିମେକ୍ ରାଇଟ୍ସ କିଣିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଧର୍ମା ପ୍ରଡକ୍ସନ୍ସର ମୁଖ୍ୟ ଆଇନ ଅଧିକାରୀ ରାଖି ବାଜପେୟୀ ତିୱାରୀଙ୍କ ଦ୍ବାରା ‘ଫିଲ୍ମ ଇନଫରମେସନ ମାଗାଜିନ୍‌’ରେ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ, ‘ବୋଉ ବୁଟୁ ଭୂତ’ (୨୦୨୫)ର ରିମେକ୍ ରାଇଟ୍ସ କ୍ରୟ ପାଇଁ କମ୍ପାନି ପ୍ରକ୍ରିୟା ଆରମ୍ଭ କରିଛି। ଏହା ସେମାନଙ୍କୁ ବିଶ୍ୱସ୍ତରରେ ଯେକୌଣସି ପ୍ଲାଟଫର୍ମରେ ଚଳଚ୍ଚିତ୍ରର ନିର୍ମାଣ, ବଣ୍ଟନ ଏବଂ ପୁନଃନିର୍ମାଣ କରିବାର କ୍ଷମତା ପ୍ରଦାନ କରେ। ରାଇଟ୍ସ ନେବା ପରେ ସେମାନେ ଫିଲ୍ମକୁ ସବୁ ଭାଷାରେ ଡବିଂ ଏବଂ ସବଟାଇଟେଲିଂ କରିପାରିବେ।
ନୋଟିସରେ ସ୍ପଷ୍ଟ କରାଯାଇଛି ଯେ, ମୂଳ ଚଳଚ୍ଚିତ୍ରର ରାଇଟ୍ସ ବାବୁଶାନ ଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ୍ ପାଖରେ ଅଛି, ଏବଂ ଚଳଚ୍ଚିତ୍ରର ବୌଦ୍ଧିକ ସମ୍ପତ୍ତି ଉପରେ ଅନ୍ୟ କାହାର ଦାବି ନାହିଁ। ଧର୍ମାର ଏହି ପଦକ୍ଷେପ ଏକ ଶକ୍ତିଶାଳୀ ଆଞ୍ଚଳିକ କାହାଣୀ ଖୋଜିବା ରଣନୀତିର ଏକ ଅଂଶ, ଯାହାକୁ ଜାତୀୟ ଦର୍ଶକଙ୍କ ପାଖରେ ପହଞ୍ଚାଯାଇପାରିବ। ତେବେ ଏହି ଖବରକୁ ନେଇ ଏପର୍ଯ୍ୟନ୍ତ ବାବୁଶାନଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ। ଚଳିତ ବର୍ଷ ଜୁନ୍ ୧୨ ତାରିଖରେ ମୁକ୍ତିଲାଭ କରିଥିବା ‘ବୋଉ ବୁଟୁ ଭୂତ’ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ପରିବର୍ତ୍ତନ ଆଣିଥିଲା। ବଲିଉଡ ଫିଲ୍ମ ହାଉସଫୁଲ୍ ୫ ଏବଂ ସୀତାରେ ଜମିନ୍ ପର ଭଳି ବଡ଼ ଫିଲ୍ମ ସହିତ ପ୍ରତିଯୋଗିତା କରିବା ସତ୍ତ୍ୱେ, ଏହି ହରର୍-ଥ୍ରିଲର୍-କମେଡି ଫିଲ୍ମ ସର୍ବକାଳୀନ ସର୍ବାଧିକ ଆୟକାରୀ ଓଡ଼ିଆ ଚଳଚ୍ଚିତ୍ର ହୋଇପାରିଥିଲା। ଫିଲ୍ମରେ ବାବୁଶାନଙ୍କ ବ୍ୟତୀତ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଅପରାଜିତା ମହାନ୍ତି ଓ ଅର୍ଚ୍ଚିତା ସାହୁ। ‘ଗ୍ୟାଙ୍ଗସ୍‌ ଅଫ୍ ପୁରୀ’ ଫେମ୍ ଜଗଦୀଶ ମିଶ୍ର ‘ବୋଉ ଭୁଟ୍ଟୁ ଭୂତ’ର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ମହମ୍ମଦ ଇମ୍ରାନ୍। ପ୍ରଣବପ୍ରସନ୍ନ ରଥ ଏହାର ସଂଳାପ ରଚନା କରିଥିବା ବେଳେ ପ୍ରଯୋଜନା କରିଥିଲେ ତୃପ୍ତି ଶତପଥୀ। ବାବୁସାନ୍ ଫିଲ୍ମସ୍‌ ବ୍ୟାନର୍‌ରେ ନିର୍ମିତ ଏହି ଛବିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌରବ ଆନନ୍ଦ।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ