
ଜଗତସିଂହପୁର: ଗୋରେଖନାଥଙ୍କୁ ଜଳାଭିଷେକ କରି ଫେରୁଥିବା ବେଳେ କାଉଡ଼ିଆଙ୍କ ଉପରେ ଚଢ଼ିଗଲା ବସ୍। ଜଣେ ମୃତ ଓ ଜଣେ ଗୁରୁତର। ମୃତକ ଜଣକ ପୁରୀ ଅଞ୍ଚଳର ବୋଲି ସୂଚନା ରହିଛି। ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ପାଳସାହି ଠାରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନାଉଗାଁରୁ ଜଗତସିଂହପୁର ଯାଉଥିବା ସାଇକୃଷ୍ନା ବସ ଏହି ଦୁର୍ଘଟଣା ଘଟାଇବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଣେ ଗୁରୁତରଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।




