
କେନ୍ଦୁଝର : ଲଗାଣ ବର୍ଷାରେ ବେହାଲ କେନ୍ଦୁଝର । ପ୍ରବଳ ବର୍ଷା ଲାଗି କାଞ୍ଜିପାଣି ଘାଟିରେ ଭୂସ୍ଖଳନ। ଯାହାଫଳରେ ରାସ୍ତା ଉପରେ ପଥର ମାଟି ପଡି ଅବରୋଧ ହୋଇଯାଇଛି । ରାସ୍ତାର ଉଭୟ ପଟେ ଅଟକି ରହିଛି ପ୍ରବଳ ଗାଡ଼ି ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଏପିରିକି କେନ୍ଦୁଝର ଜିଲ୍ଲା ମଧ୍ୟ ବର୍ଷା ଲାଗିରହିଛି । ୪୯ ନମ୍ବର ଜାତୀୟ ରାଜପଥର କାଞ୍ଜିପାଣି ଘାଟିରେ ଭୂସ୍ଖଳନ ହୋଇଛି । ଯାହାଫଳରେ ରାସ୍ତା ଉପରେ ପଥର ମାଟି ପଡି ଅବରୋଧ ହୋଇଛି । ଏପିରିକି ରାସ୍ତାର ଉଭୟ ପଟେ ଅନେକ ଗାଡ଼ିମୋଟର ଅଟକି ରହିଛି। ବିଳମ୍ବିତ ରାତି ପ୍ରାୟ ଗୋଟାଏ ଠାରୁ ଗାଡ଼ି ଅଟକି ରହିଛି । କାଞ୍ଜିପାଣି ଠାରୁ ପ୍ରାୟ ତିନି କିଲୋମିଟର ଯାଏଁ ଲମ୍ବିଛି ଜାମ୍ । ସେପଟେ ଏନ୍ଏଚଆଇ ପକ୍ଷରୁ ରାସ୍ତାରୁ ମାଟି ଉଠାଇବା ପାଇଁ ଚାଲିଛି ପ୍ରୟାସ ।



