ବିପଦ ସଙ୍କେତ ଉପରେ ବୈତରଣୀ ନଦୀ

ଭଦ୍ରକ : ଉପରମୁଣ୍ଡରେ ଲଗାଣ ବର୍ଷା । ବୈତରଣୀରେ ନଦୀରେ ବଢୁଛି ଜଳସ୍ତର । ଭଦ୍ରକ ଜିଲ୍ଲାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ । ତେବେ ଶନିବାର ରାତିରୁ ଜଳସ୍ତର ହ୍ରାସ ପାଉଛି । ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ସକାଳ ୯ ସୁଦ୍ଧା ପରେ ୧୮.୫୧ ମିଟରରେ ଜଳ ପ୍ରବାହିତ ହେଉଛି । କେନ୍ଦୁଝର ଓ ଆନନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ପୁଣି ବୈତରଣୀ ନଦୀ ଫୁଲୁଛି । ତେବେ ଶନିବାର ବିଳମ୍ବିତ ରାତିରେ ବୈତରଣୀ ନଦୀ ୧୮.୫୫ ମିଟରରେ ପ୍ରବାହିତ ହୋଇଥିବା ବେଳେ ଧୀରେ ଧୀରେ ଜଳ ସ୍ଥର ହ୍ରାସ ହେଉଛି । ଜିଲ୍ଲାରେ ରାତିରେ ବର୍ଷା ହେଉଥିବା ବେଳେ ସକାଳୁ ବେଳୁ ବର୍ଷାର ପରିମାଣ କମିଛି । ବୈତରଣୀ ନଦୀର କଣ୍ଟି ଘାଇ ଦେଇ ବନ୍ୟା ଜଳ ବାହାରିଥିଲେ ମଧ୍ୟ ଜନବସତିକୁ ପ୍ରଭାବିତ କରିନାହିଁ ।

  • Related Posts

    ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ

    ଭୁବନେଶ୍ୱର: ଓଡିଶା ପୋଲିସକୁ ମିଳିଲା ନୂଆ ଡିଜିପି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସର ଅତିରିକ୍ତ ଡିଜିପି ଦାୟିତ୍ୱ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଶ୍ରୀ ମିଶ୍ର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ୟ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍…

    Continue reading
    ଭୁବନେଶ୍ୱରରେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

    ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହେଲେ କୋଭିଡ୍‌ ଆକ୍ରାନ୍ତ। ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ।ଏହି କୋଭିଡ୍‌ ଆକ୍ରାନ୍ତଙ୍କ ଘର ବରମୁଣ୍ଡା ଅଞ୍ଚଳରେ। ତାଙ୍କୁ ୫୦ ବର୍ଷ ହୋଇଛି। ଏହା ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ