ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ

କୋଣାର୍କ: ପୁରୀରୁ କୋଣାର୍କ ରେଳପଥ ପାଇଁ କୋଣାର୍କର ବିଭିନ୍ନ ସଂଗଠନ ଓ ବାସିନ୍ଦାଙ୍କ ପକ୍ଷରୁ ଦୀର୍ଘ ବର୍ଷ ହେବ ଦାବି ହୋଇଆସୁଥିଲା। ପୁରୀ-କୋଣାର୍କ ନୂତନ ରେଳପଥ ପାଇଁ ଜମି ଅଧିଗ୍ରହଣ ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କୋଣାର୍କ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। କୋଣାର୍କ ଅଞ୍ଚଳ ବାସିନ୍ଦାଙ୍କ ବହୁ ଦିନର ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି। ରେଳପଥ ନିର୍ମାଣ ହେଲେ ପର୍ୟ୍ୟଟନର ବିକାଶ ସହିତ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ଭୁବନେଶ୍ୱର,ପୁରୀ ଏବଂ କୋଣାର୍କ ସ୍ୱର୍ଣ୍ଣ ତ୍ରିଭୁଜରେ ନୂଆ ଅଧ୍ୟାୟ ଯୋଡ଼ି ହେବ। ପର୍ୟ୍ୟଟନସ୍ଥଳୀ କୋଣାର୍କକୁ ଅଧିକ ସଂଖ୍ୟକ ପର୍ୟ୍ୟଟକଙ୍କ ଆଗମନ ହେବ। କୋଣାର୍କ ସୂର୍ୟ୍ୟମନ୍ଦିର, ସ୍ୱର୍ଣ୍ଣାଭ ବେଳାଭୂମି ଓ ପ୍ରାକୃତିକ ସବୁଜିମା ଭରା ବେଳାମାର୍ଗ ବୁଲି ଆସୁଥିବା ପର୍ୟ୍ୟଟକଙ୍କ ପାଇଁ ଏହା ଅନନ୍ୟ ଅନୁଭୂତି ଆଣିଦେବ। ଦେଶ ବିଦେଶର ପର୍ୟ୍ୟଟକମାନେ ଭିଷ୍ଟାଡମ ଟ୍ରେନରେ ବସି ପ୍ରାକୃତିକ ସୌନ୍ଦର୍ୟ୍ୟକୁ ମନଭରି ଉପଭୋଗ କରିପାରିବେ। ଏନେଇ ଜମି ଅଧିଗ୍ରହଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶେଷକରି କୋଣାର୍କ ଥାନା ଅନ୍ତର୍ଗତ ସଦାନନ୍ଦପୁର, ଅଚ୍ୟୁତପୁର,ଗୁଣ୍ଡି, ଗ୍ରାମ ଗୁଡିକ ଜମି ଅଧିଗ୍ରହଣ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କହିଛନ୍ତି ତହସିଲଦାର ଅନୀଲ କୁମାର ମହାନ୍ତି । ୩୨କିମି ରେଳପଥ ପାଇଁ ୪୯୨କୋଟି ଖର୍ଚ୍ଚ ଧାର୍ୟ୍ୟ ହୋଇଛି। ଏହି ରେଳପଥରେ ପୋରତରା, ଭିଙ୍ଗୁରାଡି ଓ କୋଣାର୍କ ୩ଟି ଷ୍ଟେସନ ରହିବ। ନୂଆନଇ, ଧନୁଆ ଓ କୁଶଭଦ୍ରା ନଦୀ ରହୁଥିବାରୁ ୮ଟି ବଡ଼ ପୋଲ,୨୭ଛୋଟ ପୋଲ ଓ ୨ଟି ରୋଡ ଓଭରବ୍ରିଜ ନିର୍ମାଣ ହେବ । ବାଲୁଖଣ୍ଡ ଅଭୟାରଣ୍ୟ ବାଇପାସ୍ ହେତୁ ସବୁଜିମା ଭରା ପ୍ରାକୃତିକ ପରିବେଶ ଦେଖିବାରୁ ପର୍ୟ୍ୟଟକମାନେ ବଞ୍ଚିତ ହେବେ। କୋଣାର୍କରେ ରାତ୍ରୀଯାପନ ପାଇଁ ବିଶେଷ ସୁବିଧା ନଥିବାରୁ ଅଧିକାଂଶ ପର୍ୟ୍ୟଟକ ସଂଧ୍ୟା ହେଲେ ପୁରୀ ଫେରୁଛନ୍ତି । କୋଣାର୍କ ପର୍ୟ୍ୟଟକଶୂନ୍ୟ ହୋଇପଡୁଛି । ଏଠାରେ ପଞ୍ଚତାରକା ହୋଟେଲ ସୁବିଧା ସହିତ ପର୍ୟ୍ୟଟକଙ୍କୁ ଆକୃଷ୍ଟ କଲାଭଳି ବ୍ୟବସ୍ଥା ରହିଲେ ଏହି ଯୋଜନା ପାଇଁ ବିଶେଷ ଲାଭଦାୟକ ହେବ। କୋଣାର୍କ ଉତ୍ସବ ଓ ମାଘ ସପ୍ତମୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ପୁରୀ କୋଣାର୍କ ରେଳପଥ ଯୋଡ଼ି ହେଲେ କୋଣାର୍କକୁ ଅଧିକ ସଂଖ୍ୟକ ଯାତ୍ରୀ ଆଗମନ ହେବ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ