କାନ୍ଥ ଭୁଶୁଡ଼ି ୭ ଜଣଙ୍କ ଜୀବନ ଗଲା

ଦିଲ୍ଲୀରେ ଅବିଶ୍ରାନ୍ତ ବର୍ଷା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଟ୍ରେନ ଠାରୁ ଆରମ୍ଭ କରି ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପ୍ରମୁଖ ସ୍ଥାନ ଗୁଡ଼ିକରେ ବର୍ଷା ପାଣି ଜମି ରହିଥିବାରୁ ଟ୍ରାଫିକ ସମସ୍ୟା ସ୍ଥିତିକୁ ଆହୁରି ଜଟିଳ କରିଛି।

ଏପରି ସ୍ଥିତିରେ ଦିଲ୍ଲୀର ହରି ନଗରରେ ବଡ଼ ଅଘଟଣ ଘଟିଛି। ଏଠାରେ ଲଗାଣ ବର୍ଷା ଯୋଗୁ ଗୋଟିଏ ବିରାଟ କାନ୍ଥ ଭୁଶୁଡ଼ି ପଡ଼ିଛି। ଫଳରେ ଏହା ତଳେ ଚାପି ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ, ୨ ଜଣ ମହିଳା ଓ ୨ ଜଣ ଝିଅ ରହିଛନ୍ତି। ଏମାନେ ସମସ୍ତେ କାନ୍ଥ ସାଇଡରେ ଜରି ପାଲ ପକାଇ ରହୁଥିଲେ। କିନ୍ତୁ ଅବିଶ୍ରାନ୍ତ ବର୍ଷା ସେମାନଙ୍କ ଜୀବନ ନେଇ ଯାଇଛି।ମୃତକମାନେ ହେଲେ ୩୦ ବର୍ଷୀୟ ଶାବିବୁଲ, ୩୦ ବର୍ଷୀୟ ରବିବୁଲ, ୪୫ ବର୍ଷୀୟ ମୁତ୍ତୁ ଅଲୀ, ୨୫ ବର୍ଷୀୟ ରୁବିନା, ୨୫ ବର୍ଷୀୟ ଡଲୀ, ୬ ବର୍ଷୀୟ ରୁକଶାନା ଓ ୭ ବର୍ଷୀୟ ହସୀନା। ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ସେମାନଙ୍କ ମୃତଦେହକୁ ଧ୍ୱଂସାବଶେଷ ତଳୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

  • Related Posts

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ଇସ୍ଲାମାବାଦ : ଗତ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପାକିସ୍ତାନର ୬ଟି ଲଢୁଆ ବିମାନ ଓ ଏକ ପ୍ରାକ୍ ସତର୍କତା ବିମାନ (ଏଡ୍ବୁଲସି)କୁ ନଷ୍ଟ କରିଦେଇଥିବା ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ…

    ତେଜସ୍ବୀଙ୍କୁ ଇସିଙ୍କ ନିର୍ଦେଶ; ୧୬ ସୁଦ୍ଧା ନକଲି ଭୋଟର କାର୍ଡ ଦାଖଲ କର

    ନୂଆଦିଲ୍ଲୀ/ପାଟନା: ଚଳିତମାସ ୧୬ ସୁଦ୍ଧା ନକଲି ଭୋଟର ପରିଚୟ ପତ୍ର (ଏପିକ୍‌ କାର୍ଡ) ଦାଖଲ କରିବାକୁ ଶୁକ୍ରବାର ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ନିର୍ଦେଶ ଦେଇଛନ୍ତି। ନକଲି ଭୋଟର କାର୍ଡ…

    Leave a Reply

    Your email address will not be published. Required fields are marked *

    You Missed

    କୁକୁର କାମୁଡ଼ାରେ ଦୁଇ ମୃତ

    କୁକୁର କାମୁଡ଼ାରେ ଦୁଇ ମୃତ

    ଲଘୁଚାପ: ୧୨ରୁ ପ୍ରବଳ ବର୍ଷିବ

    ଲଘୁଚାପ:  ୧୨ରୁ ପ୍ରବଳ ବର୍ଷିବ

    ଆଜିଠୁ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଆରମ୍ଭ

    ଆଜିଠୁ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଆରମ୍ଭ

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ସାମ୍ନାକୁ ଆସିଲା ପୁଣି ବଧୂ ହତ୍ୟା ଅଭିଯୋଗ

    ସାମ୍ନାକୁ ଆସିଲା ପୁଣି ବଧୂ ହତ୍ୟା ଅଭିଯୋଗ

    ତେଜସ୍ବୀଙ୍କୁ ଇସିଙ୍କ ନିର୍ଦେଶ; ୧୬ ସୁଦ୍ଧା ନକଲି ଭୋଟର କାର୍ଡ ଦାଖଲ କର

    ତେଜସ୍ବୀଙ୍କୁ ଇସିଙ୍କ ନିର୍ଦେଶ; ୧୬ ସୁଦ୍ଧା ନକଲି ଭୋଟର କାର୍ଡ ଦାଖଲ କର