କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ବିଭାଗୀୟ ପ୍ରୋସିଡିଂ ବନ୍ଦ ହେବ : ହାଇକୋର୍ଟ

କଟକ : ଯଦି କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଚାଲିଥିବା ବିଭାଗୀୟ ପ୍ରୋସିଡିଂର ନିଷ୍ପତ୍ତି ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟେ, ତେବେ ସେହି ପ୍ରୋସିଡିଂ ଆପଣାଛାଏଁ ବନ୍ଦ ହୋଇଯିବା ଉଚିତ୍‌ । ଜଣେ ମୃତ ସରକାରୀ କର୍ମଚାରୀଙ୍କ ବିରୋଧରେ ଚାଲିଥିବା ଦୀର୍ଘ ଦିନର ବିଭାଗୀୟ ପ୍ରୋସିଡିଂ ଆଳରେ ତାଙ୍କ ପତ୍ନୀଙ୍କୁ ପେନ୍‌ସନ୍‌ ସହ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ଦିଆନଯିବା ପ୍ରସଙ୍ଗରେ ହାଇକୋର୍ଟ ଏଭଳି କହିବା ସହ ତୁରନ୍ତ ଆବେଦନକାରିଣୀଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରିଣୀ ମୀନା ମହାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀ ଏହି ଆଦେଶ ଦେଇଛନ୍ତି । ଏଥିସହ ଦୀର୍ଘ ୧୭ବର୍ଷ ଧରି କ’ଣ ପାଇଁ ପ୍ରୋସିଡିଂର ସମାଧାନ କରାଯାଉନଥିଲା ଏବଂ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରିଣୀ ପିଟିସନ୍‌ରେ ଦର୍ଶାଇଥିଲେ ଯେ, ତାଙ୍କ ସ୍ୱାମୀଙ୍କ ବିରୋଧରେ ୨୦୦୩ ମାର୍ଚ୍ଚ ୩୧ରେ ଏକ ବିଭାଗୀୟ ପ୍ରୋସିଡିଂ ଆରମ୍ଭ କରାଯାଇଥିଲା । ଏହି ପ୍ରକ୍ରିୟା ଶେଷ ହେବା ପୂର୍ବରୁ ୨୦୨୦ ସେପ୍ଟେମ୍ବର ୭ରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା । ସ୍ୱାମୀଙ୍କ ମୃତ୍ୟୁ ସତ୍ତ୍ଵେ ବିଭାଗୀୟ ପ୍ରୋସିଡିଂକୁ ବନ୍ଦ କରାଯାଇ ନଥିଲା । ଏହି ଆଳରେ ପରିବାରକୁ ପେନ୍‌ସନ କିମ୍ବା ଅନ୍ୟାନ୍ୟ ଅବସରକାଳୀନ ସୁବିଧା ପ୍ରଦାନ କରାଯାଇ ନଥିଲା ।

ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ବିଭାଗୀୟ ପ୍ରୋସିଡିଂ ଶେଷ ହେବା ପୂର୍ବରୁ କର୍ମଚାରୀଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କର ଆଇନଗତ ଉତ୍ତରାଧିକାରୀମାନଙ୍କୁ ସେହି ସ୍ଥିତିରେ ଦାୟୀ କରାଯାଇପାରିବ । ତଦନ୍ତ ରିପୋର୍ଟରେ ମୃତ କର୍ମଚାରୀଙ୍କୁ ୪ ଲକ୍ଷ ୬ ହଜାର ୩୫୨ ଟଙ୍କା ହଡ଼ପ ପାଇଁ ଦାୟୀ କରାଯାଇଥିଲା । ଅଦାଲତ ଉଭୟପକ୍ଷଙ୍କ ଯୁକ୍ତି ଶୁଣିବା ପରେ କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯିବା ପରେ ଯଦି ତାଙ୍କ ବିରୋଧରେ କୌଣସି ପ୍ରକାର ମାମଲା ଥାଏ ତାହା ଆପଣାଛାଏଁ ବନ୍ଦ ହୋଇଯାଏ । ତେଣୁ ଏହି ପରିପ୍ରେକ୍ଷୀରେ ଆବେଦନକାରୀଙ୍କ ସ୍ୱାମୀଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ଚାଲି ପାରିବ ନାହିଁ ଏବଂ ଏହା ସ୍ୱତଃପ୍ରବୃତ୍ତ ଭାବେ ବନ୍ଦ ହୋଇଯିବ । ତେଣୁ ମୃତ କର୍ମଚାରୀଙ୍କ ପତ୍ନୀଙ୍କୁ ୪ ମାସ ମଧ୍ୟରେ ସମସ୍ତ ଅବସରକାଳୀନ ସୁବିଧା ଏବଂ ପରିବାର ପେନ୍‌ସନ୍‌ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

  • Related Posts

    ଆଜି ଗୁଡ୍ ଫ୍ରାଇଡେ, ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ

    ଆଜି ଗୁଡ୍ ଫ୍ରାଇଡେ। ମାନବ ଜାତି ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବଳିଦାନର ସ୍ମୃତିଚାରଣ କରାଯାଉଛି । ଯୀଶୁଙ୍କ ବଳିଦାନକୁ ମନେ ପକାଇ ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ ଭାଇ ଭଉଣୀ । ଏଥିପାଇଁ ସକାଳୁ ଉଭୟ ବାପ୍‌ଟିଷ୍ଟ ଓ କ୍ୟାଥଲିକ୍‌…

    Continue reading
    କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

    ଭୁବନେଶ୍ୱର:କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ ସମସ୍ତ ସୁବିଧା ସୁଯୋଗ ପାଇବେ। ନିୟମିତ କର୍ମଚାରୀ ଲେଭଲ୍‌-ଭି (ଏ) ଦରମା ପିଛିଲା ଭାବେ ଅର୍ଥାତ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ