କାର୍ୟ୍ୟରେ ଅବହେଳା: ୩ ପାକ୍ସ ସମ୍ପାଦକ ନିଲମ୍ବିତ

ଭୁବନେଶ୍ୱର: ବୌଦ୍ଧ ଜିଲାର ଖୁଣ୍ଟବନ୍ଧ, ବୌଦ୍ଧ ଓ ଲୁଣିବାହାଲ ପ୍ୟାକ୍ସ ସମ୍ପାଦକଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯାଇଛି। ଜିଲ୍ଲାରେ ଚାଷୀ ପଞ୍ଜୀକରଣ ଓ ସାର ବିକ୍ରୟ ଚାଲିଥିବା ବେଳେ ସମ୍ପୃକ୍ତ ପ୍ୟାକ୍ସ ସମ୍ପାଦକ ବିଦେଶ ବୁଲିବାକୁ ଯାଇଥିଲ । କାର୍ୟ୍ୟରେ ଅବହେଳା ଦର୍ଶାଇ ନିଲମ୍ବନ କଲେ ବୌଦ୍ଧ ସହକାରୀ ସମବାୟ ନିବନ୍ଧକ । ଶାରିରୀକ ଅସୁସ୍ଥତା କହି ଥାଇଲାଣ୍ଡ ବୁଲୁଥିଲେ। ଏ ସମ୍ପର୍କରେ ଜଣାପଡ଼ିବା ପରେ ବୌଦ୍ଧ ସହକାରୀ ସମବାୟ ନିବନ୍ଧକ (ଏଆର୍‌ସି ଏସ୍) ଫକୀର ମୋହନ ବାଗ ତାଙ୍କୁ ନିଲମ୍ବନ କରିଛନ୍ତି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ୩ଜଣ ପ୍ୟାକ୍ସ ସଂପାଦକ ସ୍ଵାସ୍ଥ୍ୟଗତ କାରଣରୁ ଛୁଟି ନେଇଥିବା ବେଳେ ବିଦେଶ ବୁଲିବାକୁ ଯାଇଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରି ୩ଜଣ ସଂପାଦକଙ୍କୁ ନିଲମ୍ବିତ କରାଯାଇଥିଲା । ସେମାନଙ୍କ ସଂପର୍କ ବୌଦ୍ଧ ଜିଲାର ପେକ୍ସ ସଂପାଦକଙ୍କ ସହ ଥିବାରୁ ତଦନ୍ତ ଆଗକୁ ବଡ଼ିଥିଲା । ଏହିକ୍ରମରେ ବୌଦ୍ଧ ଜିଲାର ୩ଜଣ ପେକ୍ସ ସଂପାଦକଙ୍କୁ ନିଲମ୍ୱନ କରାଯାଇଥିଲା ।

  • Related Posts

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ଭୁବନେଶ୍ବର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାୟପୁରରେ ଗୁରୁବାର ବସିଥିଲା ଗୋଲ ଟେବୁଲ ବୈଠକ । ବୈଠକ ପରେ ୨୯ ତାରିଖରେ ଛତିଶଗଡ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ । ବୈଠକରେ ଅଧ୍ୟକ୍ଷତା କରିଥିଲେ ଜଳ ମାନବ ଡ.…

    Continue reading
    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା

    ଭୁବନେଶ୍ବର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି।ଲୋକସଭା ବାଚସ୍ପତି ଓମ୍ ବିର୍ଲା ୨୯ ଅଗଷ୍ଟ ୨୦୨୫ରେ ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି

    ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି

    ଚୋରି କରି ହେଲେ ବନ୍ଧା ହେଲେ ଭଣ୍ଡ ପ୍ରବଚକ

    ଚୋରି କରି ହେଲେ ବନ୍ଧା ହେଲେ ଭଣ୍ଡ ପ୍ରବଚକ

    ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ

    ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ଟାଙ୍ଗିଆରେ ହଣି ନିର୍ମମ ଭାବେ ହତ୍ୟା

    ଟାଙ୍ଗିଆରେ ହଣି ନିର୍ମମ ଭାବେ ହତ୍ୟା

    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା

    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା