କୁନୋ ନ୍ୟାସନାଲ ପାର୍କ: ୪ ଚିତା ଶାବକ ଜନ୍ମ

ଭୋପାଳ: ମଧ୍ୟପ୍ରଦେଶର ଶ୍ୟୋପୁରସ୍ଥିତ କୁନୋ ନ୍ୟାସନାଲ ପାର୍କରୁ ପୁଣି ଏକ ଖୁସି ଖବର ସାମ୍ନାକୁ ଆସିଛି । ଭାରତରେ ଜନ୍ମ ନେଇଥିବା ଏକ ଚିତା ସେଠାରେ ୪ଟି ଶାବକଙ୍କୁ ଜନ୍ମ ଦେଇଛି । କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋସିଆଲ୍ ମିଡିଆରେ ଏ ସଂପର୍କରେ ସୂଚନା ଦେଇଛନ୍ତି ।
​​ସେଥିରେ ସେ ଲେଖିଛନ୍ତି ଯେ, କୁନୋ ନ୍ୟାସନାଲ ପାର୍କରୁ ଏକ ଐତିହାସିକ ଘଟଣା ସାମ୍ନାକୁ ଆସିଛି । ଭାରତରେ ଜନ୍ମିତ ଏକ ୨୫ ମାସର ଚିତା(ଗାମିନୀର ଝିଅ) ଜଙ୍ଗଲରେ ୪ଟି ଶାବକଙ୍କୁ ଜନ୍ମ ଦେଇଛି । ଏହି ଘଟଣାରୁ ବିଦେଶରୁ ଅଣାଯାଇଥିବା ଚିତା ଯେ କେବଳ ଭାରତୀୟ ବାତାବରଣକୁ ଗ୍ରହଣ କରିଛନ୍ତି ତା’ ନୁହେଁ, ବରଂ ସେମାନଙ୍କ ପରବର୍ତ୍ତୀ ପିଢ଼ି ବି ସଂପୂର୍ଣ୍ଣ ସୁସ୍ଥ ଏବଂ ପ୍ରଜନନକ୍ଷମ ବୋଲି ସ୍ପଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଚିତା ଏବଂ ତାର ଶାବକଙ୍କ ଫଟୋ ପୋଷ୍ଟ କରିଛନ୍ତି । ଏହି ୪ ଶାବକଙ୍କ ଜନ୍ମ ପରେ ଏବେ କୁନୋରେ ଚିତା ସଂଖ୍ୟା ୫୭ରେ ପହଞ୍ଚିଛି । ସେଥିମଧ୍ୟରୁ ୩୭ଟି ଚିତା ଭାରତୀୟ ।

  • Related Posts

    ବାପ-ପୁଅଙ୍କୁ ଛୁରୀ ଭୁଷି ମାରିଦେଲା ପଡ଼ୋଶୀ

    ନୂଆଦିଲ୍ଲୀ:ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଚିତ୍ତରଞ୍ଜନ ପାର୍କ ସ୍ଥିତ ଗୋଟିଏ ଆବାସିକ କମ୍ପ୍ଲେକ୍ସରେ ଘଟିଛି ଭୟଙ୍କର ଘଟଣା। ବାପ-ପୁଅଙ୍କୁ ଛୁରୀ ଭୁଷି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ସେମାନଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ବ୍ୟକ୍ତି। ଟଙ୍କା…

    Continue reading
    ହୋର୍ମୁଜକୁ ନେଇ ପୁଣି ଧମକ ଦେଲା ଇରାନ: ‘ଆମେରିକା ଅବରୋଧ ନହଟାଇଲେ ଆକ୍ସନ ନେବୁ’

    ନୂଆଦିଲ୍ଲୀ: ପଶ୍ଚିମ ଏସିଆ ସଙ୍କଟ ଭିତରେ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ୪୮ ଦିନ ପରେ ହୋର୍ମୁଜ ପ୍ରଣାଳୀ ଖୋଲିଛି । ଯୁଦ୍ଧବିରତି ଯାଏ ହୋର୍ମୁଜ ଖୋଲା ରହିବ ବୋଲି କହିଛି ଇରାନ । ତେହେରାନର ଏହି ନିଷ୍ପତ୍ତି ପରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ