କୂଳବୃଦ୍ଧ ମଧୁସୂଦନଙ୍କ ନାମରେ ନାମିତ ହେଲା ରାଷ୍ଟ୍ରୀୟ ସମବାୟ ପ୍ରଶିକ୍ଷଣ ପରିଷଦର ଗୋଟିଏ ୟୁନିଟ

ନୂଆଦିଲ୍ଲୀ,20।08 : ଉତ୍କଳ ଗୌରବ ମଧୂସୁଦନ ଦାସ ସମବାୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ । ସମବାୟ ଆନ୍ଦୋଳନର ପ୍ରବର୍ତ୍ତକ ତଥା ଅଗ୍ରଦୂତ ଭାବେ ଉତ୍କଳ ଗୌରବ ୧୧ ଜୁନ ୧୮୯୮ରେ ଦେଶର ପ୍ରଥମ ବହୁମୁଖୀ ସମବାୟ ଉଦ୍ୟୋଗ ‘ଦି କଟକ କୋଅପରଟିଭ ଷ୍ଟୋର’ର ସ୍ଥାପନା କରିଥିଲେ। ରପ୍ତାନିକୁ ଦୃଷ୍ଟିରେ ରଖି ବୃହତ ‘ଉତ୍କଳ ଟ୍ୟାନେରି’ ସ୍ଥାପନା କରିଥିଲେ। ତାଙ୍କ ଠାରୁ ପ୍ରେରଣା ପାଇ ବାଙ୍କୀ ଅଞ୍ଚଳର ଚର୍ଚ୍ଚିକା, ସୁବର୍ଣ୍ଣପୁର ଓ ବରପୁଟ ଠାରେ କୃଷି କ୍ରେଡିଟ ସମବାୟ ସମିତି ସ୍ଥାପନା ହୋଇଥିଲା। ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପରେ ନିଜ ରାଜ୍ୟର ସମବାୟ ମହାବିଦ୍ୟାଳୟ ଓ ସଂସ୍ଥାକୁ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି। ଓଡ଼ିଶାରେ ସମବାୟ ଆନ୍ଦୋଳନର ଅଗ୍ରଦୂତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନକୁ ମାନ୍ୟତା ପ୍ରଦାନ ସ୍ୱରୁପ ରାଷ୍ଟ୍ରୀୟ ସମବାୟ ପ୍ରଶିକ୍ଷଣ ପରିଷଦର ୨୦ଟି ୟୁନିଟ ମଧ୍ୟରୁ ଗୋଟିଏ ୟୁନିଟର ନାମକୁ ପରିବର୍ତ୍ତନ କରାଯାଇ ମଧୁସୂଦନ ସମବାୟ ପରିଚାଳନା ପ୍ରତିଷ୍ଠାନ ଭାବେ ନାମକରଣ କରାଯାଇଛି ବୋଲି ରାଜ୍ୟ ସମବାୟ ଆନ୍ଦୋଳନରେ ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ଭୂମିକାକୁ କେନ୍ଦ୍ର ସରକାର ମାନ୍ୟତା ଦେବେ କି ସମ୍ପର୍କିତ ଲୋକସଭାରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ଓ ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ଡବଲ ଇଞ୍ଜିନ ସରକାର ଓଡ଼ିଶାର ଛବିକୁ ପୁରା ମଳିନ କରି ସାରିଲେଣି: ନବୀନ

    ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ସରକାରଙ୍କ ଉପରେ ଜୋରଦାର୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ