କେନ୍ଦ୍ର ସାହିତ୍ୟ ଅକାଦେମିର ଯୁବ ପୁରସ୍କାର ଓ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ପୁସ୍ତକ ଆହ୍ୱାନ

୨୦୨୬ ବର୍ଷର ଯୁବ ପୁରସ୍କାର ଓ ବାଲ୍ ସାହିତ୍ୟ ପୁରସ୍କାର ଚୟନ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ପ୍ରକାଶକ ଓ ଭାରତୀୟ ଲେଖକମାନଙ୍କ ପାଖରୁ ଅକାଦେମି ସ୍ୱୀକୃତ ୨୪ଟି ଭାଷାର ପୁସ୍ତକ ଆହ୍ୱାନ କରାଯାଇଛି । ଯୁବ ପୁରସ୍କାର ପାଇଁ ଲେଖକଙ୍କ ବୟସ ୧ ଜାନୁଆରୀ ୨୦୨୬ ସୁଦ୍ଧା ୩୫ ବର୍ଷ ବା ତା’ଠାରୁ କମ୍ ହୋଇଥିବା ଉଚିତ । ବାଲ୍ ସାହିତ୍ୟ ପୁରସ୍କାର ପାଇଁ ପୁସ୍ତକଗୁଡ଼ିକ ୯ରୁ ୧୬ ବର୍ଷ ବୟସର ପାଠକମାନଙ୍କୁ ଦୃଷ୍ଟିରେ ରଖି ରଚିତ ହୋଇଥିବା ଆବଶ୍ୟକ । ୨୦୨୦, ୨୦୨୧, ୨୦୨୨, ୨୦୨୩ ଏବଂ ୨୦୨୪ ମସିହାରେ (ଅର୍ଥାତ୍ ୧ ଜାନୁଆରି ୨୦୨୦ରୁ ୩୧ ଡିସେମ୍ବର ୨୦୨୪ ମଧ୍ୟରେ) ପ୍ରଥମେ ପ୍ରକାଶିତ ପୁସ୍ତକଗୁଡ଼ିକୁ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ବିଚାରକୁ ନିଆଯିବ । ଉଭୟ ପୁରସ୍କାର ପାଇଁ ଆବେଦନ ପତ୍ର ଏବଂ ପୁସ୍ତକ ଜମା ଦେବାର ଶେଷ ତାରିଖ ହେଉଛି ୩୧ ଅଗଷ୍ଟ ୨୦୨୫। ଓଡ଼ିଆ ଭାଷାର ପୁସ୍ତକ ସାହିତ୍ୟ ଅକାଦେମିର କୋଲକାତାସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ପଠାଇବାକୁ ହେବ। ଯୁବ ପୁରସ୍କାର ଏବଂ ବାଲ୍ ସାହିତ୍ୟ ପୁରସ୍କାର ବିଜେତାମାନଙ୍କୁ ସମ୍ମାନଜନକ ଉତ୍ସବରେ ୫୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ଫଳକ ଓ ମାନପତ୍ର ପ୍ରଦାନ କରାଯାଇଥାଏ । ଉଭୟ ପୁରସ୍କାର ସମ୍ପର୍କିତ ସବିଶେଷ ନିୟମାବଳୀ ଏବଂ ଆବେଦନପତ୍ର ସାହିତ୍ୟ ଅକାଦେମିର ୱେବ୍ସାଇଟ୍ www.sahitya-akademi.gov.in ରେ ଉପଲବ୍ଧ ଅଛି ।

  • Related Posts

    ପରିବର୍ତ୍ତନ ହେବ ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା

    ଭୁବନେଶ୍ଵର : ୧୬୩୫ଟି ନୂତନ ରାଜସ୍ଵ ଗ୍ରାମର ସୀମା ପରିବର୍ତ୍ତନ ନେଇ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହେଲା ସ୍ଵତନ୍ତ୍ର ନିର୍ଦ୍ଦେଶନାମା। ନକ୍ସା ପରିବର୍ତ୍ତନ ପାଇଁ ସର୍ଭେ ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଆରଡିସିଙ୍କୁ ଚିଠି। ପୁରୁଣା ରାଜସ୍ଵ ଗାଁ ରେକର୍ଡ ଯେମିତି…

    ଖୁବ୍‌ଶୀଘ୍ର ଲାଗିବ ମହାପ୍ରସାଦ ରେଟ୍‌ ଚାଟ୍‌

    ପୁରୀ: ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅନ୍ନ, ବ୍ୟଞ୍ଜନ ସହ ଶୁଖିଲି ମହାପ୍ରସାଦର ଦର ନିର୍ଦ୍ଧାରଣ ରେଟ୍‌ ଚାଟ୍‌ ଲାଗିବ । ମଙ୍ଗଳବାର ଶ୍ରୀଜଗନ୍ନାଥ ମନ୍ଦିର କାର୍ୟ୍ୟାଳୟରେ ଆନନ୍ଦ ବଜାର ଶୃଙ୍ଖଳା କମିଟି ବୈଠକ ପରେ ଏନେଇ ସୂଚନା ଦେଇଥିଲେ ମୁଖ୍ୟ…

    Leave a Reply

    Your email address will not be published. Required fields are marked *

    You Missed

    ରିସେପ୍ସନ ଭୋଜି ଦେଲେ ପିନାକୀ-ମହୁଆ

    ରିସେପ୍ସନ ଭୋଜି ଦେଲେ ପିନାକୀ-ମହୁଆ

    ମାନହାନି ମାମଲାରେ ରାହୁଲଙ୍କୁ ବେଲ୍

    ମାନହାନି ମାମଲାରେ ରାହୁଲଙ୍କୁ ବେଲ୍

    ପରିବର୍ତ୍ତନ ହେବ ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା

    ପରିବର୍ତ୍ତନ ହେବ ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା

    ଖୁବ୍‌ଶୀଘ୍ର ଲାଗିବ ମହାପ୍ରସାଦ ରେଟ୍‌ ଚାଟ୍‌

    ଖୁବ୍‌ଶୀଘ୍ର ଲାଗିବ ମହାପ୍ରସାଦ ରେଟ୍‌ ଚାଟ୍‌

    ଥାନାରେ ଯୁବକଙ୍କୁ ମାଡ଼, ନିର୍ୟାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ!

    ଥାନାରେ ଯୁବକଙ୍କୁ ମାଡ଼,  ନିର୍ୟାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ!

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ