
ଭୁବନେଶ୍ୱର: ଭୁବନେଶ୍ୱର ରଘୁନାଥପୁରରେ ମୋ ବସ ଧକ୍କାରେ ଜଣେ ଛାତ୍ରୀଙ୍କ ମୃତୁ୍ୟ ଘଟଣାରେ ଓଡ଼ିଶା ମାନବାଧିକାର କମିଶନ(ଓଏଚଆରସି) କ୍ରୁଟକୁ ରିପୋର୍ଟ ମାଗିଛନ୍ତି । କ୍ରୁଟ କର୍ତ୍ତୃପକ୍ଷଙ୍କୁ ନୋଟିସ ସହ ଓଏଚଆରସି ରିପୋର୍ଟ ମାଗିଛନ୍ତି । ଆସନ୍ତା ମଇ ୨୩ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଓଏଚଆରସି ସୋମବାର କ୍ରୁଟ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ପ୍ରକାଶ ଯେ ମୋ ବସ ଏବେ କଟକ ଓ ଭୁବନେଶ୍ୱରବାସୀଙ୍କ ପାଇଁ ଆତଙ୍କ ସୃଷ୍ଟି କରୁଛି । ଅଧିକାଂଶ ସ୍ଥାନରେ ମୋ ବସ ଦୁର୍ଘଟଣା ଘଟାଉଛି । ଚାଳକଙ୍କ ବେପରୁଆ ମନୋଭାବ ଯୋଗୁଁ ଦୁର୍ଘଟଣା ଘଟି ଅକାଳରେ ଲୋକଙ୍କ ଜୀବନ ଯାଉଛି ।


