ଖୋଲିଲା କାଉଣ୍ଟର, ମିଳିଲା ଟିକେଟ୍

କଟକ: ଖୋଲିଲା କାଉଣ୍ଟର, ମିଳିଲା ଟିକେଟ୍ । ବାରବାଟୀ ଟିକେଟ୍ ବିକ୍ରି ହୋଇଛି । ସାରା ରାତି ଉଜାଗର ରହିଥିବା କ୍ରିକେଟ୍ ପ୍ରେମୀଙ୍କୁ ମିଳିଛି ଟିକେଟ୍ । ସକାଳ ୯ଟାରୁ କାଉଣ୍ଟରରେ ଅଫ୍ଲାଇନ୍ ଟିକେଟ୍ ବିକ୍ରି ହେଉଛି । ତେବେ କାଉଣ୍ଟରରେ ମାତ୍ର ୧୦ ହଜାର ଟିକେଟ ମିଳିବ । ଏହାକୁ ନେଇ କାଉଣ୍ଟର ସାମ୍ନାରେ ଠେଲା ପେଲା ଓ ନାହିଁ ନଥିବା ଭିଡ଼ ।
ସୂଚନା ମୁତାବକ, ଶୁକ୍ରବାର ସକାଳୁ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଗୁରୁବାର ସନ୍ଧ୍ୟାରୁ ବାରବାଟୀ ଷ୍ଟାଡିୟମ ନିକଟରେ ହଜାର ହଜାର ସଂଖ୍ୟାରେ ଭିଡ଼ ଜମାଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ଦର୍ଶକଙ୍କୁ ଘଉଡ଼ାଇବା ପାଇଁ ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା । ଟିକେଟ୍ ଖଣ୍ଡିଏ ପାଇଁ ଦର୍ଶକ ଚାତକ ଭଳି ଅନେଇ ଶେଷରେ ଫ୍ୟାନ୍ସ ମାନେ ଟିକେଟ୍ କିଣିଛନ୍ତି ।ଅନଲାଇନରେ ମାତ୍ର ୨ ହଜାର ଟିକେଟ୍ ବିକ୍ରି ହୋଇଥିଲା । ବହୁ ପ୍ରଶଂସକ ଟିକେଟ୍ ନପାଇ ନିରାଶ ହୋଇଥିଲେ । କିନ୍ତୁ କାଉଣ୍ଟରରେ ଟିକେଟ୍ କିଣିବା ପାଇଁ ଏବେ ସମସ୍ତେ ବ୍ୟାକୁଳ ହୋଇ ପଡ଼ିଛନ୍ତି । ତେଣୁ ସନ୍ଧ୍ୟାରୁ ହଜାର ହଜାର ଦର୍ଶକ ବାରବାଟୀ ନିକଟସ୍ଥ କ୍ୟାଣ୍ଟନମେଣ୍ଟ ରୋଡ୍, କିଲ୍ଲା ପଡ଼ିଆରେ ଭିଡ଼ ଜମାଇଥିଲେ । ରାତି ଯେତିକି ବଢ଼ିଥିଲା, ପ୍ରଶଂସକଙ୍କ ଭିଡ଼ ସେତିକି ଜମିବାରେ ଲାଗିଥିଲା । ପରିବେଶ ଲୋକାରଣ୍ୟ ହୋଇଯାଇଥିଲା । ହାତରେ ଜାତୀୟ ପତାକା ଧରି ସେମାନେ ବସି ରହିଥିଲେ । ଭିଡ଼ ଅଧିକ ଜମିବାରୁ ଶେଷରେ ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା । କାଉଣ୍ଟରେ ମାତ୍ର ୧୦ ହଜାର ଟିକେଟ୍ ବିକ୍ରି ହେବ । କିନ୍ତୁ ଆଶାୟୀ ବହୁ ଗୁଣା । ଜଣେ ବ୍ୟକ୍ତିଙ୍କୁ ୨ଟି ଟିକେଟ୍ ମିଳିବାର ନିୟମ ରହିଛି । ତେଣୁ ଯେଉଁ ପ୍ରଥମ ୫୦୦୦ ଦର୍ଶକ ଧାଡ଼ିରେ ଆସିବେ ସେମାନେ ହିଁ ଟିକେଟ୍ ନେଇ ଘରକୁ ବାହୁଡ଼ିବେ । ଅନ୍ୟମାନଙ୍କୁ ନିରାଶ ହେବାକୁ ପଡ଼ିବ ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ